Indian-Origin Woman Raped In UK: ନିଜ ଦେଶକୁ ଫେରିଯାଅ କହି ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ଦୁଷ୍କର୍ମ କଲେ ଯୁବକ

Advertisment

ନିଜ ଦେଶକୁ ଫେରିଯାଅ କହି ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ଦୁଷ୍କର୍ମ କଲେ ଯୁବକ। ବ୍ରିଟେନରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଜଣେ ଶିଖ ମହିଳାଙ୍କୁ ଦୁଷ୍କର୍ମ ହେବା ଘଟଣାର ଗୋଟିଏ ମାସ ପରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି।

ନିଜ ଦେଶକୁ ଫେରିଯାଅ କହି ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ଦୁଷ୍କର୍ମ କଲେ ଯୁବକ। ବ୍ରିଟେନରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଜଣେ ଶିଖ ମହିଳାଙ୍କୁ ଦୁଷ୍କର୍ମ ହେବା ଘଟଣାର ଗୋଟିଏ ମାସ ପରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି।

uk crime

Attacker caught on CCTV. Photograph: (sambad.in)

ନୂଆଦିଲ୍ଲୀ: ନିଜ ଦେଶକୁ ଫେରିଯାଅ କହି ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ଦୁଷ୍କର୍ମ କଲେ ଯୁବକ। ବ୍ରିଟେନରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଜଣେ ଶିଖ ମହିଳାଙ୍କୁ ଦୁଷ୍କର୍ମ ହେବା ଘଟଣାର ଗୋଟିଏ ମାସ ପରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବ୍ରିଟିଶ ପୁଲିସର କହିବା ମୁତାବକ, ଉତ୍ତର ଇଂଲଣ୍ଡରେ ଜଣେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି।

ଏହି ଘଟଣାରେ, ପଶ୍ଚିମ ମିଡଲ୍ୟାଣ୍ଡସ୍ ପୁଲିସ ସିସିଟିଭି ଫୁଟେଜ୍ ଜାରି କରିଛି ଏବଂ ସିସିଟିଭିରେ ନଜର ଆସୁଥିବା ଜଣେ ଅଜଣା ଯୁବକଙ୍କୁ ଖୋଜିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛି। ପୁଲିସ କହିଛି ଯେ, ଶନିବାର ସନ୍ଧ୍ୟାରେ ୱାଲସଲର ପାର୍କ ହଲ୍ ଅଞ୍ଚଳରୁ ଜଣେ ମହିଳା ଫୋନ କରି ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ମହିଳାଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଥିବା ଦେଖିବାକୁ ପାଇଥିଲା। ପାର୍କରେ ବୁଲୁଥିବା ବେଳେ ହଠାତ୍ ଜଣେ ଅଜଣା ଯୁବକ ଭାରତ ଫେରିଯିବାକୁ କହି ଏଭଳି ଅପରାଧ କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତା। ଏହି ଅପରାଧକୁ "ଜାତିଗତ ଭେବଭାବ" ବୋଲି କହି ପଶ୍ଚିମ ମିଡଲ୍ୟାଣ୍ଡସ୍ ପୁଲିସ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସିସିଟିଭି ଫୁଟେଜ୍ ଜାରି କରିଛି।

ଏହା ସବୁଠାରୁ ଭୟଙ୍କର ଆକ୍ରମଣ ଥିଲା: ପୁଲିସ

ପୁଲିସ କହିଛି ଯେ, "ଏହା ଜଣେ ମହିଳାଙ୍କ ଉପରେ ସବୁଠାରୁ ଭୟଙ୍କର ଆକ୍ରମଣ ଥିଲା। ଆମେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛୁ। ଆମ ପାଖରେ ପ୍ରମାଣ ସଂଗ୍ରହ କରୁଥିବା ଅଧିକାରୀଙ୍କ ଏକ ଦଳ ରହିଛି। ଆକ୍ରମଣକାରୀଙ୍କ ଏକ ପ୍ରୋଫାଇଲ୍ ବର୍ତ୍ତମାନ ପ୍ରସ୍ତୁତ କରାଯାଉଛି ଯାହା ଦ୍ଵାରା ତାକୁ ଯଥାଶୀଘ୍ର ଅଟକ ରଖାଯାଇପାରିବ।"

ଆହୁରି ପଢ଼ନ୍ତୁ: Loot At Bonai: ମହିଳା ଓ ତାଙ୍କ ଝିଅକୁ ବାନ୍ଧି କୋଟିଏ ଟଙ୍କାର ସୁନା ଓ ନଗଦ ୨୫ ଲକ୍ଷ ଟଙ୍କା ଲୁଟିନେଲେ ପାଞ୍ଚ ମୁଖା ପିନ୍ଧା ଯୁବକ

ଆହୁରି ପଢ଼ନ୍ତୁ: Red warning for Malkangiri: ମାଲକାନଗିରିକୁ ରେଡ୍‌ ୱାର୍ଣ୍ଣିଂ: ଚାଷୀ ଛାନିଆ, ତରବରିଆ ଭାବେ କାଟୁଛନ୍ତି ଧାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe