Advertisment

Supreme Leader: ଖେମିନିଙ୍କ ପରେ କିଏ? ଇରାନ ଚୟନ କଲା ସର୍ବୋଚ୍ଚ ନେତା

Advertisment

ଆମେରିକା ଓ ଇସ୍ରାଏଲ ଆକ୍ରମଣରେ ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ ଇରାନରେ ସର୍ବୋଚ୍ଚ ନେତା ପଦ ଖାଲି ପଡ଼ିଥିଲା। ଫେବ୍ରୁଆରି ୨୮ରେ ଆମେରିକା ଓ ଇସ୍ରାଏଲ ମିଳିତ ଆକ୍ରମଣରେ ଖେମିନିଙ୍କ ମୃତ୍ୟୁ ହୋଇଥିଲା।

ଆମେରିକା ଓ ଇସ୍ରାଏଲ ଆକ୍ରମଣରେ ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ ଇରାନରେ ସର୍ବୋଚ୍ଚ ନେତା ପଦ ଖାଲି ପଡ଼ିଥିଲା। ଫେବ୍ରୁଆରି ୨୮ରେ ଆମେରିକା ଓ ଇସ୍ରାଏଲ ମିଳିତ ଆକ୍ରମଣରେ ଖେମିନିଙ୍କ ମୃତ୍ୟୁ ହୋଇଥିଲା।

31b38352-9d4b-4be0-a6e1-15fff1f53e1a

ତେହେରାନ: ଆମେରିକା ଓ ଇସ୍ରାଏଲ ଆକ୍ରମଣରେ ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ ଇରାନରେ ସର୍ବୋଚ୍ଚ ନେତା ପଦ ଖାଲି ପଡ଼ିଥିଲା। ଫେବ୍ରୁଆରି ୨୮ରେ ଆମେରିକା ଓ ଇସ୍ରାଏଲ ମିଳିତ ଆକ୍ରମଣରେ ଖେମିନିଙ୍କ ମୃତ୍ୟୁ ହୋଇଥିଲା। ଗତ ଶନିବାର ଆରମ୍ଭ ହୋଇଥିବା ଏହି ଯୁଦ୍ଧକୁ ୯ ଦିନ ହୋଇଯାଇଥିବାବେଳେ ଇରାନରେ ସର୍ବୋଚ୍ଚ ନେତାଙ୍କ ନାମ ଉପରେ ନିଷ୍ପତ୍ତି ହୋଇସାରିଛି। ନୂଆ ସର୍ବୋଚ୍ଚ ନେତା ଭାବେ କାହା ନାମ ଚୟନ କରାଯାଇଛି ସେ ସମ୍ପର୍କରେ ଇରାନ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ। କିନ୍ତୁ ରବିବାର ଆସେମ୍ବ୍ଲି ଅଫ୍‌ ଏକ୍ସପର୍ଟ ଇରାନର ସର୍ବୋଚ୍ଚ ନେତା ମନୋନୟନ କରିଛି।

ଅଧିକପଢ଼ନ୍ତୁ:ଆଶୁତୋଷ ରଥ ହେଲେ ନାଲ୍‌କୋର ମାନବ ସମ୍ବଳ ଇଡି

ଖୁବ୍‌ ଶୀଘ୍ର ତାଙ୍କ ନାମ ଘୋଷଣା କରାଯିବ। ଇରାନର ମେହର ନ୍ୟୁଜ ଏଜେନ୍ସି ସୂଚନା ଅନୁଯାୟୀ , ଆସେମ୍ବ୍ଲି ଅଫ ଏକ୍ସପର୍ଟର ସଦସ୍ୟ ଅହମଦ ଅଲମୋ‌ହ୍ଲୋଦା କହିଛନ୍ତି, ସର୍ବୋଚ୍ଚ ନେତା ନିଯୁକ୍ତ କରିବାକୁ ଭୋଟ ହୋଇଥିଲା। ବିଭିନ୍ନ ପ୍ରାନ୍ତର ପ୍ରତିନିଧି ଏଥିରେ ସାମିଲ ହୋଇଥିଲେ। ଅନ୍ୟ ସଦସ୍ୟମାନେ ମଧ୍ୟ ଏହି ଖବର ସ୍ପଷ୍ଟ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଦିବଂଗତ ସର୍ବୋଚ୍ଚ ନେତା ଖେିମିନିଙ୍କ ପୁଅ ଏହି ପଦବି ସମ୍ଭାଳିବେ ବୋଲି କହିଛନ୍ତି।

ବିଭିନ୍ନ ପ୍ରାନ୍ତର ପ୍ରତିନିଧି ହୋଇଥିଲେ ସାମିଲ

ସର୍ବୋଚ୍ଚ ନେତା ପଦ ଇରାନରେ ରାଜନୈତିକ ଓ ଧାର୍ମିକ ମାମଲାରେ ସର୍ବୋଚ୍ଚ ନିଷ୍ପତ୍ତି ନେଇଥାନ୍ତି। ମୋଜତବା ଖେମିନିଙ୍କୁ ଏହି ପଦବି ମିଳିପାରେ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା। ଅନ୍ୟପକ୍ଷରେ ରବିବାର ଇସ୍ରାଏଲ ସେନା ପକ୍ଷରୁ ‌ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଯେଉଁମାନେ ସର୍ବୋଚ୍ଚ ନେତା ଚୟନ କରିବାରେ ସାମିଲ ହୋଇଛନ୍ତି ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଛି ବୋଲି ଚେତାବନୀ ଦିଆଯାଇଛି।

ଅଧକପଢ଼ନ୍ତୁ:ବରଗଡ଼ରେ ଦୁର୍ଘଟଣା: ଜଣେ ଶିଶୁ ସମେତ ୪ ମୃତ, ୨ ଗୁରୁତର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe