Advertisment

Vienna Technical Meeting : ଇରାନ ଆମେରିକାକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ବିକାଶ କରୁଥିବା ଟ୍ରମ୍ପଙ୍କ ଦାବିକୁ ଆମେରିକା ଗୁଇନ୍ଦାର ପ୍ରତ୍ୟାଖ୍ୟାନ

Advertisment

ଆମେରିକା-ଇରାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ଇରାନ ଆମେରିକାକୁ ଆକ୍ରମଣ କରିପାରୁଥିବା କ୍ଷେପଣାସ୍ତ୍ର ବିକଶିତ କରୁଛି ବୋଲି ଆମେରିକା ରାଷ୍ଟ୍ରପତିଙ୍କ ଦାବିକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି। ଏହି ଦାବିକୁ ଆମେରିକୀୟ ଗୁଇନ୍ଦା ବିଭାଗ ସମର୍ଥନ କରିନାହିଁ ବୋଲି ରିପୋର୍ଟରେ ପ୍ରକାଶ କରିଛି।

ଆମେରିକା-ଇରାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ଇରାନ ଆମେରିକାକୁ ଆକ୍ରମଣ କରିପାରୁଥିବା କ୍ଷେପଣାସ୍ତ୍ର ବିକଶିତ କରୁଛି ବୋଲି ଆମେରିକା ରାଷ୍ଟ୍ରପତିଙ୍କ ଦାବିକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି। ଏହି ଦାବିକୁ ଆମେରିକୀୟ ଗୁଇନ୍ଦା ବିଭାଗ ସମର୍ଥନ କରିନାହିଁ ବୋଲି ରିପୋର୍ଟରେ ପ୍ରକାଶ କରିଛି।

Vienna Technical Meeting

Vienna Technical Meeting Photograph: (SAMBAD.IN)

ଜେନେଭା: ଆମେରିକା-ଇରାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ଇରାନ ଆମେରିକାକୁ ଆକ୍ରମଣ କରିପାରୁଥିବା କ୍ଷେପଣାସ୍ତ୍ର ବିକଶିତ କରୁଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି କାରଣ ଏହି ଦାବିକୁ ଆମେରିକୀୟ ଗୁଇନ୍ଦା ବିଭାଗ ସମର୍ଥନ କରିନାହିଁ ବୋଲି ରଏଟର୍ସ ଏହାର ରିପୋର୍ଟରେ ପ୍ରକାଶ କରିଛି। ଅନ୍ୟପକ୍ଷରେ ଆମେରିକା ଓ ଇରାନ ମଧ୍ୟରେ ତେହେରାନର ପରମାଣୁ କାର୍ଯ୍ୟକ୍ରମ ନେଇ ତୃତୀୟ ପର୍ଯ୍ୟାୟ ଆଲୋଚନା ଜେନେଭାଠାରେ ଗୁରୁବାର ଶେଷ ହୋଇଛି। 

ଭିଏନାରେ ବୈଷୟିକ ସ୍ତରୀୟ ହେବ ଆଲୋଚନା

ଏହି କଥାବାର୍ତ୍ତାରେ ମଧ୍ୟସ୍ଥତା କରୁଥିବା ଓମାନ ବିଦେଶ ମନ୍ତ୍ରୀ ସୟିଦ ବଦର୍‌ ଅଲବୁସାଇଦି ଦୁଇ ପକ୍ଷ ମଧ୍ୟରେ ଆଲୋଚନାରେ ଅଗ୍ରଗତି ଘଟିଥିବା ନେଇ ସୂଚନା ଦେଇଛନ୍ତି। କିନ୍ତୁ ଯୁଦ୍ଧ ଏଡାଇ ପାରିବା ପରି ଚୁକ୍ତିର ସମ୍ଭାବନା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଅଲବୁସାଇଦି କହିଛନ୍ତି ଦୁଇ ପକ୍ଷ ନିଜ ଦେଶ ସହିତ ଆଲୋଚନା ପରେ ପୁଣି ଥରେ ଆଲୋଚନା କରିବାକୁ ଯୋଜନା ରଖିଛନ୍ତି। ଆସନ୍ତା ସପ୍ତାହରେ ଭିଏନାରେ ବୈଷୟିକ ସ୍ତରୀୟ ଆଲୋଚନା ହେବ। ଅଲବୁସାଇଦି ଶୁକ୍ରବାର ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଆହୁରି ପଢନ୍ତୁ - Rinku Singh's father Death ରିଙ୍କୁ ସିଂଙ୍କ ପିତାଙ୍କ ଦେହାନ୍ତ, କର୍କଟ ରୋଗରେ ପୀଡ଼ିତ ଥିଲେ

ଇରାନ ପରମାଣୁ କାର୍ଯ୍ୟକ୍ରମ କରୁଥିବା ଆମେରିକା କହିଛି

ଇରାନ ବିଦେଶ ମନ୍ତ୍ରୀ ଅବାସ ଅରାଘଚି ବୈଠକରେ ତେହେରାନର ପ୍ରତିନିଧିତ୍ବ କରୁଥିବାବେଳେ ଆଲୋଚନାରେ ଭଲ ଅଗ୍ରଗତି ହୋଇଛି ବୋଲି କହିଛନ୍ତି। କେତେକ ପ୍ରସଙ୍ଗରେ ସହମତି ପ୍ରକାଶ ପାଇଥିବାବେଳେ ଅନ୍ୟ କେତେକ ପ୍ରସଙ୍ଗ ମତଭେଦ ଜାରି ରହିଛି ବୋଲି କହିଛନ୍ତି। ତେବେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ମଧ୍ୟରେ ଇରାନ ଉପରେ ଯେଉଁ ଯୁଦ୍ଧ ବାଦଲ ରହିଥିଲା ତାହା ହ୍ରାସ ପାଇଥିବା ଅନୁମାନ କରାଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚୁକ୍ତି କରିବାକୁ ୧୦ ଦିନ ସମୟ ଦେଇଥିବାବେଳେ ମଧ୍ୟପ୍ରାଚ୍ୟରେ ନିଜର ସାମରିକ ଶକ୍ତି ବୃଦ୍ଧି କରିବାରେ ଲାଗିଛନ୍ତି। ୨୦୦୩ ଇରାକ୍‌ ଯୁଦ୍ଧ ପରେ ଆମେରିକା ଏଠାରେ ସର୍ବାଧିକ ସାମରିକ ଶକ୍ତି ଠୁଳ କରିଛି। ଇରାନ ଗୋପନୀୟ ଭାବେ ପରମାଣୁ କାର୍ଯ୍ୟକ୍ରମ ଜାରି ରଖିଥିବା ଆମେରିକା ଦାବି କରିଆସୁଛି।

ଆହୁରି ପଢନ୍ତୁ - Bowler Aquib Nabi ଚର୍ଚ୍ଚାର କେନ୍ଦ୍ରରେ ଦ୍ରୁତ ବୋଲର୍‌ ଆକିବ୍‌ ନବି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe