Iran Preparations for war: ଇରାନ ଅଣାୟତ୍ତ: ଯୁଦ୍ଧ ପାଇଁ ସଜବାଜ, ୨୫୦୦ରୁ ଅଧିକ ମୃତ୍ୟୁ,  ୧୮ ହଜାର ଗିରଫ

Advertisment

ଇରାନରେ ଚାଲିଥିବା ବିକ୍ଷୋଭ ଭୟଙ୍କର ରୂପ ନେଇଥିବାବେଳେ ହିଂସାଜନିତ ମୃତ୍ୟୁସଂଖ୍ୟା ୨,୫୦୦ ଅତିକ୍ରମ କରିଛି। ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପଙ୍କ କଡ଼ା ଚେତାବନୀ ପରେ ଆମେରିକା ଯେ କୌଣସି ମୁହୂର୍ତ୍ତରେ ଆକ୍ରମଣ କରିବା ଆଶଙ୍କା ବଢ଼ିଛି।

ଇରାନରେ ଚାଲିଥିବା ବିକ୍ଷୋଭ ଭୟଙ୍କର ରୂପ ନେଇଥିବାବେଳେ ହିଂସାଜନିତ ମୃତ୍ୟୁସଂଖ୍ୟା ୨,୫୦୦ ଅତିକ୍ରମ କରିଛି। ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପଙ୍କ କଡ଼ା ଚେତାବନୀ ପରେ ଆମେରିକା ଯେ କୌଣସି ମୁହୂର୍ତ୍ତରେ ଆକ୍ରମଣ କରିବା ଆଶଙ୍କା ବଢ଼ିଛି।

war

ତେହେରାନ: ଇରାନରେ ଚାଲିଥିବା ବିକ୍ଷୋଭ ଭୟଙ୍କର ରୂପ ନେଇଥିବାବେଳେ ହିଂସାଜନିତ ମୃତ୍ୟୁସଂଖ୍ୟା ୨,୫୦୦ ଅତିକ୍ରମ କରିଛି। ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପଙ୍କ କଡ଼ା ଚେତାବନୀ ପରେ ଆମେରିକା ଯେ କୌଣସି ମୁହୂର୍ତ୍ତରେ ଆକ୍ରମଣ କରିବା ଆଶଙ୍କା ବଢ଼ିଛି। ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖେମିନିଙ୍କ ଆଦେଶରେ ସରକାରୀ  ବାହିନୀ ବିକ୍ଷୋଭକାରୀଙ୍କ ଉପରେ ସିଧାସଳଖ ଗୁଳିମାଡ଼ କରିବା ଯୋଗୁଁ  ମୃତ୍ୟୁସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି। ସିଏନ୍ଏନ୍ ଓ ଇରାନ ଇଣ୍ଟରନ୍ୟାସନାଲ୍ ରିପୋର୍ଟ ଅନୁଯାୟୀ, ଜାନୁଆରି ୮ ଓ ୯ରେ କେବଳ ଦୁଇ ରାତିରେ ପ୍ରାୟ ୧୨,୦୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ତେବେ ସରକାରୀ ସୂତ୍ର ଏହାକୁ ଖଣ୍ଡନ କରିଛି। ମାନବାଧିକାର ସଂଗଠନ ହ୍ୟୁମାନ୍ ରାଇଟ୍‌ସ ଆକ୍ଟିଭିଷ୍ଟ୍‌ସ ଇନ୍ ଇରାନ (ଏଚ୍‌ଆର୍‌ଏଏନ୍ଏ) ଅନୁଯାୟୀ, ଅତି କମରେ ୧୮,୦୦୦ ଲୋକଙ୍କୁ ଗିରଫ କରାଯାଇଛି। ବିକ୍ଷୋଭକାରୀମାନେ ଇସଲାମିକ୍ ରିପବ୍ଲିକ୍‌ର ଅନ୍ତ ଘଟାଇବାକୁ ଦାବି କରୁଛନ୍ତି ଏବଂ ରାଜତନ୍ତ୍ରର ପୁନଃସ୍ଥାପନ ଚାହୁଛନ୍ତି। ତେହେରାନ, ଇସ୍ଫହାନ୍, ଶିରାଜ୍ ଓ ମାଶହାଦ୍ ଭଳି ସହରଗୁଡ଼ିକରେ ଲକ୍ଷାଧିକ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି, ଯେଉଁଠାରେ ସରକାରୀ ବାହିନୀ ଟିୟର ଗ୍ୟାସ୍, ରବର ବୁଲେଟ୍ ମାଡ଼ ସହିତ ସିଧା ଗୁଳି ଚଳାଉଛି। ଇଣ୍ଟରନେଟ୍ ବନ୍ଦ ଥିବାରୁ ପ୍ରକୃତ ସୂଚନା ବାହାରକୁ ଆସିବା କଷ୍ଟକର ହୋଇଛି।

Iran: ପ୍ରମୁଖ ମଧ୍ୟପ୍ରାଚ୍ୟ ଘାଟିରୁ ସୈନ୍ୟ ପ୍ରତ୍ୟାହାର କଲା ଆମେରିକା

ଏହି ପରିସ୍ଥିତି ମଧ୍ୟରେ ଟ୍ରମ୍ପ ଇରାନ ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଆନ୍ଦୋଳନକାରୀଙ୍କ ପାଇଁ ତୁରନ୍ତ ସହାୟତା ପହଞ୍ଚିବ ବୋଲି ସେ ଘୋଷଣା କରିବା ପରେ ଆନ୍ଦୋଳନ ଅଧିକ ହିଂସାତ୍ମକ ହୋଇଛି। ଇରାନ ସଂସଦର ବାଚସ୍ପତି ଟ୍ରମ୍ପଙ୍କ ଧମକକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଆମେରିକା ଆକ୍ରମଣ କଲେ ଆମେରିକୀୟ ସୈନ୍ୟ ଓ ଇସ୍ରାଏଲ୍ ଆମର ବୈଧ ଲକ୍ଷ୍ୟ ହେବ। ଏହା ଆମେରିକା-ଇରାନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧର ଆଶଙ୍କା ବଢ଼ାଇଥିବା ବେଳେ ଆମେରିକା ଆକ୍ରମଣର ମୁକାବିଲା ପାଇଁ ଇରାନ ଜୋର୍‌ଦାର ପ୍ରସ୍ତୁତି ଚଳାଇଛି। ମଧ୍ୟପ୍ରାଚ୍ୟରେ ରହିଥିବା ଆମେରିକୀୟ ସୈନ୍ୟ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍‌ କରିବାକୁ ଇରାନ ଧମକ ଦେଇଥିବାରୁ ଆମେରିକା ଆଗୁଆ ସତର୍କତା ପଦକ୍ଷେପସ୍ବରୂପ ମଧ୍ୟପ୍ରାଚ୍ୟର ବିଭିନ୍ନ ପ୍ରମୁଖ ଘାଟିରୁ ସେନା ପ୍ରତ୍ୟାହାର କରିଛି। କତରରେ ମୁତୟନ ହୋଇଥିବା ଆମେରିକୀୟ ସୈନିକଙ୍କୁ ତୁରନ୍ତ ଅଲ୍‌ ଉଦିଦ୍‌ ସାମରିକ ଘାଟି ଛାଡ଼ିବା ପାଇଁ କୁହାଯାଇଛି। ଇରାକ୍‌ ଓ ସିରିଆରୁ ମଧ୍ୟ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରାଚ୍ୟରେ ଆମେରିକାର ସବୁଠାରୁ ବଡ଼ ସାମରିକ ଘାଟି କତରରେ ରହିଛି।

ଭାରତୀୟ ନାଗରିକଙ୍କୁ ସତର୍କ କରାଗଲା, ତୁରନ୍ତ ଇରାନ ଛାଡ଼

ନୂଆଦିଲ୍ଲୀ: ଶାସନ ପରିବର୍ତ୍ତନ ପାଇଁ ଇରାନରେ ଲାଗି ରହିଥିବା ଭୀଷଣ ହିଂସା ଅତି ଜଟିଳ ସ୍ଥିତି ସୃଷ୍ଟି କରିଛି। ଯେକୌଣସି ସମୟରେ ଆମେରିକା  ଆକ୍ରମଣ କରିବା ଆଶଙ୍କା ଥିବାରୁ ସୁରକ୍ଷା ଦୃଷ୍ଟିରୁ ଇରାନରେ ଥିବା ଭାରତୀୟ ନାଗରିକଙ୍କ ପାଇଁ ଆଜି ବିଦେଶ ମନ୍ତ୍ରାଳୟ କଡ଼ା ନିର୍ଦ୍ଦେଶାବଳୀ ଜାରି କରିଛି।  ତେହେରାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟଙ୍କୁ ତୁରନ୍ତ ଯେ କୌଣସି ଉପାୟରେ ଇରାନ ଛାଡ଼ିବା ପାଇଁ କୁହାଯାଇଛି। ଦୂତାବାସ ଦ୍ବାରା ଜାନୁଆରି ୫ ତାରିଖରେ ଜାରି ନିର୍ଦ୍ଦେଶାବଳୀକୁ ଅଧିକ ବିସ୍ତାର କରି କୁହାଯାଇଛି ଯେ ଇରାନରେ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ରହୁଥିବା ସମସ୍ତ ଭାରତୀୟ ନାଗରିକ ତଥା ଛାତ୍ର, ତୀର୍ଥଯାତ୍ରୀ, ବ୍ୟବସାୟୀ ଏବଂ ପର୍ଯ୍ୟଟକମାନେ ଯେକୌଣସି  ପରିବହନ ବ୍ୟବସ୍ଥାରେ ତୁରନ୍ତ ଇରାନ ଛାଡ଼ି ଦିଅନ୍ତୁ।

Environment Warriors: ପରିବେଶ ଯୋଦ୍ଧା: ସ୍ବଚ୍ଛତାର ପୂଜାରୀ ଉବାଚକ

ଏଥିପାଇଁ ବ୍ୟବସାୟିକ ବିମାନ ବି ବ୍ୟବହାର କରିହେବ ବୋଲି ପରାମର୍ଶବଳୀରେ କୁହାଯାଇଛି। ଭାରତୀୟଙ୍କୁ ସର୍ବାଧିକ ସତର୍କତା ଅବଲମ୍ବନ କରିବା ପାଇଁ କୁହାଯାଇଛି। ଆନ୍ଦୋଳନ ସ୍ଥଳଠାରୁ ଦୂରେଇ ରହିବା ଓ ତେହରାନସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରହିବା ପାଇଁ କୁହାଯାଇଛି। ଯାତ୍ରା ଦସ୍ତାବିଜ ଓ ପରିଚୟପତ୍ର ପ୍ରସ୍ତୁତ ରଖିବା ସହ ସ୍ଥାନୀୟ ଘଟଣା ଉପରେ ଭଲ ଭାବେ ନଜର ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଏଥିସହ ଯେଉଁମା‌ନେ ଦୂତାବାସରେ ସେମାନଙ୍କ ନାମ ପଞ୍ଜୀକରଣ କରିନାହାନ୍ତି ସେମାନଙ୍କୁ ତୁରନ୍ତ ଏହି କାର୍ଯ୍ୟ ସମାପନ କରିବାକୁ ହେବ। ଯେକୌଣସି ପ୍ରକାର ସହଯୋଗ ପାଇଁ ଦୂତାବାସ ସହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସହଯୋଗ ପାଇଁ ଜରୁରୀ ହେଲ୍‌ପଲାଇନ୍‌ ନମ୍ବର ଜାରି କରାଯିବା ସହ ଇମେଲ୍‌ ସକ୍ରିୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe