Indias Crude Basket: ରୁଷ୍‌ରୁ ଅଶୋଧିତ ତେଲ ଆମଦାନି କମୁଛି, ମଧ୍ୟପ୍ରାଚ୍ୟରୁ ବଢ଼ୁଛି

Advertisment

ରୁଷ୍‌ରୁ ଭାରତ ଅଶୋଧିତ ତେଲ ଆମଦାନି କରୁଥିବା କାରଣରୁ ନୂଆଦିଲ୍ଲୀ ଉପରେ ଟ୍ରମ୍ପ ଜରିମାନା ଆକାରରେ ୨୫ ପ୍ରତିଶତ ଆମଦାନି ଶୁଳ୍କ ଲଗାଇଛନ୍ତି। ଏସବୁ କାରଣରୁ ରୁଷ୍‌ରୁ ଭାରତର ତେଲ ଆମଦାନି କମିଥିବା କୁହାଯାଉଛି।

ରୁଷ୍‌ରୁ ଭାରତ ଅଶୋଧିତ ତେଲ ଆମଦାନି କରୁଥିବା କାରଣରୁ ନୂଆଦିଲ୍ଲୀ ଉପରେ ଟ୍ରମ୍ପ ଜରିମାନା ଆକାରରେ ୨୫ ପ୍ରତିଶତ ଆମଦାନି ଶୁଳ୍କ ଲଗାଇଛନ୍ତି। ଏସବୁ କାରଣରୁ ରୁଷ୍‌ରୁ ଭାରତର ତେଲ ଆମଦାନି କମିଥିବା କୁହାଯାଉଛି।

14c3d96e-ab4f-4c8e-8cb9-9d4aa54cfd96

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଲାଗୁ ପରେ ଭାରତ ଏହାର ଅଶୋଧିତ ତେଲ ଆମଦାନି ରଣନୀତି ବଦଳାଇଛି। ରୁଷ୍‌ରୁ କମ୍‌ ତେଲ ଆମଦାନି କରୁଥିବାବେଳେ ମଧ୍ୟପ୍ରାଚ୍ୟରୁ ଅଧିକ ତେଲ ଆମଦାନି କରିବା ଆରମ୍ଭ କରିଛି। ଡାଟା ଆନାଲିଟିକ୍ସ ସଂସ୍ଥା କେପଲର୍‌ ସୂତ୍ରରୁ ଜଣାଯାଇଛି ଯେ ଚଳିତମାସର ପ୍ରଥମ ୩ ସପ୍ତାହରେ ଭାରତ ରୁଷ୍‌ରୁ ଦୈନିକ ପ୍ରାୟ ୧.୧ ନିୟୁତ ବ୍ୟାରେଲ ଅଶୋଧିତ ତେଲ ଆମଦାନି କରିଛି। ଗତବର୍ଷ ଡିସେମ୍ବରରେ ତେଲ ଆମଦାନି ଦୈନିକ ୧.୨୧ ନିୟୁତ ବ୍ୟାରେଲ ରହିଥିଲା। ୨୦୨୫ ମଧ୍ୟଭାଗରେ ଏହା ୨ ନିୟୁତ ବ୍ୟାରେଲ୍‌ରୁ ଅଧିକ ରହିଥିଲା।

ଅଧିକପଢ଼ନ୍ତୁ:ଆରପାରି‌ରେ ଓଡ଼ିଶାର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମ୍‌ଦାର୍‌

ନୂଆଦିଲ୍ଲୀ ଉପରେ ଟ୍ରମ୍ପ ଜରିମାନା ଆକାରରେ ୨୫ ପ୍ରତିଶତ ଆମଦାନି ଶୁଳ୍କ ଲଗାଇଛନ୍ତି

ଭାରତ ଏହାର ଅଶୋଧିତ ତେଲ ଆବଶ୍ୟକତାର ପ୍ରାୟ ୮୦ ପ୍ରତିଶତରୁ ଅଧିକ ଆମଦାନି ମାଧ୍ୟମରେ ପୂରଣ କରିଥାଏ। ତେଣୁ ନୂଆଦିଲ୍ଲୀ ଏହାର ପାରମ୍ପରିକ ଯୋଗାଣକାରୀ ବା ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ଉପରେ ଅଧିକ ନିର୍ଭରଶୀଳ ହେବା ଆରମ୍ଭ କରିଛି। ୟୁକ୍ରେନ ଉପରେ ରୁଷ୍‌ ସାମରିକ ଆକ୍ରମଣ କରିବା ପରେ ଭାରତର ତେଲ ଆମଦାନି ସମୀକରଣ ବଦଳି ଯାଇଥିଲା। ବିପୁଳ ରିହାତିରେ ରୁଷ୍‌ ତେଲ ବିକ୍ରି କରିବା ଆରମ୍ଭ କଲା। ଏହାର ଫାଇବା ଭାରତ ଏବଂ ଚୀନ ଭଳି ଦେଶ ନେଲେ। ଏକଦା ଭାରତ ଏହାର ମୋଟ ତୈଳ ଆମଦାନିର ୧ ପ୍ରତିଶତରୁ କମ୍‌ ରୁଷ୍‌ରୁ ଆମଦାନି କରୁଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଏହା ୪୦ ପ୍ରତିଶତ ସ୍ତରକୁ ବୃଦ୍ଧି ପାଇଥିଲା। କିନ୍ତୁ ରୁଷ୍‌ କମ୍ପାନି ଉପରେ ଟ୍ରମ୍ପ କଟକଣା ଲଗାଇବା ପରେ ସେଠାରୁ ଭାରତର ତେଲ ଆମଦାନି ହ୍ରାସ ପାଇଛି। ସେହିଭଳି ରୁଷ୍‌ରୁ ଭାରତ ଅଶୋଧିତ ତେଲ ଆମଦାନି କରୁଥିବା କାରଣରୁ ନୂଆଦିଲ୍ଲୀ ଉପରେ ଟ୍ରମ୍ପ ଜରିମାନା ଆକାରରେ ୨୫ ପ୍ରତିଶତ ଆମଦାନି ଶୁଳ୍କ ଲଗାଇଛନ୍ତି। ଏସବୁ କାରଣରୁ ରୁଷ୍‌ରୁ ଭାରତର ତେଲ ଆମଦାନି କମିଥିବା କୁହାଯାଉଛି।

ଅଧିକପଢ଼ନ୍ତୁ:ଆମର ସୈନିକ ରକ୍ତ ବୁହାଇଛନ୍ତି: ଟ୍ରମ୍ପଙ୍କୁ ମେଲୋନିଙ୍କ କଡ଼ା ଜବାବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe