ରାଷ୍ଟ୍ରପତିଙ୍କୁ ଅପମାନ:ରାହୁଲ-ପ୍ରିୟଙ୍କା ଏବଂ ସୋନିଆ ଗାନ୍ଧୀଙ୍କ ବିରୋଧରେ କୋର୍ଟରେ ଚାଲିବ ମାମଲା

ବଜେଟ୍ ଅଧିବେଶନ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ପରେ ସୋନିଆ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟ ସମ୍ପର୍କରେ ମୁଜାଫରପୁରର ସିଜେଏମ୍ କୋର୍ଟରେ ଏକ ଅଭିଯୋଗ ଦାଖଲ କରାଯାଇଛି....

case against Rahul-Priyansa and Sonia Gandhi will  in the court

case against Rahul-Priyansa and Sonia Gandhi will in the court Photograph: (Sambad.in)

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ, ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏବଂ ୱାୟନ‌ାଡ଼ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମସ୍ୟା ବଢ଼ିବାକୁ ଯାଉଛି। ଏହି ତିନି ବରିଷ୍ଠ କଂଗ୍ରେସ ନେତାଙ୍କ ବିରୋଧରେ ମୁଜାଫରପୁରର ସିଜେଏମ୍ କୋର୍ଟରେ ଏକ ମାମଲା ରୁଜୁ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଅପମାନ ଜନକ ମନ୍ତବ୍ୟ ଦେଇଥିବାରୁ ଏହି ମାମଲା ଦାଏର ହୋଇଛି।

ଶୁକ୍ରବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ପରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ଭାଷଣ ସବୁ ମିଥ୍ୟା ପ୍ରତିଶ୍ରୁତି। ଅଭିଯୋଗରେ ଦର୍ଶାଯାଇଛି ଯେ, ରାହୁଲ ଗାନ୍ଧୀ ରାଷ୍ଟ୍ରପତିଙ୍କ ଭାଷଣକୁ ବିରକ୍ତିକର ବୋଲି ବର୍ଣ୍ଣନା କରିଛନ୍ତି। ସୋନିଆ ଗାନ୍ଧୀ ବିଚରା ମହିଳା ବୋଲି କହି ରାଷ୍ଟ୍ରପତିଙ୍କୁ ଅପମାନିତ କରିଛନ୍ତି।

ଏହି ମାମଲାରେ ମୁଜାଫରପୁରର ଆଇନଜୀବୀ ତଥା ଅଭିଯୋଗକାରୀ ସୁଧୀର କୁମାର ଓଝା ସିଜେଏମଙ୍କ କୋର୍ଟରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଯେତେବେଳେ ବଜେଟ୍ ଅଧିବେଶନରେ ଭାଷଣ ଶେଷ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଦନରୁ ବାହାରକୁ ଯାଉଥିଲେ ସେତେବେଳେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ତାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ।

ଆନଜୀବୀ ସୁଧୀର ଓଝାଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ଅଭିଯୋଗକୁ ମୁଜାଫରପୁର ସିଜେଏମ୍ କୋର୍ଟଙ୍କ ଦ୍ୱାରା ଗ୍ରହଣ କରାଯାଇଛି। ଏହି ମାମଲାର ଶୁଣାଣି ପାଇଁ ଫେବ୍ରୁଆରି ୧୦ ତାରିଖ ଧାର୍ଯ୍ୟ କରାଯାଇଛି। ଅଭିଯୋଗକାରୀ କହିଛନ୍ତି ଯେ, ରାଷ୍ଟ୍ରପତି ହେଉଛନ୍ତି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ। ତାଙ୍କ ବିରୋଧରେ ଦିଆଯାଇଥିବା କୌଣସି ମନ୍ତବ୍ୟକୁ ହାଲୁକା ଭାବେ ଗ୍ରହଣ କରାଯାଇପାରିବ ନାହିଁ। ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କୋର୍ଟଙ୍କୁ ଦାବି କରିଛନ୍ତି।

ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ କଂଗ୍ରେସ ଦଳ କିମ୍ବା ଗାନ୍ଧୀ ପରିବାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ମିଳିପାରି ନାହିଁ।

ସୂଚନାଯୋଗ୍ୟ ଯେ, ମୁଜାଫରପୁର କୋର୍ଟରେ ବହୁ ପ୍ରସିଦ୍ଧ ନେତାଙ୍କ ବିରୋଧରେ ଏଭଳି ଅଭିଯୋଗ ଦାଖଲ ହୋଇସାରିଛି। ଅପମାନଜନକ ମନ୍ତବ୍ୟ, ଜାତୀୟ ବିରୋଧୀ କାର୍ଯ୍ୟକଳାପ ତଥା ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ଆଡଭୋକେଟ୍ ସୁଧୀର ଓଝା ଅନେକ ନେତାଙ୍କ ବିରୋଧରେ ମାମଲା ଦାଏର କରିସାରିଛନ୍ତି।

ଅଧିକ ପଢ଼ନ୍ତୁ: କେନ୍ଦ୍ର ବଜେଟ୍‌ ଉପରେ ପ୍ରତିକ୍ରିୟା ଦେଲେ ନବୀନ; ଏମିତି କହିଲେ...

କଂଗ୍ରେସର ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ବଜେଟ୍ ଅଧିବେଶନ ପୂର୍ବରୁ ରାଷ୍ଟ୍ରପତି ମୁର୍ମୁଙ୍କ ସମ୍ବୋଧନ ନେଇ କହିଥିଲେ ଯେ, ଶେଷ ବେଳକୁ ରାଷ୍ଟ୍ରପତି ବହୁତ ଥକି ଯାଇଛନ୍ତି। ସେ କଥା ହୋଇପାରୁ ନଥିଲେ।

ସୋନିଆ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ ଦାବିରେ ବିଜେପି ନେତାଙ୍କ ମନ୍ତବ୍ୟ ନେଇ ପ୍ରିୟଙ୍କା ଗାନ୍ଧୀ ମା’ଙ୍କୁ ସୁରକ୍ଷା ଦେବାକୁ ଯାଇ କହିଥିଲେ, ଦେଶକୁ ଧ୍ୱଂସ କରିଥିବା ପାଇଁ ବିଜେପି ପ୍ରଥମେ କ୍ଷମା ମାଗିବା ଉଚିତ୍। ପ୍ରିୟଙ୍କା ଗାନ୍ଧୀ ଏହା ମଧ୍ୟ କହିଥିଲେ ଯେ, ମୋ ମା ଜଣେ ୭୦-୮୦ ବର୍ଷ ବୟସ୍କା ମହିଳା, ସେ କେବଳ କହିଥିଲେ, ରାଷ୍ଟ୍ରପତି ଏତେ ଲମ୍ବା ଭାଷଣ ପଢ଼ିଛନ୍ତି ଏବଂ ସେ ନିଶ୍ଚୟ ଥକିଯାଇଥିବେ।  ସେ କହିଥିଲେ ଯେ, ମୋ ମା’ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମ୍ମାନ କରନ୍ତି। 

ଅଧିକ ପଢ଼ନ୍ତୁ: ଅଘୋରୀ ବାବାଙ୍କୁ ପ୍ରେମ କରି ବସିଲେ ରୁଷିଆର ଯୁବତୀ, ବିବାହ କଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe