indian-air-force-fighter-jets (@ndtv)
ନୂଆଦିଲ୍ଲୀ: ଦୀପାବଳି ଅବସରରେ ଭାରତୀୟ ବାୟୁସେନା ଏକ ଅନନ୍ୟ ଉପାୟରେ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛି।
ଭାରତୀୟ ବାୟୁସେନା ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହାର ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ସହିତ ବାୟୁସେନା ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇବା ସହିତ ସମସ୍ତଙ୍କ ପାଇଁ ଦୀପାବଳି ସୁରକ୍ଷିତ ହେଉ ତାହାର କାମନା କରିଛନ୍ତି।
ଏହି ଭିଡିଓରେ ଏକ ଯୁଦ୍ଧ ବିମାନ ଆକାଶରେ ଉଡ଼ୁଥିବା ବେଳେ ସେଥିରୁ କ୍ରମାଗତ ଭାବେ ତାରାତାରା ଆକୃତିର ନିଆଁ ବାହାରୁଥିବା ଦେଖିବାକୁ ମିଳିଛି। ବିମାନରୁ ରକେଟ ଓ ତାରା ଭଳି ନିଆଁ ବାହାରିବାର ଶୈଳୀ ଖୁବ ଆକର୍ଷଣୀୟ ଦେଖାଉଛି।
ଅଧିକପଢ଼ନ୍ତୁ:ଚପଲ କିଣିଦେବା ଆଳରେ ଡ଼ାକିନେଇ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜଙ୍ଗଲରେ ଦୁଷ୍କର୍ମ
ଅନ୍ୟପକ୍ଷରେ ଦୀପାବଳିକୁ ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ପହଲଗାମ ଆତଙ୍କବାଦୀ ଆକ୍ରମଣର ଭାରତର ପ୍ରତିକ୍ରିୟା ଅପରେସନ ସିନ୍ଦୂରର ସଫଳତାକୁ ଦୀପାବଳି ସହିତ ପାଳନ କରିବେ। ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମଥର ପାଇଁ ଭାରତୀୟ ନୌସେନା କର୍ମଚାରୀଙ୍କ ସହିତ ଦୀପାବଳି ପାଳନ କରିବେ। ଏହି ଅବସରରେ ନରେନ୍ଦ୍ର ମୋଦି ପ୍ରଥମେ କର୍ମଚାରୀମାନଙ୍କୁ ଭେଟିବେ । କିଛି ସମୟ ସେମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ପରେ ଭୋଜନରେ ଯୋଗ ଦେବେ ମୋଦି।
ଅଧିକପଢ଼ନ୍ତୁ:ନିୟନ୍ତ୍ରଣ ହରାଇ ରନୱେରୁ ଖସିଯାଇ ସମୁଦ୍ରରେ ପଡିଲା ବିମାନ
ସେହିପରି ୨୦୧୪ରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରଠାରୁ ମୋଦି ପ୍ରତିବର୍ଷ ସଶସ୍ତ୍ର ବାହିନୀ କର୍ମଚାରୀଙ୍କ ସହିତ ଦୀପାବଳି ପାଳନ କରି ଆସୁଛନ୍ତି।
indian-air-force diwali-wishes
Follow Us