Advertisment

India Won: ୩୩ ଆଇସିସି ପ୍ରତିଯୋଗିତା ଖେଳି ଭାରତ ଜିତିଛି ୭ ଟ୍ରଫି

Advertisment

ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ୧୯୭୫ ଦିନିକିଆ ବିଶ୍ବକପ୍‌ଠୁ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବ ପର୍ଯ୍ୟନ୍ତ ୩୩ଟି ଆଇସିସି ଟ୍ରଫି ଖେଳିଛି। ଏଥି ମଧ୍ୟରୁ ଭାରତ ୭ ଥର ବିଜେତା ହେବାର ଗୌରବ ପାଇଛି।

ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ୧୯୭୫ ଦିନିକିଆ ବିଶ୍ବକପ୍‌ଠୁ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବ ପର୍ଯ୍ୟନ୍ତ ୩୩ଟି ଆଇସିସି ଟ୍ରଫି ଖେଳିଛି। ଏଥି ମଧ୍ୟରୁ ଭାରତ ୭ ଥର ବିଜେତା ହେବାର ଗୌରବ ପାଇଛି।

India Won

India Won

ନୂଆଦିଲ୍ଲୀ: ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ୧୯୭୫ ଦିନିକିଆ ବିଶ୍ବକପ୍‌ଠୁ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବ ପର୍ଯ୍ୟନ୍ତ ୩୩ଟି ଆଇସିସି ଟ୍ରଫି ଖେଳିଛି। ଏଥି ମଧ୍ୟରୁ ଭାରତ ୭ ଥର ବିଜେତା ହେବାର ଗୌରବ ପାଇଛି। ଭାରତ ୨ ଥର ଲେଖାଏଁ ଦିନିକିଆ (୧୯୮୩, ୨୦୧୧) ଓ ଟ୍ବେଣ୍ଟି-୨୦ ବିଶ୍ବକପ୍‌ (୨୦୦୭, ୨୦୨୪) ଜିତିଥିଲା ‌ବେଳେ ୩ ଥର ଚାମ୍ପିଅନ୍ସ ଟ୍ରଫି (୨୦୦୨, ୨୦୧୩, ୨୦୨୫) ହାତେଇବାର ସଫଳତା ପାଇଛି। ଦିନିକିଆ ବିଶ୍ବକପ୍‌ର ପ୍ରଥମ ଦୁଇ ସଂସ୍କରଣରେ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିବା ଭାରତ ୧୯୮୩ରେ ଟ୍ରଫି ହାତେଇ ଇତିହାସ ରଚିଥିଲା। ଏହା ଭାରତର ପ୍ରଥମ ଆଇସିସି ଟ୍ରଫି ହୋଇଥିଲା।

୧୭ ବର୍ଷ ପରେ ଆଇସିସି ଖେଳିଥିଲା ଭାରତ 

ଏହାପରେ ୧୭ ବର୍ଷ ପରେ ଆଇସିସିପ୍ରତିଯୋଗିତାର ଫାଇନାଲ୍‌ ଖେଳିବାର ସୁଯୋଗ ପାଇଥିଲା ଭାରତ। ୨୦୦୦ (ଆଇସିସି ନକ୍‌ଆଉଟ୍‌ ପ୍ରତିଯୋଗିତା) ସହ ୨୦୦୨ (ଚାମ୍ପିଅନ୍‌ସ ଟ୍ରଫି) ଓ ୨୦୦୩ (ଦିନିକିଆ ବିଶ୍ବକପ୍‌)ରେ ଭାରତ ଲଗାତାର ୩ଥର ଆଇସିସି ପ୍ରତିଯୋଗିତାର ଫାଇନାଲ୍‌ ଖେଳିଥିଲା। ଭାରତ ନକ୍‌ଆଉଟ୍‌ ପ୍ରତିଯୋଗିତାରେ ଓ ବିଶ୍ବକପ୍‌ରେ ଉପବିଜେତା ହୋଇଥିଲା ବେଳେ ଚାମ୍ପିଅନ୍‌ସ ଟ୍ରଫିରେ ଶ୍ରୀଲଙ୍କା ସହ ଯୁଗ୍ମବିଜେତା ହୋଇଥିଲା।

ଆହୁରି ପଢନ୍ତୁ - Cricket: ଭାରତ-ପାକିସ୍ତାନ ମ୍ୟାଚ୍ ବର୍ଜନ ନିଷ୍ପତ୍ତିରେ ଆଇସିସି ଚିନ୍ତିତ

ଭାରତ ଲଗାତାର ଜିତିଛି ଦୁଇଟି ଆଇସିସି ଟ୍ରଫି

୨୦୦୭ ଦିନିକିଆ ବିଶ୍ବକପ୍‌ ଗ୍ରୁପ୍‌ ଷ୍ଟେଜ୍‌ରୁ ବିଦା ହେବା ପରେ ୨୦୦୭ ଉଦ୍‌ଘାଟନୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ବିଜେତା ହୋଇ ଏହି ଦୁଃଖ ଦୂର କରିଥିଲା ଭାରତ। ୨୦୧୧ରେ ଦିନିକିଆ ବିଶ୍ବକପ୍‌ଏବଂ ୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ବିଜେତା ହେବା ପରେ ୨୦୧୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଉପବିଜେତା ରହିଥିଲା ଭାରତ। ୨୦୧୭ ଚାମ୍ପିଅନ୍ସ ଟ୍ରଫି, ୨୦୨୧ ଓ ୨୦୨୩ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍ ଏବଂ ୨୦୨୩ ଦିନିକିଆ ବିଶ୍ବକପ୍‌ରେ ଉପବିଜେତା ରହିବା ପରେ ଭାରତ ଲଗାତାର ଦୁଇଟି ଆଇସିସି ଟ୍ରଫି ଜିତିଛି। ଏହି ଦୁଇ ଟ୍ରଫି ହେଲା ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଏବଂ ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫି।

ଆହୁରି ପଢନ୍ତୁ - Richa Ghosh auction price: ଦ ହଣ୍ଡ୍ରେଡ୍‌ ନିଲାମରେ ୧୨ ଭାରତୀୟ ମହିଳା କ୍ରିକେଟର୍‌: ରିଚାଙ୍କ ଦର ସବୁଠୁ ଅଧିକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe