ୱାସିଂଟନ/ତେହେରାନ: ପଶ୍ଚିମ ଏସିଆର ଭୂ-ରାଜନୀତି ଏବେ ଅତ୍ୟନ୍ତ ସଙ୍କଟଜନକ ସମୟ ଦେଇ ଗତିକରୁଛି। ଗୋଟିଏ ପଟେ ଆମେରିକାର ସାମରିକ ଶକ୍ତି ପ୍ରଦର୍ଶନ ଓ ଅନ୍ୟପଟେ ଇରାନର ଆଭ୍ୟନ୍ତରୀଣ ବିଦ୍ରୋହ ମଧ୍ୟରେ ଯୁଦ୍ଧର ଆଶଙ୍କା ଘନୀଭୂତ ହେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସର୍ବାଧିକ ଚାପ ରଣନୀତି ଇରାନକୁ ଏବେ ଅଣନିଶ୍ୱାସୀ ସ୍ଥିତିକୁ ଠେଲି ଦେଇଛି ଏବଂ ଏହି କାରଣରୁ ସମଗ୍ର ମଧ୍ୟପ୍ରାଚ୍ୟ ଏବେ ବାରୁଦ ଗଦାରେ ବସିଛି।
ଇରାନ ନିଜର ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ରାଷ୍ଟ୍ରପତି ଟ୍ରମ୍ପ ୧୦ ଦିନର ସମୟସୀମା ଧାର୍ଯ୍ୟ କରିବା ପରଠାରୁ ଉତ୍ତେଜନା ଚରମରେ ରହିଛି। ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଯଦି ଇରାନ ‘ଜିରୋ ଏନ୍ରିଚମେଣ୍ଟ’ (ଶୂନ୍ୟ ୟୁରାନିୟମ ସମୃଦ୍ଧକରଣ) ପାଇଁ ନୂତନ ଚୁକ୍ତିରେ ସ୍ୱାକ୍ଷର ନକରେ, ତେବେ ଆକ୍ରମଣ ନିଶ୍ଚିତ। ସାମରିକ କାର୍ଯ୍ୟାନୁଷ୍ଠାନ ନେଇ ଟ୍ରମ୍ପ ସାମରିକ ବିଭାଗର ଶୀର୍ଷ ଅଧିକାରୀଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ବୈଠକ କରିଛନ୍ତି ଏବେ ଆମେରିକାର ବିଶାଳ ନୌସେନା ଏବେ ପାରସ୍ୟ ଉପସାଗରରେ ନିର୍ଦ୍ଦେଶ ପ୍ରତୀକ୍ଷାରେ ରହିଛି।
Arrest: ଆସିକା ପୋଲିସ ଉପଖଣ୍ଡରେ ଅପରେସନ ସାଇବର କବଚ ଅଧୀନରେ ୯ ଗିରଫ
ତେହେରାନ-ୱାସିଂଟନ ଉତ୍ତେଜନା ଚରମରେ
କୂଟନୈତିକ ଆଲୋଚନା ଉପରେ ବିଶ୍ବର ନଜର
ଓମାନର ମଧ୍ୟସ୍ଥତାରେ ଆସନ୍ତା ଗୁରୁବାର ଜେନେଭାଠାରେ ନିର୍ଣ୍ଣାୟକ ଆଲୋଚନା ହେବ ଏବଂ ଏହାର ଫଳାଫଳ ପରମାଣୁ ଚୁକ୍ତିର ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ଓମାନ ବିଦେଶ ମନ୍ତ୍ରୀ କହିଛନ୍ତି। ଇତିମଧ୍ୟରେ ଇରାନ ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି କହିଛନ୍ତି ଯେ ସେମାନେ ଏକ କାଉଣ୍ଟର-ପ୍ରପୋଜାଲ (ପାଲଟା ପ୍ରସ୍ତାବ) ପ୍ରସ୍ତୁତ କରୁଛନ୍ତି, ଯାହା ୭୨ ଘଣ୍ଟା ମଧ୍ୟରେ ଜାତିସଂଘକୁ ଦିଆଯିବ। ତେବେ ଇରାନ ନିଜ ସ୍ୱାଭିମାନ ସହ ବୁଝାମଣା କରିବ ନାହିଁ ବୋଲି ଜାତିସଂଘକୁ ଚେତାବନୀ ଦେଇଛି।
ଆଭ୍ୟନ୍ତରୀଣ ବିଦ୍ରୋହ
ଗୋଟିଏ ପଟେ ଯେ କୌଣସି ସମୟରେ ଆମେରିକାର ଆକ୍ରମଣ ଆଶଙ୍କା ଏବଂ ଅନ୍ୟପଟେ ଆଭ୍ୟନ୍ତରୀଣ ବିଦ୍ରୋହ ଇରାନରେ ପୁଣି ଥରେ ଅରାଜକତା ସ୍ଥିତି ସୃଷ୍ଟି କରିଛି। ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବ୍ୟାପକ ସରକାର ବିରୋଧୀ ପ୍ରତିବାଦ ଦେଖାଦେଇଛି। ଲୋକେ ଯୁଦ୍ଧ ଓ ଆର୍ଥିକ ସଙ୍କଟରୁ ମୁକ୍ତି ଚାହୁଛନ୍ତି, ଯାହା ଇରାନ ସରକାରଙ୍କ ଉପରେ ଚାପ ବଢ଼ାଇଛି।
Horoscope 2026 February 24 : ଜାଣନ୍ତୁ ଆଜିର ରାଶିଫଳ
ପାରସ୍ୟ ଉପସାଗରରେ ଆମେରିକା ନିଜର ବୃହତ୍ତମ ଯୁଦ୍ଧଜହାଜ ୟୁଏସଏସ ଜେରାଲ୍ଡ ଆର. ଫୋର୍ଡ ସହ ଶତାଧିକ ଅତ୍ୟାଧୁନିକ ଯୁଦ୍ଧବିମାନ ମୁତୟନ କରିବା ପରଠାରୁ ଇରାନର ଜନତା ପୁଣି ରାସ୍ତାକୁ ଓହ୍ଲାଇଛନ୍ତି। ଏହି ସ୍ଥିତିରେ, ଯଦି କୂଟନୈତିକ ଆଲୋଚନା ବିଫଳ ହୁଏ, ତେବେ ମଧ୍ୟପ୍ରାଚ୍ୟ ଏକ ବଡ଼ ଯୁଦ୍ଧର ସମ୍ମୁଖୀନ ହେବ ବୋଲି ମଧ୍ୟପ୍ରାଚ୍ୟ ବ୍ୟାପାର ବିଶେଷଜ୍ଞମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/24/fsfshfshxvbvbbv-2026-02-24-00-24-34.jpg)