Advertisment

Vienna Technical Meeting: ଭାରତୀୟ ନୌସେନାରେ ଆଜି ସାମିଲ ହେବ ଆଇଏନ୍‌ଏସ୍‌ ଅଞ୍ଜଦୀପ

Advertisment

ଭାରତ ଏହାର ଉପକୂଳ ପ୍ରତିରକ୍ଷା କ୍ଷମତା ବୃଦ୍ଧି କରିବା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଗୁରୁତ୍ବ ଦେଇ ବୁଡ଼ାଜାହାଜ ବିରୋଧୀ ‘ଆଇଏନ୍‌ଏସ୍‌ ଅଞ୍ଜଦୀପ’କୁ ନୌସେନାରେ ସାମିଲ କରିବାକୁ ଯାଉଛି। ଚେନ୍ନାଇଠାରେ ଶୁକ୍ରବାର ଆଇଏନ୍‌ଏସ୍‌ ଅଞ୍ଜଦୀପକୁ ନୌସେନାରେ ସାମିଲ କରାଯିବ।

ଭାରତ ଏହାର ଉପକୂଳ ପ୍ରତିରକ୍ଷା କ୍ଷମତା ବୃଦ୍ଧି କରିବା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଗୁରୁତ୍ବ ଦେଇ ବୁଡ଼ାଜାହାଜ ବିରୋଧୀ ‘ଆଇଏନ୍‌ଏସ୍‌ ଅଞ୍ଜଦୀପ’କୁ ନୌସେନାରେ ସାମିଲ କରିବାକୁ ଯାଉଛି। ଚେନ୍ନାଇଠାରେ ଶୁକ୍ରବାର ଆଇଏନ୍‌ଏସ୍‌ ଅଞ୍ଜଦୀପକୁ ନୌସେନାରେ ସାମିଲ କରାଯିବ।

Vienna Technical Meeting

Vienna Technical Meeting Photograph: (SAMBAD.IN)

ନୂଆଦିଲ୍ଲୀ: ଭାରତ ଏହାର ଉପକୂଳ ପ୍ରତିରକ୍ଷା କ୍ଷମତା ବୃଦ୍ଧି କରିବା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଗୁରୁତ୍ବ ଦେଇ ବୁଡ଼ାଜାହାଜ ବିରୋଧୀ ‘ଆଇଏନ୍‌ଏସ୍‌ ଅଞ୍ଜଦୀପ’କୁ ନୌସେନାରେ ସାମିଲ କରିବାକୁ ଯାଉଛି। ଚେନ୍ନାଇଠାରେ ଶୁକ୍ରବାର ଆଇଏନ୍‌ଏସ୍‌ ଅଞ୍ଜଦୀପକୁ ନୌସେନାରେ ସାମିଲ କରାଯିବ। ଶତ୍ରୁପକ୍ଷର ବୁଡ଼ାଜାହାଜକୁ ସମୁଦ୍ର ଭିତରେ ଧ୍ବଂସ କରିବାର କ୍ଷମତା ରଖିଥିବା ଏହି ଯୁଦ୍ଧ ଜାହାଜ ଭାରତର ‘ମେକ୍‌ ଇନ୍‌ ଇଣ୍ଡିଆ’ ର ଅଂଶବିଶେଷ ଓ ଏହାର ନିର୍ମାଣ ସମ୍ପୂର୍ଣ୍ଣ ଭାବେ ଭାରତୀୟ ଷ୍ଟିଲରେ କରାଯାଇଛି। ଗାର୍ଡନ ରିଚ୍‌ ସିିପ୍‌ବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ ଲିମିଟେଡ (ଜିଆର୍‌ଏସ୍‌ଇ) ଦ୍ବାରା ନିର୍ମିତ ଆଇଏନ୍‌ଏସ୍‌ ଅଞ୍ଜଦୀପ ପାଇଁ ଆବଶ୍ୟକ ବିଶେଷ ‌ଗ୍ରେଡ୍‌ ଷ୍ଟିଲ ମହାରତ୍ନ କମ୍ପାନିଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ (ସେଲ୍‌) ପକ୍ଷରୁ ପ୍ରଦାନ କରାଯାଇଥିଲା।

ଗତବର୍ଷ ଆଇଏନ୍‌ଏସ୍‌ ଅର୍ନାଲା ଓ ଆଇଏନ୍‌ଏସ୍‌ ଆଣ୍ଡ୍ରୋଥ ହୋଇଥିଲା ସାମିଲ

ନୌସେନା ଗ୍ରହଣ କରିବାକୁ ଥିବା ଆଠଟି ଏପରି ଜାହାଜ ମଧ୍ୟରୁ ଅଞ୍ଜଦୀପ ହେଉଛି ତୃତୀୟ ଯୁଦ୍ଧଜାହାଜ ଯାହା ଅଗଭୀର ଜଳରେ ଶତ୍ରୁ ବୁଡ଼ାଜାହାଜ ଗୁଡ଼ିକୁ ଚିହ୍ନଟ ଏବଂ ନିଷ୍କ୍ରିୟ କରି ନୌସେନାର କ୍ଷମତାକୁ ବୃଦ୍ଧି କରିବ। ଗତବର୍ଷ ଆଇଏନ୍‌ଏସ୍‌ ଅର୍ନାଲା ଓ ଆଇଏନ୍‌ଏସ୍‌ ଆଣ୍ଡ୍ରୋଥକୁ ସାମିଲ କରାଯାଇଥିଲା। ଏହିସବୁ ଯୁଦ୍ଧଜାହାଜ ପାଇଁ ସେଲ୍‌ର ବୋକାରୋ, ଭିଲାଇ ଏବଂ ରାଉରକେଲାରେ ଥିବା ସମନ୍ୱିତ ଇସ୍ପାତ କାରଖାନାରୁ ସମୁଦାୟ ୩,୫୦୦ ଟନ୍ ସ୍ୱତନ୍ତ୍ର-ଗ୍ରେଡ୍ ଇସ୍ପାତ ଯୋଗାଣ କରାଯାଇଥିଲା। ଏହି ସଫଳତା ପ୍ରତିରକ୍ଷା ଉତ୍ପାଦନରେ ଭାରତର ଆତ୍ମନିର୍ଭରଶୀଳତାକୁ ଆହୁରି ବୃଦ୍ଧି କରିବା, ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଏବଂ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣକୁ ଦୃଢ଼ କରିବା ପ୍ରତି ସେଲ୍‌ର ପ୍ରତିବଦ୍ଧତାକୁ ଉଜ୍ଜ୍ୱଳ କରିଥାଏ। 

ଆହୁରି ପଢନ୍ତୁ - Odisha Tour Amit Shah ମାର୍ଚ୍ଚ ୫ରେ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

 ଉପକୂଳବର୍ତ୍ତୀ ଅଞ୍ଚଳରେ ଶତ୍ରୁଙ୍କୁ କରିବ ଦମନ 

ବର୍ଷ ବର୍ଷ ଧରି ସେଲ୍‌ ପ୍ରତିରକ୍ଷା ସ୍ୱଦେଶୀକରଣରେ ଦେଶର ସ୍ୱତନ୍ତ୍ର-ଗ୍ରେଡ୍ଇସ୍ପାତ ଆବଶ୍ୟକତାକୁ ନିରନ୍ତର ପୂରଣ କରିଆସିଛି ଏବଂ ଆଇଏନ୍‌ଏସ୍ ବିକ୍ରାନ୍ତ, ଆଇଏନ୍‌ଏସ୍‌ ଉଦୟଗିରି, ଆଇଏନ୍‌ଏସ୍‌ ନୀଳଗିରି, ଆଇଏନ୍‌ଏସ୍‌ ସୁରତ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ଇସ୍ପାତ ଯୋଗାଇଛି। ରିପୋର୍ଟ ଅନୁଯାୟୀ, ୭୭ ମିଟର ଲମ୍ବା ଏବଂ ଏକ ହାଇ-ସ୍ପିଡ୍ ୱାଟର-ଜେଟ୍ ପ୍ରପଲ୍ସନ ସିଷ୍ଟମ ଦ୍ୱାରା ଚାଳିତ, ଏହି ଜାହାଜଟି ୨୫ ନଟ୍ ପର୍ଯ୍ୟନ୍ତ ବେଗ ହାସଲ କରିପାରିବ। ତାମିଲନାଡ଼ୁ ଓ ପୁଡୁଚେରୀ ପରି ସମ୍ବେଦନଶୀଳ ଉପକୂଳବର୍ତ୍ତୀ ଅଞ୍ଚଳରେ ଶତ୍ରୁପକ୍ଷକୁ ଦୃଢ଼ ଜବାବ ଦେବାରେ ସକ୍ଷମ ହେବ।

ଆହୁରି ପଢନ୍ତୁ - Rinku Singh's father Death ରିଙ୍କୁ ସିଂଙ୍କ ପିତାଙ୍କ ଦେହାନ୍ତ, କର୍କଟ ରୋଗରେ ପୀଡ଼ିତ ଥିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe