Advertisment

Indian Passport: ପାସ୍‌ପୋର୍ଟ ତାଲିକାରେ ଭାରତୀୟ ପାସ୍‌ପୋର୍ଟ ୭୫ତମ ସ୍ଥାନରେ ରହିଛି

Advertisment

ବିଶ୍ବର ପ୍ରଭାବଶାଳୀ ପାସ୍‌ପୋର୍ଟ ତାଲିକାରେ ଭାରତୀୟ ପାସ୍‌ପୋର୍ଟ ୭୫ତମ ସ୍ଥାନରେ ରହିଛି। ଚଳିତ ବର୍ଷ ଆରମ୍ଭ ବେଳକୁ ଏହି ତାଲିକାରେ ଭାରତ ୮୦ତମ ସ୍ଥାନରେ ଥିଲା। ମାସକ ଭିତରେ‌ ସେଥିରେ ପାଞ୍ଚ ପାହାଚର ଉନ୍ନତି ଘଟିଥିବା ହେନ୍‌ଲି ପାସ୍‌ପୋର୍ଟ ଇଣ୍ଡେକ୍ସର ୨୦୨୬ ଫେବ୍ରୁଆରି ରିପୋର୍ଟରୁ ଜଣାପଡ଼ିଛି।

ବିଶ୍ବର ପ୍ରଭାବଶାଳୀ ପାସ୍‌ପୋର୍ଟ ତାଲିକାରେ ଭାରତୀୟ ପାସ୍‌ପୋର୍ଟ ୭୫ତମ ସ୍ଥାନରେ ରହିଛି। ଚଳିତ ବର୍ଷ ଆରମ୍ଭ ବେଳକୁ ଏହି ତାଲିକାରେ ଭାରତ ୮୦ତମ ସ୍ଥାନରେ ଥିଲା। ମାସକ ଭିତରେ‌ ସେଥିରେ ପାଞ୍ଚ ପାହାଚର ଉନ୍ନତି ଘଟିଥିବା ହେନ୍‌ଲି ପାସ୍‌ପୋର୍ଟ ଇଣ୍ଡେକ୍ସର ୨୦୨୬ ଫେବ୍ରୁଆରି ରିପୋର୍ଟରୁ ଜଣାପଡ଼ିଛି।

Untitled-22.jpg

Photograph: (google)

ନୂଆଦିଲ୍ଲୀ: ବିଶ୍ବର ପ୍ରଭାବଶାଳୀ ପାସ୍‌ପୋର୍ଟ ତାଲିକାରେ ଭାରତୀୟ ପାସ୍‌ପୋର୍ଟ ୭୫ତମ ସ୍ଥାନରେ ରହିଛି। ଚଳିତ ବର୍ଷ ଆରମ୍ଭ ବେଳକୁ ଏହି ତାଲିକାରେ ଭାରତ ୮୦ତମ ସ୍ଥାନରେ ଥିଲା। ମାସକ ଭିତରେ‌ ସେଥିରେ ପାଞ୍ଚ ପାହାଚର ଉନ୍ନତି ଘଟିଥିବା ହେନ୍‌ଲି ପାସ୍‌ପୋର୍ଟ ଇଣ୍ଡେକ୍ସର ୨୦୨୬ ଫେବ୍ରୁଆରି ରିପୋର୍ଟରୁ ଜଣାପଡ଼ିଛି। ହେନ୍‌ଲି ଅନୁସାରେ ଯେଉଁ ଦେଶର ପାସ୍‌ପୋର୍ଟ ମାଧ୍ୟମରେ ଯେତେ ଅଧିକ ଦେଶକୁ ଭିସାମୁକ୍ତ ପ୍ରବେଶ ଅନୁମତି ମିଳିବ ତାହା ସେ‌ତେ ଶକ୍ତିଶାଳୀ। ତେବେ ଭାରତର ସର୍ବଶ୍ରେଷ୍ଠ ରୢାଙ୍କ୍‌ ୨୦୦୬ରେ ୭୧ ଥିଲା। ତାପରଠାରୁ ଭାରତୀୟ ପାସ୍‌ପୋର୍ଟ ଏହି ତାଲିକାରେ ତଳକୁ ତଳକୁ ଖସିଥିଲା। ହେନ୍‌ଲି ତାଲିକା ଅନୁସାରେ ବିଶ୍ବର ସବୁଠୁ ପ୍ରଭାବଶାଳୀ ପାସ୍‌ପୋର୍ଟ ହେଉଛନ୍ତି ସିଙ୍ଗାପୁରର ପାସ୍‌ପୋର୍ଟ। ସେଥିରେ ସର୍ବାଧିକ ୧୯୨ଟି ଦେଶକୁ ଭିସାମୁକ୍ତ ପ୍ରବେଶ ଅନୁମତି ରହିଛି। ତାଲିକାର ଦ୍ବିତୀୟ ସ୍ଥାନରେ ଜାପାନ ଓ ଦକ୍ଷିଣ କୋରିଆ ରହିିଥିବା ସହ ତୃତୀୟରେ ସ୍ବିଡେନ, ୟୁଏଇ ରହିଛନ୍ତି। ଚତୁର୍ଥ ସ୍ଥାନରେ ବେଲଜିୟମ ଓ ସ୍ବିଜରଲ୍ୟାଣ୍ଡ୍‌ ଭଳି ୧୨ଟି ଦେଶର ନାମ ରହିଛି। ଆମେରିକା ପାସ୍‌ପୋର୍ଟ ଦଶମ ସ୍ଥାନରେ ରହିଛି। ତେବେ ମୋଟାମୋଟି ଭାବେ ଦେଖିଲେ ତାଲିକାରେ ଏସୀୟ ରାଷ୍ଟ୍ରଗୁଡ଼ିକର ଆଧିପତ୍ୟ ରହିଛି। ସିଙ୍ଗାପୁର, ଜାପାନ ଓ କୋରିଆ ପ୍ରଥମ ଦୁଇଟି ସ୍ଥାନ ଅକ୍ତିଆର କରିଛନ୍ତି। ଭିସାମୁକ୍ତ ପ୍ରବେଶର ଅର୍ଥ ହେଉଛି ଏହି ଦେଶଗୁଡ଼ିକର ବିଭିନ୍ନ ଦେଶ ସହ କୂଟନୈତିକ ସମ୍ପର୍କ ବହୁତ ଭଲ ରହିଛି। ବର୍ଷ ବର୍ଷ ଧରି ସେମାନଙ୍କ ରୢାଙ୍କରେ ବିଶେଷ ପରିବର୍ତ୍ତନ ହେଉନାହିଁ। କିନ୍ତୁ କିଛି ବର୍ଷ ମଧ୍ୟରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ପାସ୍‌ପୋର୍ଟର ପ୍ରଭାବ କମ୍‌ ହେବାରେ ଲାଗିଛି। ୨୦୧୪ ବେଳକୁ ଆମେରିକା ଓ ବ୍ରିଟେନ୍‌ର ପାସ୍‌ପୋର୍ଟ ତାଲିକାର ଅଗ୍ରଣୀ ସ୍ଥାନରେ ଥିଲା। ଏବେ ସେମାନେ ଯଥେଷ୍ଟ ତଳକୁ ଖସିଆସିଛନ୍ତି।

ଆହୁରି ପଢ଼ନ୍ତୁ: ମହୁ ଉପରେ ପତଞ୍ଜଳିର ଅନୁସନ୍ଧାନ ଅନ୍ତର୍ଜାତୀୟ ଜର୍ଣ୍ଣାଲରେ ପ୍ରକାଶିତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe