Advertisment

Hezbollah attack on Haifa port: ହାଇଫା ବନ୍ଦର ଉପରେ ହିଜବୁଲ୍ଲାର ଆକ୍ରମଣ, ବାହାରିନରେ ଇସ୍ରାଏଲ ଦୂତାବାସ ହେଲା ଆକ୍ରମଣର ଶିକାର

Advertisment

ପଶ୍ଚିମ ଏସିଆରେ ଉତ୍ତେଜନା ଜାରି ରହିଛି। ଇରାନ ଇସ୍ରାଏଲ ଓ ଆମେରିକା ସୈନ୍ୟ ଶିବିର ଓ ଘାଟି ସହିତ ମଧ୍ୟପ୍ରାଚ୍ୟରେ କେତେକ ଦେଶ ଉପରେ ଆକ୍ରମଣ ଜାରି ରଖିଛି। ଯୁଦ୍ଧ ଆରମ୍ଭ ହେବାପରଠାରୁ ଏପର୍ଯ୍ୟନ୍ତ ଇରାନରେ ୧୨୩୦ ଜଣ ଲୋକଙ୍କ ମୃତ୍ୟୁ ହୋଇଛି।

ପଶ୍ଚିମ ଏସିଆରେ ଉତ୍ତେଜନା ଜାରି ରହିଛି। ଇରାନ ଇସ୍ରାଏଲ ଓ ଆମେରିକା ସୈନ୍ୟ ଶିବିର ଓ ଘାଟି ସହିତ ମଧ୍ୟପ୍ରାଚ୍ୟରେ କେତେକ ଦେଶ ଉପରେ ଆକ୍ରମଣ ଜାରି ରଖିଛି। ଯୁଦ୍ଧ ଆରମ୍ଭ ହେବାପରଠାରୁ ଏପର୍ଯ୍ୟନ୍ତ ଇରାନରେ ୧୨୩୦ ଜଣ ଲୋକଙ୍କ ମୃତ୍ୟୁ ହୋଇଛି।

Hezbollah attack on Haifa port

Hezbollah attack on Haifa port

ତେହେରାନ: ପଶ୍ଚିମ ଏସିଆରେ ଉତ୍ତେଜନା ଜାରି ରହିଛି। ଇରାନ ଇସ୍ରାଏଲ ଓ ଆମେରିକା ସୈନ୍ୟ ଶିବିର ଓ ଘାଟି ସହିତ ମଧ୍ୟପ୍ରାଚ୍ୟରେ କେତେକ ଦେଶ ଉପରେ ଆକ୍ରମଣ ଜାରି ରଖିଛି। ଯୁଦ୍ଧ ଆରମ୍ଭ ହେବାପରଠାରୁ ଏପର୍ଯ୍ୟନ୍ତ ଇରାନରେ ୧୨୩୦ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଲେବାନନ୍‌ରେ ୧୦୦ରୁ ଅଧିକ ଓ ଇସ୍ରାଏଲରେ ଡଜନରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।

ଇରାନ ଦୀର୍ଘକାଳୀନ ସମୟ ପର୍ଯ୍ୟନ୍ତ ଯୁଦ୍ଧ ଜାରି ରଖିବାକୁ ପ୍ରସ୍ତୁତ ଅଛି

ଇସଲାମିକ ରିଭୋଲ୍ୟୁସନ ଗାର୍ଡସ କର୍ପସ (ଆଇଆର୍‌ଜିସି)ର ଜଣେ ପ୍ରବକ୍ତା କହିଛନ୍ତି, ଇରାନ ଦୀର୍ଘକାଳୀନ ସମୟ ପର୍ଯ୍ୟନ୍ତ ଯୁଦ୍ଧ ଜାରି ରଖିବାକୁ ପ୍ରସ୍ତୁତ ଅଛି। ଯୁଦ୍ଧରେ ଏହା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରିବାକୁ ଯାଉଛି, ଯାହା ପୂର୍ବରୁ କେବେ ବ୍ୟବହାର ହୋଇନାହିଁ। ଇରାନର ବ୍ରିଗେଡିୟର ଜେନେରାଲ ଅଲି ମହମ୍ମଦ ନେନୀ କହିଛନ୍ତି, ଇରାନର ଶତ୍ରୁଙ୍କୁ ଆଗାମୀ ଦିନରେ ଆକ୍ରମଣର ନୂଆ ଲହର ଦେଖିବାକୁ ଆଶା ରଖିବା କଥା।

ଲେବାନନର ସଶସ୍ତ୍ର ଗୋଷ୍ଠୀ ହିଜବୁଲ୍ଲା ଶୁକ୍ରବାର ସକାଳେ ଇସ୍ରାଏଲ ସ୍ଥଳବାହିନୀକୁ ଟାର୍ଗେଟ କରି ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ହିଜବୁଲ୍ଲା ପକ୍ଷରୁ ଟେଲିଗ୍ରାମରେ କୁହାଯାଇଛି ଯେ, ମାରୋନ ଅଲ-ରସ ଓ କଫର କିଲା ସହିତ ଅନେକ ଅଞ୍ଚଳରେ ଇସ୍ରାଏଲ ସେନାକୁ ଟାର୍ଗେଟ କରିଛନ୍ତି। ଏମାନେ ପୂର୍ବରୁ ଲେବାନନ୍‌ ସୀମା ଭିତରେ ଥିଲେ। ଏକ ବିବୃତିରେ ହିଜ୍‌ବୁଲ୍ଲା ପକ୍ଷରୁ କୁହାଯାଇଛି ଯେ ହିଜବୁଲ୍ଲା ଅଧିକୃତ ଗୋଲାନ ହାଇଟ୍ସରେ ଇସ୍ରାଏଲର ୟୋଆଭ ସାମରିକ ଶିବିର ଏବଂ ହାଇଫା ବନ୍ଦରରେ ଏକ ନୌସେନା ଘାଟିକୁ ମଧ୍ୟ ଟାର୍ଗେଟ କରିଥିଲା। ତେବେ ଏଥିରେ କେହି ମୃତାହତ ହେବା ନେଇ କୌଣସି ଖବର ଆସିନାହିଁ।

ବାହାରିନରେ ଇସ୍ରାଏଲ ଦୂତାବାସ ଉପରେ ଆକ୍ରମଣ

ଇରାନର ଅର୍ଦ୍ଧ-ସରକାରୀ ଫାର୍ସ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ ବାହାରିନର ରାଜଧାନୀ ମନାମାରେ ରାତିସାରା ହୋଇଥିବା ଆକ୍ରମଣରେ ସହରର ହାର୍ବର ଟାୱାର୍ସ ବାଣିଜ୍ୟିକ କମ୍ପ୍ଲେକ୍ସକୁ ଟାର୍ଗେଟ କରିଥିଲା। ଇସ୍ରାଏଲ ଦୂତାବାସ ଏହା ନିକଟରେ ଥିବାରୁ ଏହି ଆକ୍ରମଣ କରାଯାଇଥିଲା ବୋଲି କୁହାଯାଇଛି। ରଏଟର୍ସ ସୂଚନା ଅନୁଯାୟୀ, ଦୂତାବାସ ପରିସରରେ ଏକ ଇରାନ ଡ୍ରୋନ୍‌କୁ ଅଟକାଇ ନଷ୍ଟ କରିଦିଆଯାଇଥିଲା। କୁଏତ୍‌ ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ରେ ଇରାନର ଆକ୍ରମଣ ପରେ ଆମେରିକା ବିଦେଶ ବିଭାଗ କୁଏତ୍‌ରେ ଏହାର ଦୂତାବାସ ବନ୍ଦ କରିଦେଇଛି। କତରର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ବାୟୁ ପ୍ରତିରକ୍ଷା ବାହିନୀ ଦୋହାର ଅଲ ଉଦେଦ ବିମାନବନ୍ଦରକୁ ଟାର୍ଗେଟ କରି ଏକ ଡ୍ରୋନ ଆକ୍ରମଣକୁ ସଫଳତାର ସହ ପଣ୍ଡ କରିଛି।

ଆହୁରି ପଢ଼ନ୍ତୁ: We will not allow India to become a rival: ଚୀନ ପରି ଭାରତକୁ ପ୍ରତିଦ୍ବନ୍ଦ୍ବୀ ହେବାକୁ ଦେବୁନାହିଁ: ଆମେରିକା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe