Donald Trump Reaction On Pak-Afghanistan war Photograph: (Sambad.in)
ଇସଲାମାବାଦ/କାବୁଲ: ଆଫ୍ଗାନିସ୍ତାନ ଉପରେ ପାକ୍ ବାୟୁସେନା ଶୁକ୍ରବାର ରାତିରେ ପୁଣି ଆକ୍ରମଣ କରିଛି। ୪୮ ଘଣ୍ଟିଆ ଅସ୍ତ୍ରବିରତି ବୃଦ୍ଧି କରିବାକୁ ପାକିସ୍ତାନ ଓ ଆଫଗାନିସ୍ତାନ ସହମତି ପ୍ରକାଶ କରିବାର ମାତ୍ର କିଛି ଘଣ୍ଟା ପରେ ପାକ୍ ସେନା ତା’ର ରଣନୀତି ବଦଳାଇ ଡୁରାଣ୍ଡ ଲାଇନ୍ରେ ଅବସ୍ଥିତ ବିଭିନ୍ନ ଜିଲ୍ଲାରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏଥିରେ ଏକାଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ମୃତକଙ୍କ ମଧ୍ୟରେ ୩ଜଣ ଆଫ୍ଗାନିସ୍ତାନ କ୍ରିକେଟର ମଧ୍ୟ ରହିଛନ୍ତି। ପାକିସ୍ତାନର ଏଭଳି ଧୋକାକୁ ଆଫ୍ଗାନିସ୍ତାନ ନିନ୍ଦା କରୁଥିବା ବେଳେ ଯୁଦ୍ଧ ବନ୍ଦ କରି ଶାନ୍ତି ଫେରାଇ ଆଉଥିବା ରାଷ୍ଟ୍ରପତି ଏବେ ନିଜର ପ୍ରତିକ୍ରିୟା ରଖିଛନ୍ତି।
ଆହୁରି ପଢ଼ନ୍ତୁ: ଲୁଧିଆନାରୁ ଦିଲ୍ଲୀ ଯାଉଥିବା ଗରିବ ରଥ ଟ୍ରେନରେ ଲାଗିଲା ନିଆଁ
ପାକ୍-ଆଫ୍ଗାନିସ୍ତାନ ଯୁଦ୍ଧ ବନ୍ଦ କରିବା ମୋ ପାଇଁ ଅତି ସହଜ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ-ଆଫ୍ଗାନିସ୍ତାନ ଯୁଦ୍ଧ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, "ଯଦି ମୋତେ ଏହାକୁ ସମାଧାନ କରିବାକୁ ପଡ଼େ, ତେବେ ଏହା ସମାଧାନ କରିବା ମୋ ପାଇଁ ସହଜ। ଏହା ସହିତ ମୋତେ ଆମେରିକାକୁ ମଧ୍ୟ ଚଳାଇବାକୁ ପଡିବ। କିନ୍ତୁ ମୁଁ ଯୁଦ୍ଧ ଶେଷ କରିବାକୁ ଭଲପାଏ। ଆପଣ ଜାଣନ୍ତି କି କାହିଁକି? କାରଣ ମୁଁ ଲୋକମାନଙ୍କ ଜୀବନ ବଞ୍ଚାଇବାକୁ ପସନ୍ଦ କରେ। ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ମୁଁ ବଞ୍ଚାଇଛି ମଧ୍ୟ ଏବଂ ମୁଁ ଭାବୁଛି ଆମେ ଏହି ଯୁଦ୍ଧକୁ ମଧ୍ୟ ରୋକିବାରେ ସଫଳ ହେବୁ।"
ଉଲ୍ଲେଖଯୋଗ୍ୟ, ପାକଟିକା ପ୍ରଦେଶରେ ପାକିସ୍ତାନର ଏୟାର୍ ଷ୍ଟ୍ରାଇକ୍ରେରେ ୩ ଆଫ୍ଗାନୀ କ୍ରିକେଟର୍ଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନର ବିମାନ ଆକ୍ରମଣ ପରେ ତାଲିବାନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଅସ୍ତ୍ରବିରତି ଶେଷ ହୋଇଛି ଏବଂ ପାକିସ୍ତାନ ପ୍ରଥମେ ଏହାର ଉଲ୍ଲଂଘନ କରିଥିବାରୁ ଆମେ କଡ଼ା ଜବାବ ଦେବୁ। ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଥିବା ଅରଗୁନ୍ ଏବଂ ବର୍ମାଲ ଜିଲ୍ଲାର ଅନେକ ଘର ବୋମାମାଡ଼ରେ ଧ୍ବଂସ ହୋଇଯାଇଛି। ପାକ୍ ଆକ୍ରମଣକୁ ଦୃଷ୍ଟିରେ ରଖି ଲୋକଙ୍କୁ ସୁରକ୍ଷିତ ଆଶ୍ରୟରେ ରହିବାକୁ ତାଲିବାନ ପ୍ରଶାସନ କହିଛି। ଅନ୍ୟପକ୍ଷରେ ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ବଢୁଥିବା ଭୟାନକ ଉତ୍ତେଜନାକୁ କମ୍ କରିବା ପାଇଁ କତରର ରାଜଧାନୀ ଦୋହାରେ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତି ଚାଲିଛି।
donald-trump | pakistan | afghanistan
Follow Us