Netanyahu Cancels India Visit Photograph: (sambad.in)
ନୂଆଦିଲ୍ଲୀ: ଆକ୍ରମଣ ଭୟରେ ଭାରତ ଗସ୍ତ ବାତିଲ୍ କଲେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। ନେତାନ୍ୟାହୁ ତାଙ୍କର ଆଗାମୀ ଭାରତ ଗସ୍ତକୁ ପୁଣି ଥରେ ବାତିଲ୍ କରିଛନ୍ତି। ସେ ଚଳିତ ବର୍ଷ ଡିସେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ ପାଇଁ ଭାରତ ଆସିବେ ବୋଲି ଆଶା କରାଯାଉଥିଲା। ହେଲେ ଏବେ ଆସନ୍ତା ବର୍ଷ ସେ ଆସିବାକୁ ଯୋଜନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଇସ୍ରାଏଲୀ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ନୂଆଦିଲ୍ଲୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ବିଷୟରେ ଚିନ୍ତା କରି ଡିସେମ୍ବର ୨୦୨୫ ପାଇଁ ଯୋଜନା କରାଯାଇଥିବା ଭାରତ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଦିଲ୍ଲୀର ଲାଲ୍ କିଲ୍ଲାରେ ହୋଇଥିବା ବିସ୍ଫୋରଣରେ ଅତି କମରେ ୧୦ଜଣଙ୍କର ମୃତ୍ୟୁ ଏବଂ ଏକାଧିକ ଲୋକ ଆହତ ହୋଇଥିଲେ। ୧୦ବର୍ଷ ମଧ୍ୟରେ ଏହା ସବୁଠୁ ବଡ଼ ବିସ୍ଫୋରଣ ଥିଲା।
ଦିଲ୍ଲୀ ଆକ୍ରମଣ ବଡ଼ କାରଣ
ତେବେ ଏହି ବିସ୍ଫୋରଣ ପରେ ଏବେ ଭାରତ ହାଇ ଆଲର୍ଟରେ ଥିବା ସହ ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ଆରମ୍ଭ କରିଛନ୍ତି ସୁରକ୍ଷାକର୍ମୀ। ତେଣୁ ସୁରକ୍ଷା ଦୃଷ୍ଟିରେ ଏବେ ଭାରତ ଆସିବା ଉଚିତ୍ ହେବ ନାହିଁ ବୋଲି ଭାବି ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗସ୍ତ ବାତିଲ୍ କରିଛନ୍ତି। ସ୍ଥିତି ସୁଧୁରିବା ପରେ ଆସନ୍ତା ବର୍ଷ ସେ ଭାରତ ଆସିବା ନେଇ ନୂଆ ତାରିଖ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି।
ଆହୁରି ପଢ଼ନ୍ତୁ: Reaction Bjd-Leader-Debasish-Samantray ବ୍ୟୁରୋକ୍ରାଟିକ୍ ଦଳ ହୋଇଗଲାଣି ବିଜେଡି: ଦେବାଶିଷ ସାମନ୍ତରାୟ
ପୂର୍ବରୁ ୨ଥର ଗସ୍ତ ବାତିଲ୍ ହୋଇସାରିଛି
ପୂର୍ବରୁ ସୂଚନା ମିଳିଥିଲା ଯେ, ନେତାନ୍ୟାହୁ ବର୍ଷ ଶେଷ ହେବା ପୂର୍ବରୁ ଭାରତ ଗସ୍ତ କରିବେ। ଏହାକୁ ମିଶାଇ ୨୦୨୫ରେ ତୃତୀୟ ଥର ପାଇଁ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ଗସ୍ତ ବାତିଲ୍ କରିଛନ୍ତି। ସେପ୍ଟେମ୍ବର ମାସରେ ନେତାନ୍ୟାହୁ ଭାରତ ଗସ୍ତ ବାତିଲ୍ କରିଥିଲେ। ସେପ୍ଟେମ୍ବର ୧୭ ତାରିଖରେ ଇସ୍ରାଏଲରେ ହେବାକୁ ଥିବା ନିର୍ବାଚନ ପ୍ରସ୍ତୁତିରେ ସଂଘର୍ଷ ହୋଇପାରେ ବୋଲି ଦର୍ଶାଇ ସେ ଦିନିକିଆ ଗସ୍ତ ବାତିଲ କରିଥିଲେ। ଏହା ପୂର୍ବରୁ ଏପ୍ରିଲ ମାସରେ ମଧ୍ୟ ସେ ଭାରତ ଗସ୍ତ ବାତିଲ୍ କରିଥିଲେ।
ଆହୁରି ପଢ଼ନ୍ତୁ: Mahakal Temple in westbengal: ଦୀଘା ଜଗନ୍ନାଥ ମନ୍ଦିର ପରେ ଏବେ ମହାକାଳ ମନ୍ଦିର ନିର୍ମାଣ କରିବେ ମମତା
Follow Us