DGP Statment on Nowgam Blast: ଏହା ଏକ ଦୁର୍ଭାଗ୍ୟଜନକ ଦୁର୍ଘଟଣା: ଜମ୍ମୁ-କଶ୍ମୀର ବିସ୍ଫୋରଣ ନେଇ କହିଲେ ଡିଜିପି

Advertisment

ଜମ୍ମୁ କଶ୍ମୀର ବିସ୍ଫୋରଣ ମାମଲାରେ ପୁଲିସର ବିବୃତି ଆସିଛି। ଡିଜିପି ନଲିନ ପ୍ରଭାତ ବିସ୍ଫୋରଣକୁ ଏକ ଦୁର୍ଘଟଣା ବୋଲି କହିଛନ୍ତି। ସେ ମୃତାହତଙ୍କ ବିଷୟରେ କହିଛନ୍ତି ଏବଂ ଏହା କାହାର ଭୁଲ୍ ଥିଲା ତାହା ଜାଣିବା ପାଇଁ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି....

ଜମ୍ମୁ କଶ୍ମୀର ବିସ୍ଫୋରଣ ମାମଲାରେ ପୁଲିସର ବିବୃତି ଆସିଛି। ଡିଜିପି ନଲିନ ପ୍ରଭାତ ବିସ୍ଫୋରଣକୁ ଏକ ଦୁର୍ଘଟଣା ବୋଲି କହିଛନ୍ତି। ସେ ମୃତାହତଙ୍କ ବିଷୟରେ କହିଛନ୍ତି ଏବଂ ଏହା କାହାର ଭୁଲ୍ ଥିଲା ତାହା ଜାଣିବା ପାଇଁ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି....

It was an unfortunate accident: DGP on Jammu and Kashmir blast

It was an unfortunate accident: DGP on Jammu and Kashmir blast Photograph: (sambad.in)

ଶ୍ରୀନଗର: ଜମ୍ମୁ କଶ୍ମୀରର ଶ୍ରୀନଗରର ନୌଗାମ ପୁଲିସ ଷ୍ଟେସନରେ ହୋଇଥିବା ବିସ୍ଫୋରଣ ସମ୍ପର୍କରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନଳିନ ପ୍ରଭାତ ଏକ ବିବୃତି ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି କହିଛନ୍ତି ଯେ, ନୌଗାମ ପୁଲିସ ଷ୍ଟେସନରେ ହୋଇଥିବା ବିସ୍ଫୋରଣ କେବଳ ଏକ ଦୁର୍ଘଟଣା ଥିଲା ଏବଂ ଅନ୍ୟ କିଛି ନୁହେଁ। ଏହା ଏକ ଦୁର୍ଭାଗ୍ୟଜନକ ଘଟଣା । ଏଥିରେ କାହାର ଦୋଷ ତାହା ଜାଣିବା ପାଇଁ ତଦନ୍ତ ଚାଲିଛି।

ଫରିଦାବାଦରୁ ଜବତ ହୋଇଥିବା ୩୬୦ କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ୍ ଖୋଲା ସ୍ଥାନରେ ରଖାଯାଇଥିଲା । ବିସ୍ଫୋରଣ ହେବା ସମୟରେ ଦୁଇ ଦିନ ଧରି ନମୁନା ପରୀକ୍ଷା ଚାଲିଥିଲା। ଏହି ଘଟଣରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି ଏବଂ ଅନେକ ଯାନବାହନ ମଧ୍ୟ ଜଳିଯାଇଛି।

ଆହୁରି ପଢ଼ନ୍ତୁ:Home Ministry Statement: ସର୍ବାଧିକ ସତର୍କତାର ସହିତ ନମୁନା ସଂଗ୍ରହ କରାଯାଉଥିଲା: ନୌଗାମ ପୁଲିସ ଷ୍ଟେସନ ବିସ୍ଫୋରଣ ନେଇ ଗୃହ ମନ୍ତ୍ରଣାଳୟର ବିବୃତି

ଆହୁରି ପଢ଼ନ୍ତୁ:Trump Tariff: ଏକ ଶିକ୍ଷା ଦେଲେ ଜନସାଧାରଣ: ମୁଣ୍ଡ ନୁଆଁଇ ଶୁଳ୍କ ହଟାଇଲେ ଟ୍ରମ୍ପ୍‌

ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ଆମେ ପ୍ରାର୍ଥନା କରୁଛୁ। ଜୀବନ ଏବଂ ସମ୍ପତ୍ତି କ୍ଷତି ପାଇଁ ଆମେ ଗଭୀର ସମବେଦନା ପ୍ରକାଶ କରୁଛୁ। ସତର୍କତା ଅବଲମ୍ବନ ସତ୍ତ୍ୱେ, ବିସ୍ଫୋରଣ ଅପ୍ରତ୍ୟାଶିତ ଭାବରେ ଘଟିଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe