Advertisment

Flight Missing: ୧୧ ଯାତ୍ରୀଙ୍କ ସହ ଇଣ୍ଡୋନେସିଆ ବିମାନ ନିଖୋଜ

Advertisment

୧୧ ଜଣ ଯାତ୍ରୀଙ୍କୁ ଧରି ଉଡ଼ାଣ କରୁଥିବା ଇଣ୍ଡୋନେସିଆର ଏକ ଆଞ୍ଚଳିକ ଯାତ୍ରୀବାହୀ ବିମାନ ଆଜି ହଠାତ୍‌ ମଝି ଆକାଶରେ ନିଖୋଜ ହୋଇଯାଇଛି। ଦକ୍ଷିଣ ସୁଲାୱେସିର ଏକ ପାର୍ବତ୍ୟାଞ୍ଚଳରେ ବିମାନଟି ଉଡ଼ୁଥିବାବେଳେ ହଠାତ ଟ୍ରାଫିକ କଣ୍ଟ୍ରୋଲ୍‌ ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

୧୧ ଜଣ ଯାତ୍ରୀଙ୍କୁ ଧରି ଉଡ଼ାଣ କରୁଥିବା ଇଣ୍ଡୋନେସିଆର ଏକ ଆଞ୍ଚଳିକ ଯାତ୍ରୀବାହୀ ବିମାନ ଆଜି ହଠାତ୍‌ ମଝି ଆକାଶରେ ନିଖୋଜ ହୋଇଯାଇଛି। ଦକ୍ଷିଣ ସୁଲାୱେସିର ଏକ ପାର୍ବତ୍ୟାଞ୍ଚଳରେ ବିମାନଟି ଉଡ଼ୁଥିବାବେଳେ ହଠାତ ଟ୍ରାଫିକ କଣ୍ଟ୍ରୋଲ୍‌ ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

17bbs_94_17012026_112

ଜାକର୍ତ୍ତା: ୧୧ ଜଣ ଯାତ୍ରୀଙ୍କୁ ଧରି ଉଡ଼ାଣ କରୁଥିବା ଇଣ୍ଡୋନେସିଆର ଏକ ଆଞ୍ଚଳିକ ଯାତ୍ରୀବାହୀ ବିମାନ ଆଜି ହଠାତ୍‌ ମଝି ଆକାଶରେ ନିଖୋଜ ହୋଇଯାଇଛି। ଦକ୍ଷିଣ ସୁଲାୱେସିର ଏକ ପାର୍ବତ୍ୟାଞ୍ଚଳରେ ବିମାନଟି ଉଡ଼ୁଥିବାବେଳେ ହଠାତ ଟ୍ରାଫିକ କଣ୍ଟ୍ରୋଲ୍‌ ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଇଣ୍ଡୋନେସିଆ ଏୟାର ଟ୍ରାନ୍ସପୋର୍ଟ ଦ୍ବାରା ପରିଚାଳିତ ଟର୍ବୋପ୍ରପ୍‌ ଏଟିଆର୍‌ ୪୨-୫୦୦ ଯୋଗ୍ୟକାର୍ତାରୁ ଦକ୍ଷିଣ ସୁଲାୱେସିର ରାଜଧାନୀକୁ ଯାଉଥିବାବେଳେ ଏହା ମଝି ଆକାଶରୁ କୁଆଡ଼େ ନିଖୋଜ ହୋଇଯାଇଛି।

ଆହୁରି ପଢ଼ନ୍ତୁ: PM in Westbengal: ‘ଟିଏମ୍‌ସି ସରକାର ନିର୍ମମ ଓ ଲୁଟେରା, ବଦଳାଇବା ସମୟ ଆସିଛି’: ପଶ୍ଚିମବଙ୍ଗରେ ନିର୍ବାଚନୀ ବିଗୁଲ୍ ବଜାଇଲେ ପ୍ରଧାନମନ୍ତ୍ରୀ

ପରିବହନ ମନ୍ତ୍ରାଳୟ ମୁଖପାତ୍ର ଏନଦା ପୁର୍ନମା ସାରି କହିଛନ୍ତି, ବିମାନଟିକୁ ଶେଷ ଥର ପାଇଁ ଆଜି ଅପରାହ୍ନ ୧.୧୭ରେ ମାରୋସ ଜିଲ୍ଲାର ଲିଙ୍ଗ-ଲିଙ୍ଗ ଅଞ୍ଚଳରେ ଟ୍ରାକ୍‌ କରାଯାଇଥିଲା। ବୁଲୁସାରାଉଙ୍ଗ ଜାତୀୟ ଉଦ୍ୟାନ ନିକଟରେ ଥିବା ଏକ ପାର୍ବତ୍ୟାଞ୍ଚଳରେ ଆଜି ଏହି ବିମାନ ନିଖୋଜ ହୋଇଛି। ବାୟୁସେନା ହେଲିକପ୍ଟର, ଡ୍ରୋନ୍‌ ଏବଂ ଗ୍ରାଉଣ୍ଡ ୟୁନିଟ୍‌ ଦ୍ବାରା ଏବେ ଏହି ବିମାନକୁ ଖୋଜିବାପାଇଁ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଛି। 

ଆହୁରି ପଢ଼ନ୍ତୁ: India US Trade: ଆମେରିକା ସହ ବାଣିଜ୍ୟ ରାଜିନାମାରେ କଣ୍ଟା ହୋଇପାରେ ଡାଲି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe