Jammu and Kashmir in Ranji final: ପ୍ରଥମ ଥର ଲାଗି ରଣଜୀ ଫାଇନାଲ୍‌ରେ ଜମ୍ମୁ ଓ କଶ୍ମୀର

Advertisment

ଜମ୍ମୁ ଓ କଶ୍ମୀର ଦଳ ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଫାଇନାଲ୍‌ରେ ପ୍ରବେଶ କରି ଐତିହାସିକ ସଫଳତା ହାସଲ କରିଛି। ବେଙ୍ଗଲ କ୍ରିକେଟ୍‌ ଏକାଡେମୀ ପଡ଼ିଆରେ ଚାଲିଥିବା ଦ୍ବିତୀୟ ସେମି-ଫାଇନାଲ୍‌ରେ ଏହି ଦଳ ବେଙ୍ଗଲ୍‌କୁ ୬ ୱିକେଟ୍‌ରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଛି।

ଜମ୍ମୁ ଓ କଶ୍ମୀର ଦଳ ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଫାଇନାଲ୍‌ରେ ପ୍ରବେଶ କରି ଐତିହାସିକ ସଫଳତା ହାସଲ କରିଛି। ବେଙ୍ଗଲ କ୍ରିକେଟ୍‌ ଏକାଡେମୀ ପଡ଼ିଆରେ ଚାଲିଥିବା ଦ୍ବିତୀୟ ସେମି-ଫାଇନାଲ୍‌ରେ ଏହି ଦଳ ବେଙ୍ଗଲ୍‌କୁ ୬ ୱିକେଟ୍‌ରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଛି।

Jammu and Kashmir in Ranji final

Jammu and Kashmir in Ranji final

କଲ୍ୟାଣୀ: ‌ଜମ୍ମୁ ଓ କଶ୍ମୀର ଦଳ ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଫାଇନାଲ୍‌ରେ ପ୍ରବେଶ କରି ଐତିହାସିକ ସଫଳତା ହାସଲ କରିଛି। ବେଙ୍ଗଲ କ୍ରିକେଟ୍‌ ଏକାଡେମୀ ପଡ଼ିଆରେ ଚାଲିଥିବା ଦ୍ବିତୀୟ ସେମି-ଫାଇନାଲ୍‌ରେ ଏହି ଦଳ ବେଙ୍ଗଲ୍‌କୁ ୬ ୱିକେଟ୍‌ରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଛି। ଫାଇନାଲ୍‌ରେ ଏହି ଦଳ କର୍ଣ୍ଣାଟକକୁ ଭେଟିବାର ସମ୍ଭାବନା ରହିଛି। ଏକଦା ଘରୋଇ କ୍ରିକେଟ୍‌ରେ ଅପରିଚିତ ଥିବା ଜମ୍ମୁ କାଶ୍ମୀର ଦଳର ଏହି ଅସାଧାରଣ ସଫଳତା ପଛରେ ଆକ୍ବିବ ନବି ଡର୍‌ଙ୍କ ଅଲରାଉଣ୍ଡ୍‌ ପ୍ରଦର୍ଶନ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି।

ଏହି ମ୍ୟାଚ୍‌ରେ ସେ ମୋଟ ୯ଟି ଓ୍ବିକେଟ୍‌ ନେଇଥିବାବେଳେ ୪୨ ରନ୍‌ର ଯୋଗଦାନ ମଧ୍ୟ ଦେଇଥିଲେ। ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ଜମ୍ମୁ ଓ କଶ୍ମୀର ଟସ୍‌ ଜିତି ବେଙ୍ଗଲ୍‌କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ସୁଦୀପ କୁମାର ଘରାମୀଙ୍କ ଶତକ ବଳରେ ବେଙ୍ଗଲ ନିଜର ପ୍ରଥମ ପାଳିରେ ୩୨୮ ରନ୍‌ କରିଥିଲା। ଏହାର ଜବାବରେ ଜମ୍ମୁ ଓ କଶ୍ମୀର ନିଜର ପ୍ରଥମ ପାଳିରେ ୩୦୨ରେ ଅଲ୍‌ଆଉଟ୍‌ ହେବା ସହ ୨୬ ରନରେ ପଛୁଆ ରହିଥିଲା। କିନ୍ତୁ ବେଙ୍ଗଲ୍‌ ନିଜର ଦ୍ବିତୀୟ ପାଳିରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୯୯ ରନରେ ଆଉଟ୍‌ ହେବା ପରେ ଜମ୍ମୁ ଓ କଶ୍ମୀର ଆଗରେ ବିଜୟ ପାଇଁ ମାତ୍ର ୧୨୬ ରନର ଏକ ସହଜ ଲକ୍ଷ୍ୟ ରହିଥିଲା। ଏହି ଲକ୍ଷ୍ୟକୁ ଦଳ ୪ ୱିକେଟ୍‌ ହରାଇ ହାସଲ କରିନେଇଥିଲା। ଦଳ ପକ୍ଷରୁ ବଂଶଜ ଶର୍ମା (୫୪ ବଲ୍‌ରୁ ୪୩), ଅବଦୁଲ ସମଦ ( ୨୭ ବଲରୁ ୩୦)ର ଯୋଗଦାନ ଦେଇଥିଲେ।

ଆହୁରି ପଢ଼ନ୍ତୁ: Muslims are worse than dogs: ମୁସଲମାନ୍ କୁକୁରଠାରୁ ମଧ୍ୟ ହୀନ: ଟ୍ରମ୍ପଙ୍କ ସାଂସଦଙ୍କ ବିବାଦୀୟ ପୋଷ୍ଟ ନେଇ ସୋସିଆଲ ମିଡିଆରେ ଝଡ଼

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe