ଜୟପୁର: ରାଜସ୍ଥାନର ସିକର ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଆହୁରି ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସିକର ଜିଲ୍ଲା ଅଧୀନସ୍ଥ ହରସୱା ଗ୍ରାମ ନିକଟରେ ଆଜି ଜୟପୁର-ବିକାନେର ରାଜପଥରେ ଏହି ଦୁର୍ଘଟଣା ହୋଇଛି। ସମସ୍ତ ମୃତକମାନେ ହେଉଛନ୍ତି ମହିଳା। ଫତେପୁର ପୁଲିସ ଷ୍ଟେସନ୍‌ ଇନଚାର୍ଜ ସୁରେନ୍ଦ୍ର ସିଂହ ଏହି ଦୁର୍ଘଟଣା ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି। ସେମାନେ ଜଣେ ସମ୍ପର୍କୀୟଙ୍କ ଅନ୍ତ୍ୟେଷ୍ଟୀ କ୍ରିୟାରେ ଯୋଗ ଦେଇ ଲକ୍ଷ୍ମଣପୁରରୁ ଫତେପୁର ଯାଉଥିବାବେଳେ ବାଟରେ ସେମାନଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି।

Advertisment

ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ‌ଯେ ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି ଏବଂ ସେମାନେ ଏବେ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ ମୃତକମାନଙ୍କ ପରିଚୟ ଜଣାପଡ଼ିନି।

ଆହୁରି ପଢ଼ନ୍ତୁ: Delivery Issue: ୧୦ ମିନିଟ୍‌ ଡେଲିଭରି ବନ୍ଦ: ଡେଲିଭରି ଏଜେଣ୍ଟଙ୍କୁ ଫରକ ପଡ଼ିବନି

ବାରମ୍ବାର ଦୁର୍ଘଟଣା

ଉଲ୍ଳେଖଯୋଗ୍ୟ ଯେ ସିକର ଜିଲ୍ଲାର ହରସୱା ଗ୍ରାମ ନିକଟରେ ଦୁର୍ଘଟଣା ହୋଇଥିବା ଜୟପୁର-ବିକାନେର ରାଜପଥ ଏକ ବ୍ୟସ୍ତବହୁଳ ରାସ୍ତା। ପୂର୍ବରୁ ମଧ୍ୟ ଏଠାରେ ଦୁର୍ଘଟଣା ହୋଇଛି। ତେବେ କେଉଁ ପରିସ୍ଥିତିରେ ଆଜି ଦୁର୍ଘଟଣା ହେଲା ତାହା ଜଣାପଡ଼ିନି। କର୍ତ୍ତୃପକ୍ଷମାନେ ଏନେଇ ଅଧିକ ତଦନ୍ତ ଜାରି ରଖିଛନ୍ତି। ଜୟପୁରର ପତ୍ରକାର କଲୋନି ନିକଟରେ ଏକ ଦ୍ରୁତଗାମୀ ଅଡି କିଛି ଫୁଡ ଷ୍ଟଲ୍‌ ଏବଂ ପଥଚାରୀଙ୍କ ଉପରେ ମାଡ଼ିଯିବାର ୪ ଦିନ ପରେ ଆଜି ଏହି ଘଟଣା ଘଟିଛି। ଅଡି କାର୍‌ ପଥଚାରୀଙ୍କ ଉପରେ ମାଡ଼ିଯିବା ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ୧୨ ଜଣ ଆହତ ହୋଇଥିଲେ।

ଆହୁରି ପଢ଼ନ୍ତୁ: Elephant: ଚିନ୍ତା ବଢ଼ାଇଲେଣି ୨ ଦନ୍ତା: ଜଙ୍ଗଲ ଛାଡ଼ି ଜନବସତିରେ ଘୂରି ବୁଲୁଛନ୍ତି