Advertisment

Iran: ପ୍ରମୁଖ ମଧ୍ୟପ୍ରାଚ୍ୟ ଘାଟିରୁ ସୈନ୍ୟ ପ୍ରତ୍ୟାହାର କଲା ଆମେରିକା

Advertisment

ଇରାନରେ ସରକାର ବିରୋଧୀ ବିଦ୍ରୋହ ଏବଂ ଆନ୍ଦୋଳନ ଏବେ ଅତି ଭୟଙ୍କର ପର୍ଯ୍ୟାୟ‌ରେ ପହଞ୍ଚିଥିବାବେଳେ ଏଥିପାଇଁ ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ପରେ ଇରାନ ବୁଧବାର ଚେତାବନୀ...

ଇରାନରେ ସରକାର ବିରୋଧୀ ବିଦ୍ରୋହ ଏବଂ ଆନ୍ଦୋଳନ ଏବେ ଅତି ଭୟଙ୍କର ପର୍ଯ୍ୟାୟ‌ରେ ପହଞ୍ଚିଥିବାବେଳେ ଏଥିପାଇଁ ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ପରେ ଇରାନ ବୁଧବାର ଚେତାବନୀ...

14bbs_73_14012026_112

ନୂଆଦିଲ୍ଲୀ: ଇରାନରେ ସରକାର ବିରୋଧୀ ବିଦ୍ରୋହ ଏବଂ ଆନ୍ଦୋଳନ ଏବେ ଅତି ଭୟଙ୍କର ପର୍ଯ୍ୟାୟ‌ରେ ପହଞ୍ଚିଥିବାବେଳେ ଏଥିପାଇଁ ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ପରେ ଇରାନ ବୁଧବାର ଚେତାବନୀ ଦେଇ କହିଛି ଯେ ଆମେରିକା ଆକ୍ରମଣ କଲେ ଏହା ମଧ୍ୟ ଆମେରିକାର ‌ସେନା ଘାଟି ଉପରେ ପାଲଟା ଆକ୍ରମଣ କରିବ। ଫଳସ୍ବରୂପ ଆମେରିକା କିିଛି ପ୍ରମୁଖ ମଧ୍ୟପ୍ରାଚ୍ୟ ସେନା ଘାଟିରୁ ଏହାର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଛି।

ରିପୋର୍ଟ ଅନୁଯାୟୀ କତାରରେ ମୁତୟନ ହୋଇଥିବା କିଛି ସୈନିକଙ୍କୁ ଆମେରିକାର ଅଲ ଉଦିଦ ସାମରିକ ଘାଟି ଛାଡ଼ିବାପାଇଁ କୁହାଯାଇଛି। ବୁଧବାର ସନ୍ଧ୍ୟା ସୁଦ୍ଧା ଆମେରିକୀୟ ସୈନିକମାନଙ୍କୁ କତାର ସେନାଘାଟି ଛାଡ଼ିବାପାଇଁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ ମଧ୍ୟପ୍ରାଚ୍ୟରେ ଆମେରିକାର ସବୁଠାରୁ ବଡ଼ ସାମରିକ ଘାଟି କତାରରେ ରହିଛି।

ଆହୁରି ପଢ଼ନ୍ତୁ: Accident: ରାଜସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୬ ମହିଳାଙ୍କ ମୃତ୍ୟୁ

ପଡ଼ୋଶୀମାନଙ୍କୁ ଚେତାବନୀ

ଇରାନ ମଧ୍ୟପ୍ରାଚ୍ୟରେ ଆମେରିକୀୟ ସୈନିକଙ୍କୁ ଆଶ୍ରୟ ଦେଇଥିବା ଏହାର ପଡ଼ୋଶୀମାନଙ୍କୁ ଆଜି ‌ଚେତାବନୀ ଦେଇ କହିଥିଲା ଯେ ଆମେରିକା ଆକ୍ରମଣ କଲେ ଇରାନ ଏହାର ପାଲଟା ଜବାବ ଦେବ। ଉଲ୍ଲେଖଯୋଗ୍ୟ ‌ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଆନ୍ଦୋଳନକାରୀଙ୍କୁ ପ୍ରତିଷ୍ଠାନ ଦାଖଲ କରିବାପାଇଁ କହିବାପରେ ଇରାନ ଆଜି ଏହି ଚେତାବନୀ ଦେଇଛି। ଅନ୍ୟପକ୍ଷେ ଇରାନ ବିରୋଧରେ ଆମେରିକା ପ୍ରତିଦିନ କଠୋର ଆଭିମୁଖ୍ୟ ଗ୍ରହଣ କରୁଥିବାବେଳେ ପ୍ରମୁଖ ମଧ୍ୟପ୍ରାଚ୍ୟ ରାଷ୍ଟ୍ର ଇରାକ, ସିରିଆ ଏବଂ ଲେବାନନ୍‌ ଇରାନକୁ ସମର୍ଥନ କରିଛନ୍ତି। କୂଟନୈତିକ ଦୃଷ୍ଟିକୋଣରୁ କତାର, ଓମାନ ଏବଂ ସାଉଦି ଆରବ ଇରାନକୁ ସମର୍ଥନ କରୁଛନ୍ତି।

ଆହୁରି ପଢ଼ନ୍ତୁ: Accident: ରାଜସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୬ ମହିଳାଙ୍କ ମୃତ୍ୟୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe