ନୂଆଦିଲ୍ଲୀ: ଟ୍ରେନ ସମୟସାରଣୀ (ଟିଏଜି) ୨୦୨୬ ଅଧୀନରେ ଭାରତୀୟ ରେଳବାଇ ନୂତନ ଟ୍ରେନ ଚଳାଚଳ ଆରମ୍ଭ କରିଛି। ଏହା ବର୍ତ୍ତମାନର ସେବାକୁ ସଂପ୍ରସାରଣ କରିବା ସହିତ ଟ୍ରେନ ଚଳାଚଳ ସଂଖ୍ୟାକୁ ବଢ଼ାଇଛି, କେତେକ ଟ୍ରେନକୁ ସୁପରଫାଷ୍ଟ ରୂପେ ପରିବର୍ତ୍ତନ କରିଛି ଏବଂ ବିଭିନ୍ନ ରେଳ ଜୋନରେ ସେବାକୁ ତ୍ୱରାନ୍ୱିତ କରିଛି। ୨୦୨୬ ଟ୍ରେନ ସମୟ ସାରଣୀ ଅଧୀନରେ, ସର୍ବମୋଟ ୧୨୨ଟି ନୂତନ ଟ୍ରେନ୍ ଚଳାଚଳ ଆରମ୍ଭ କରାଯାଇଛି। ୮୬ଟି ଟ୍ରେନର ସମ୍ପ୍ରସାରଣ କରାଯିବା ସହିତ 8ଟି ଟ୍ରେନକୁ ଅଧିକ ଥର ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି। ଭାରତୀୟ ରେଳବାଇରେ ୧୦ଟି ଟ୍ରେନକୁ ସୁପରଫାଷ୍ଟ ଟ୍ରେନ ରୂପେ ପରିବର୍ତ୍ତିତ କରାଯିବା ସହିତ ୫୪୯ଟି ଟ୍ରେନ୍ ଗତି ବୃଦ୍ଧି କରାଯାଇଛି।
କେନ୍ଦ୍ରୀୟ ରେଳବାଇ (ସିଆର) ଜୋନରେ, ୪ଟି ନୂତନ ଟ୍ରେନ ଚଳାଚଳ କରାଯାଇଛି, ୬ଟି ଟ୍ରେନକୁ ସମ୍ପ୍ରସାରଣ କରାଯାଇଛି ଏବଂ ୩୦ଟି ଟ୍ରେନର ଗତି ବୃଦ୍ଧି କରାଯାଇଛି। ପୂର୍ବତଟ ରେଳବାଇ ଅଧୀନରେ ୪ଟି ନୂତନ ଟ୍ରେନ ଚଳାଚଳ କରାଯାଇଛି, ୪ଟି ଟ୍ରେନର ସମ୍ପ୍ରସାରଣ କରିଛି ଏବଂ ୩ଟି ଟ୍ରେନର ଗତି ବୃଦ୍ଧି କରାଯାଇଛି। ପୂର୍ବ କେନ୍ଦ୍ରୀୟ ରେଳବାଇ ଅଧୀନରେ ୨୦ଟି ନୂତନ ଟ୍ରେନ ଚଳାଚଳ କରିଛି, ୨୦ଟି ଟ୍ରେନର ସମ୍ପ୍ରସାରଣ ହୋଇଛି ଏବଂ ୧୨ଟି ଟ୍ରେନର ଗତି ବୃଦ୍ଧି କରାଯାଇଛି। ପୂର୍ବ ରେଳବାଇ ଅଧୀନରେ ୬ଟି ନୂତନ ଟ୍ରେନ ଚଳାଚଳ କରାଯାଇଛି, ୪ଟି ଟ୍ରେନକୁ ସମ୍ପ୍ରସାରଣ କରାଯାଇଛି ଏବଂ ୩୨ଟି ଟ୍ରେନର ଗତି ବୃଦ୍ଧି କରାଯାଇଛି।
ଏନସିଆର ଜୋନରେ ୨ଟି ନୂତନ ଟ୍ରେନ୍
ଉତ୍ତର କେନ୍ଦ୍ରୀୟ ରେଳବାଇ (ଏନସିଆର) ଜୋନରେ ୨ଟି ନୂତନ ଟ୍ରେନ୍ ଚଳାଚଳ ସହିତ ୪ ଟ୍ରେନ୍ ସମ୍ପ୍ରସାରଣ କରାଯାଇଛି। ୨ଟି ଟ୍ରେନ୍କୁ ଅଧିକ ଥର ଚଳାଚଳ କରାଯାଇଛି ଏବଂ ଗୋଟିଏ ଟ୍ରେନ୍ର ଗତି ବୃଦ୍ଧି କରାଯାଇଛି। ଉତ୍ତର ପୂର୍ବ ରେଳବାଇରେ ୮ଟି ନୂତନ ଟ୍ରେନ୍ ଚଳାଚଳ କରିଛି। ସେହିପରି ଏହି ଜୋନରେ ୪ଟି ଟ୍ରେନର ସମ୍ପ୍ରସାରଣ କରାଯାଇଛି। ୨ଟି ଟ୍ରେନକୁ ଅଧିକ ଥର ଚଳାଚଳ କରାଯିବା ସହିତ ୧୨ଟି ଟ୍ରେନ୍ର ଗତି ବୃଦ୍ଧି ହୋଇଛି। ଉତ୍ତର ପୂର୍ବ ସୀମାନ୍ତ ରେଳବାଇ ୧୦ଟି ନୂତନ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି ଏବଂ ୩୬ଟି ଟ୍ରେନ୍ର ଗତି ବୃଦ୍ଧି କରିଛି। ଉତ୍ତର ରେଳବାଇ ୨୦ଟି ନୂତନ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି। ୧୦ଟି ଟ୍ରେନର ସମ୍ପ୍ରସାରଣ କରିଛି ଏବଂ ୨୪ଟି ଟ୍ରେନ୍ର ଗତି ବୃଦ୍ଧି କରିଛି। ଅନ୍ୟପକ୍ଷରେ ଉତ୍ତର ପଶ୍ଚିମ ରେଳବାଇ ୧୨ଟି ନୂତନ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି। ୬ଟି ଟ୍ରେନର ସମ୍ପ୍ରସାରଣ କରିଛି, ୨ଟି ଟ୍ରେନର ଚଳାଚଳକୁ ବୃଦ୍ଧି କରିଛି ଏବଂ ୮୯ଟି ଟ୍ରେନ୍ର ଗତି ବୃଦ୍ଧି କରିଛି।
ଆହୁରି ପଢ଼ନ୍ତୁ: Narendra Modi: ସୋମନାଥ ସ୍ୱାଭିମାନ ପର୍ବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦୀ
୪ଟିର ସମ୍ପ୍ରସାରଣ
ଦକ୍ଷିଣ ରେଳବାଇ ୬ଟି ନୂତନ ଟ୍ରେନ୍ ଚଳାଚଳ କରିବା ସହିତ ୪ଟିର ସମ୍ପ୍ରସାରଣ, ୨ଟିକୁ ସୁପରଫାଷ୍ଟ ଟ୍ରେନରେ ପରିଣତ କରିଛି ଏବଂ ୭୫ଟି ଟ୍ରେନ୍ ଗତି ବୃଦ୍ଧି କରିଥିଲା। ଦକ୍ଷିଣ ପଶ୍ଚିମ ରେଳବାଇ ୮ଟି ନୂତନ ଟ୍ରେନ୍ ଚଳାଚଳ କରିଛି, ୬ଟି ଟ୍ରେନର ସମ୍ପ୍ରସାରଣ କରିଛି, ୮ଟି ଟ୍ରେନର ଗତି ବୃଦ୍ଧି କରାଯାଇ ସୁପରଫାଷ୍ଟ ଟ୍ରେନରେ ପରିଣତ କରାଯାଇଛି ଏବଂ ୧୧୭ଟି ଟ୍ରେନ୍ ଗତି ବୃଦ୍ଧି କରାଯାଇଛି ଯାହା ସମସ୍ତ ଜୋନ୍ ମଧ୍ୟରେ ସର୍ବାଧିକ। ପଶ୍ଚିମ କେନ୍ଦ୍ରୀୟ ରେଳବାଇ ୮ଟି ନୂତନ ଟ୍ରେନ୍ ଚଳାଚଳ କରିବା ସହିତ ୨୭ଟି ଟ୍ରେନ୍ ଗତି ବୃଦ୍ଧି କରିଛି। ପଶ୍ଚିମ ରେଳବାଇ ୧୦ଟି ନୂତନ ଟ୍ରେନ୍ ଚଳାଚଳ କରାଇବା ସହିତ ୧୦ଟିର ସମ୍ପ୍ରସାରଣ କରିଛି, ୨ଟି ଟ୍ରେନକୁ ଅଧିକ ଥର ଚଳାଚଳ କରିଛି ​​ଏବଂ ୮୦ଟି ଟ୍ରେନ୍ ଗତି ବୃଦ୍ଧି କରିଛି।
ଆହୁରି ପଢ଼ନ୍ତୁ: State Cabinet: ରାଜ୍ୟ କ୍ୟାବିନେଟ୍ରେ ୧୧ଟି ପ୍ରସ୍ତାବକୁ ଅନୁମୋଦନ
Follow Us