Leave Iran: ନାଗରିକଙ୍କ ପାଇଁ ଭାରତର କଡ଼ା ପରାମର୍ଶାବଳୀ

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ଇରାନ ଆନ୍ଦୋଳନକାରୀଙ୍କୁ ସରକାରୀ ପ୍ରତିଷ୍ଠାନ ଦଖଲ କରିବାପାଇଁ ଆହ୍ବାନ କରିବାପରେ ଏବଂ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ସୁନିଶ୍ଚିତ କରିବାପରେ ଏବେ ଇରାନରେ ସ୍ଥିତି ଅଧିକ ଜଟିଳ ହୋଇଯାଇଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ଇରାନ ଆନ୍ଦୋଳନକାରୀଙ୍କୁ ସରକାରୀ ପ୍ରତିଷ୍ଠାନ ଦଖଲ କରିବାପାଇଁ ଆହ୍ବାନ କରିବାପରେ ଏବଂ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ସୁନିଶ୍ଚିତ କରିବାପରେ ଏବେ ଇରାନରେ ସ୍ଥିତି ଅଧିକ ଜଟିଳ ହୋଇଯାଇଛି।

download (2)

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ଇରାନ ଆନ୍ଦୋଳନକାରୀଙ୍କୁ ସରକାରୀ ପ୍ରତିଷ୍ଠାନ ଦଖଲ କରିବାପାଇଁ ଆହ୍ବାନ କରିବାପରେ ଏବଂ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ସୁନିଶ୍ଚିତ କରିବାପରେ ଏବେ ଇରାନରେ ସ୍ଥିତି ଅଧିକ ଜଟିଳ ହୋଇଯାଇଛି। ଯେକୌଣସି ସମୟରେ ଆମେରିକା ଇରାନରେ ଆକ୍ରମଣ କରିପାରେ ବୋଲି ଏଥିରୁ ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ସୁରକ୍ଷା ଦୃଷ୍ଟିରୁ ଆଜି ଭାରତ ଇରାନରେ ଥିବା ଏହାର ନାଗରିକଙ୍କ ପାଇଁ ଏକ କଡ଼ା ପରାମର୍ଶାବଳୀ ଜାରି କରିିଛି। ତେହେରାନ ସ୍ଥିତ ଭାରତୀୟ ଦୂତାବାସ ଦ୍ବାରା ଜାରି ହୋଇଥିବା ପରାମର୍ଶାବଳୀରେ ଭାରତୀୟଙ୍କୁ ତୁରନ୍ତ ଯେକୌଣସି ଉପାୟରେ ଇରାନ ଛାଡ଼ିବାପାଇଁ କୁହାଯାଇଛି।

ଅଧିକପଢ଼ନ୍ତୁ:ଜୁବିନ ଗର୍ଗଙ୍କୁ ହତ୍ୟା କରାଯାଇନି, ମାତ୍ରାଧିକ ନିଶାରେ ଥିଲେ

ତୁରନ୍ତ ଇରାନ୍‌ ଛାଡ଼

 ଦୂତାବାସ ଦ୍ବାରା ଜାନୁଆରି ୫ ତାରିଖରେ ଜାରି ପରାମର୍ଶାବଳୀକୁ ଅଧିକ ବିସ୍ତାର କରି କୁହାଯାଇଛି ଯେ ଇରାନରେ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ରହୁଥିବା ସମସ୍ତ ଭାରତୀୟ ନାଗରିକ ତଥା ଛାତ୍ର, ତୀର୍ଥଯାତ୍ରୀ, ବ୍ୟବସାୟୀ ଏବଂ ପର୍ଯ୍ୟଟକମାନେ ଯେକୌଣସି ପ୍ରକାର ପରିବହନ ବ୍ୟବସ୍ଥାରେ ତୁରନ୍ତ ଇରାନ ଛାଡ଼ି ଦିଅନ୍ତୁ। ଏଥିପାଇଁ ବ୍ୟବସାୟିକ ବିମାନ ବି ବ୍ୟବହାର କରିହେବ ବୋଲି ପରାମର୍ଶାବଳିରେ କୁହାଯାଇଛି। ଭାରତୀୟଙ୍କୁ ସର୍ବାଧିକ ସତର୍କତା ଅବଲମ୍ବନ କରିବାପାଇଁ କୁହାଯାଇଛି। ଆନ୍ଦୋଳନ ସ୍ଥଳଠାରୁ ଦୂରେଇ ରହିବାପାଇଁ ଏବଂ ତେହରାନ ସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରହିବାପାଇଁ କୁହାଯାଇଛି। ଯାତ୍ରା ଏବଂ ପରିଚୟ ପତ୍ର ପ୍ରସ୍ତୁତ ରଖିବା ସହ ସ୍ଥାନୀୟ ଘଟଣା ଉପରେ ଭଲଭାବେ ନଜର ରଖିବାପାଇଁ କୁହାଯାଇଛି।

ଏଥିସହ ଯେଉଁମା‌ନେ ଦୂତାବାସରେ ସେମାନଙ୍କ ନାମ ପଞ୍ଜିକରଣ କରିନାହାନ୍ତି ସେମାନଙ୍କୁ ତୁରନ୍ତ ଏହି କାର୍ଯ୍ୟ ସମାପନ କରିବାପାଇଁ କୁହାଯାଇଛି। ଯେକୌଣସି ପ୍ରକାର ସହଯୋଗ ପାଇଁ ଦୂତାବାସ ସହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସହଯୋଗ ପାଇଁ ଜରୁରୀ ହେଲ୍ପଲାଇନ ନମ୍ବର ଏବଂ ଇମେଲ୍‌ ସପୋର୍ଟ ସକ୍ରିୟ କରାଯାଇଛି। ଇତି ମଧ୍ୟରେ ଇରାନ ଅଧିକାରୀମାନେ ଅଭିଯୋଗ କରୁଛନ୍ତି ଯେ ଆମେରିକା ଏବଂ ଇସ୍ରାଏଲ ଆନ୍ଦୋଳନକାରୀଙ୍କୁ ଉତ୍ତେଜିତ କରି ଦେଶରେ ଅସ୍ଥିରତା ସୃଷ୍ଟି କରୁଛନ୍ତି।

ଅଧିକପଢ଼ନ୍ତୁ:ଏତିହାଦ ଏୟାରୱେଜ୍‌ ସବୁଠୁ ସୁରକ୍ଷିତ ଏୟାରଲାଇନ୍‌: ତାଲିକାରେ ଭାରତୀୟ କମ୍ପାନି ନାଁ ନାହିଁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe