ନୂଆଦିଲ୍ଲୀ: ଏଥର ମୋବାଇଲ ନେଟୱର୍କ ଟେନ୍ସନ୍ ଗଲା । କାରଣ ଆଗାମୀ ଦିନରେ ଇଣ୍ଟରନେଟ୍ ବା ମୋବାଇଲ କଲ୍ ପାଇଁ ମୋବାଇଲ ଟାୱାର ଉପରେ ଭରସା କରିବାକୁ ପଡ଼ିନପାରେ । ଯେଉଁଠି ଥିଲେ ବି ସହଜରେ କଲ୍ ଲାଗିଯିବ । କାରଣ ସାଟେଲାଇଟ୍ ଟେଲି କମ୍ୟୁନିକେସନ୍ କ୍ଷେତ୍ରରେ ମିଳିବ ବଡ଼ ସଫଳତା । ମହାକାଶରେ ସ୍ଥାପନ ହେବ ବ୍ଲୁ ବାର୍ଡ ସାଟେଲାଇଟ୍, ଯାହା ମୋବାଇଲ୍ ଟାୱାର୍ ଗୁଡ଼ିକ ଭଳି କାମ କରିବ । ଏ କ୍ଷେତ୍ରରେ ଏବେ ଇତିହାସ ରଚିଛି ଭାରତ । ମହାକାଶକୁ ଉତକ୍ଷେପଣ ହୋଇଛି ଆମେରିକାର ବାଣିଜ୍ୟିକ ଯୋଗାଯୋଗ ସାଟେଲାଇଟ୍ ବ୍ଲୁବାର୍ଡ ବ୍ଲକ-୨ । ୬.୧ ଟନ୍ ଓଜନର ଏହି ବିଶାଳ ସାଟେଲାଇଟକୁ କକ୍ଷପଥରେ ଅବସ୍ଥାପିତ କରିବ ଇସ୍ରୋର ବାହୁବଳୀ ରକେଟ୍ ଏଲଭିଏମ୍-୩ ।
What a moment! Relive the #LVM3M6 liftoff highlights here:
— ISRO (@isro) December 24, 2025
For More information Visit:https://t.co/PBYwLU4Ogy
#LVM3M6#BlueBirdBlock2#ISRO#NSILpic.twitter.com/hc4SoI5DI5
ଆହୁରି ପଢନ୍ତୁ- Choreographer Roza: ବଲିଉଡ କଳାକାରଙ୍କୁ ନୃତ୍ୟ ନିର୍ଦ୍ଦେଶନା ଦେଇ ଚର୍ଚ୍ଚାରେ ରାଉରକେଲାର ରୋଜା
ଆକାଶକୁ ଗଲା ବାହୁବଳୀ
ସବୁଠାରୁ ବଡ଼ କଥା ହେଉଛି, ଭାରତ ମାଟିରୁ ମହାକାଶକୁ ଗଲା ସବୁଠୁ ଓଜନିଆ ସାଟେଲାଇଟ୍ । ଯାହା ଟେଲିକମ୍ ନେଟୱର୍କ କ୍ଷେତ୍ରରେ ନୂଆ ଇତିହାସ ଲେଖିଛି । ୬.୧ ଟନ୍ ଓଜନର ଏହି ବିଶାଳ ସାଟେଲାଇଟକୁ କକ୍ଷପଥରେ ଅବସ୍ଥାପିତ କରିବ ଇସ୍ରୋର ବାହୁବଳୀ ରକେଟ୍ ଏଲଭିଏମ୍-୩ । ଡିସେମ୍ବର ୨୪ ତାରିଖରେ ସକାଳ ୮ଟା ୫୪ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଏହା ଉତକ୍ଷେପଣ କରାଯାଇଛି । ଟେକ୍ସାସ୍ ସ୍ଥିତ କଂପାନି ଏଏସଟି ସ୍ପେଶ୍ ମୋବାଇଲ ପକ୍ଷରୁ ଏହି ସାଟେଲାଇଟକୁ ପଠାଯାଉଛି । ଦୁର୍ବଳ ଇଣ୍ଟରନେଟ୍ ସେବା ମିଳୁଥିବା ସ୍ଥାନକୁ ଉନ୍ନତ ମୋବାଇଲ ବ୍ରଡବ୍ୟାଣ୍ଡ୍ ଯୋଗାଇବା ଲକ୍ଷ୍ୟରେ ତିଆରି କରାଯାଇଛି ଏହି ସାଟେଲାଇଟ୍ ।
ଆହୁରି ପଢନ୍ତୁ- Bsf Recruitment: ବିଏସଏଫ ପକ୍ଷରୁ କ୍ରୀଡ଼ା ପ୍ରତିଭାଙ୍କୁ ନିଯୁକ୍ତି ସୁଯୋଗ
ମହାକାଶ ଭିତ୍ତିକ ବ୍ରଡବ୍ୟାଣ୍ଡ୍ ଯୋଗାଯୋଗ ସାହାଯ୍ୟରେ ବିନା କୌଣସି ଟାୱାର କିମ୍ବା ସ୍ବତନ୍ତ୍ର ଉପକରଣରେ ସାଧାରଣ ମୋବାଇଲକୁ ମଧ୍ୟ ୪-ଜି ଓ ୫-ଜି ସେବା ମିଳିପାରିବ । ଅକ୍ଟୋବର ୧୯ରେ ଆମେରିକାରୁ ଭାରତକୁ ଆସିଥିଲା ଏହି ଓଜନିଆ ସାଟେଲାଇଟ୍ । ନିଜ କକ୍ଷପଥରେ ପହଞ୍ଚିବା ପରେ 'ବ୍ଲୁବାର୍ଡ ବ୍ଲକ୍ ୨' ସାଟେଲାଇଟ୍ ତାର ୨୨୩ ବର୍ଗ ମିଟର ବିଶିଷ୍ଟ ବିଶାଳ 'ଫେଜଡ୍ ଆରେ ଆଣ୍ଟେନା' ଖୋଲିବ । ଏହା ପୃଥିବୀର ନିମ୍ନ କକ୍ଷପଥ ବା ଲୋ-ଅର୍ଥ ଅର୍ବିଟରେ ସ୍ଥାପିତ ହେବାକୁ ଥିବା ଦୁନିଆର ସବୁଠାରୁ ବଡ଼ ବ୍ୟବସାୟିକ କମ୍ୟୁନିକେସନ୍ ଆଣ୍ଟେନା ଭାବେ ଏକ ନୂଆ ରେକର୍ଡ ସୃଷ୍ଟି କରିବ । ଏହି ଟେକ୍ନୋଲୋଜି ଆଗାମୀ ଦିନରେ ମୋବାଇଲ୍ କନେକ୍ଟିଭିଟି ଏବଂ ନେଟୱର୍କ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି । ବିଶେଷ କରି ଦୁର୍ଗମ ଅଞ୍ଚଳରେ ଯେଉଁଠାରେ ମୋବାଇଲ୍ ଟାୱାର୍ ସ୍ଥାପନ କରିବା କଷ୍ଟକର, ସେଠାରେ ଏହି ସାଟେଲାଇଟ୍ ଜରିଆରେ ସହଜରେ ନେଟୱାର୍କ ସେବା ଯୋଗାଇ ଦିଆଯାଇପାରିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/12/24/tower-2025-12-24-16-45-41.jpg)