ଜାପାନକୁ ମିଳିଲା ଗୁପ୍ତଧନର ସନ୍ଧାନ: ସମୁଦ୍ରର ୫,୭୦୦ ମିଟର ଗଭୀରରେ ବିରଳ ଖଣିଜ ଭଣ୍ଡାର

ଜାପାନକୁ ବିରଳ ଖଣିଜ ପଦାର୍ଥର ସନ୍ଧାନ ମିଳିଛି। ଏହି ଖଣିଜ ପଦାର୍ଥର ଭଣ୍ଡାର ଗଭୀର ସମୁଦ୍ରରେ ରହିଛି। ଏହା ସମୁଦ୍ରର ୫,୭୦୦ ମିଟର ଗଭୀରରେ ରହିଛି। ଏହାର ଆନୁମାନିକ ପରିମାଣ ହେଉଛି ୨୩୦ ନିୟୁତ ଟନ୍। ବିରଳ ଖଣିଜ ପଦାର୍ଥ ‌କ୍ଷେତ୍ରରେ ଜାପାନ ଚୀନ୍‌ର ପ୍ରାଧାନ୍ୟକୁ ପଛରେ ପକାଇବ...

Japan finds hidden treasure: 5,700 meters deep in the sea, a rare mineral deposit

Japan finds hidden treasure: 5,700 meters deep in the sea, a rare mineral deposit

ଟୋକିଓ: ପ୍ରଶାନ୍ତ ମହାସାଗରା ଗଭୀର ସମୁଦ୍ରରେ ଜାପାନକୁ ନିଜର  ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍‌ରେ ବିରଳ  ଖଣିଜ ପଦାର୍ଥ ଭଣ୍ଡାରର ଏକ ଗୁରୁତ୍ବପୂର୍ଣ୍ଣ ସନ୍ଧାନ ମିଳିଛି।  ଏହି ଆବିଷ୍କାର ଜାପାନର ଅର୍ଥନୀତିକୁ ନୂତନ ରୂପ ଦେବାକୁ ସକ୍ଷମ ହେବ ବୋଲି କୁହାଯାଉଛି। କେବଳ ଏତିକି ନୁହେଁ, ଏହି ଆବିଷ୍କାର ବିରଳ ଖଣିଜ ପଦାର୍ଥ କ୍ଷେତ୍ରରେ ବିଶ୍ୱ ଯୋଗାଣ ଶୃଙ୍ଖଳାର ନୂଆ ସମୀକରଣ ସୃଷ୍ଟି କରିପାରେ।

୨୬ ବିଲିୟନ ଡ଼ଲାର (୨୧,୬୦୯୫୬୬୯୭୫୦୦ଟଙ୍କା) ମୂଲ୍ୟର ଏହି ଭଣ୍ଡାର  ଟୋକିଓଠାରୁ ପ୍ରାୟ ୧୨୦୦ ମାଇଲ ଦୂରରେ ଥିବା ମିନାମି-ଟୋରି-ଶିମା ଦ୍ୱୀପ ନିକଟରେ ଅବସ୍ଥିତ। ଏହି ଆବିଷ୍କାର ବିରଳ ଖଣିଜ ପଦାର୍ଥ ବଜାର ଉପରେ ଚୀନ୍‌ର ପ୍ରାଧାନ୍ୟକୁ ଶେଷ କରି ଦେଇପାରେ ବୋଲି କୁହାଯାଉଛି।

ସମୁଦ୍ରର  ୫,୭୦୦ ମିଟର ଗଭୀରରେ ଥିବା ଏହି ବିଶାଳ ଭଣ୍ଡାରରେ ଆନୁମାନିକ ୨୩୦ ନିୟୁତ ଟନ୍ ବିରଳ ଖଣିଜ ପଦାର୍ଥ ରହିଛ। ସେଥିରେ କୋବାଲ୍ଟ ଏବଂ ନିକେଲ୍ ରହିଛି।  ଏସବୁ ଖଣିଜ ପଦାର୍ଥ ବୈଦ୍ୟୁତିକ ଯାନ (ଇଭି) ବ୍ୟାଟେରୀ ଏବଂ ଅନ୍ୟାନ୍ୟ ଉନ୍ନତ ଜ୍ଞାନକୌଶଳ ଉତ୍ପାଦନରେ ପ୍ରମୁଖ ଉପାଦାନ ଭାବେ ବ୍ୟବହାର କରାଯାଇଥାଏ।

ନିପନ୍ ଫାଉଣ୍ଡେସନ୍ ଏବଂ ଟୋକିଓ ବିଶ୍ୱବିଦ୍ୟାଳୟ ଦ୍ୱାରା ଅଣ୍ଡର ୱାଟର ଯାନ ବ୍ୟବହାର କରି ଅତ୍ୟାଧୁନିକ ଭାବେ କରାଯାଇଥିବା ଏକ ମିଳିତ ସର୍ଭେରେ ଏହି ଆବିଷ୍କାର ସମ୍ଭବ ହୋଇଛି।

ରିପୋର୍ଟ ଅନୁଯାୟୀ, ମାଙ୍ଗାନିଜ୍ ନୋଡୁଲ୍ସର କ୍ଷେତ୍ର ପ୍ରଥମେ ୨୦୧୬ରେ ଚିହ୍ନଟ ହୋଇଥିଲା। କିନ୍ତୁ ନିକଟରେ ଏହାର ସବିଶେଷ ମ୍ୟାପିଂ କରାଯାଇଛି। ଏହି ଅଞ୍ଚଳର ଅଧ୍ୟୟନରେ ଜଣାପଡ଼ିଛି ଏହି ଭଣ୍ଡାରରେ ୬୧୦,୦୦୦ ମେଟ୍ରିକ୍ ଟନ୍ କୋବାଲ୍ଟ ଏବଂ ୭୪୦,୦୦୦ ମେଟ୍ରିକ୍ ଟନ୍ ନିକେଲ୍  ରହିଛି। ଏହି ଖଣିଜ ପଦାର୍ଥ କେବଳ ଇଭି ବ୍ୟାଟେରୀ ନିର୍ମାଣ ସହିତ ଜେଟ୍ ଇଞ୍ଜିନ୍, ଗ୍ୟାସ୍ ଟର୍ବାଇନ ଏବଂ ବିଭିନ୍ନ ଉଚ୍ଚ-ବୈଷୟିକ ଉତ୍ପାଦନ ପ୍ରକ୍ରିୟା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ତମ୍ବାର ଅତିରିକ୍ତ ସନ୍ଧାନ ମଧ୍ୟ ମିଳିଥିବା କୁହାଯାଉଛି।

ଆଧୁନିକ ଶିଳ୍ପ ପାଇଁ କୋବାଲ୍ଟ ଏବଂ ନିକେଲ୍ ଜରୁରୀ ଉପାଦାନ। ଶକ୍ତି ସଂରକ୍ଷଣ ପ୍ରଣାଳୀ ଏବଂ ସବୁଜ ପ୍ରଯୁକ୍ତିବିଦ୍ୟାରେ ଏହି ଖଣିଜ ପଦାର୍ଥର ବିଶେଷ ଭୂମିକା ରହିଛି। ଯେହେତୁ ବିଶ୍ବର ଦେଶଗୁଡିକ ଏକ ସ୍ଥାୟୀ ଶକ୍ତି ଭବିଷ୍ୟତ ଆଡକୁ ଗତି କରୁଛନ୍ତି, ଏହି ଧାତୁଗୁଡ଼ିକର ଚାହିଦା ଆକାଶଛୁଆଁ ହେବାରେ ଲାଗିଛି।

ଜାପାନର ନୂତନ ଆବିଷ୍କୃତ ଭଣ୍ଡାରଗୁଡିକ ବିଦେଶୀ ଆମଦାନି ଉପରେ ଦେଶର ନିର୍ଭରଶୀଳତାକୁ ହ୍ରାସ କରିବ ବୋଲି କୁହାଯାଉଛି। ଏହି ଭଣ୍ଡାରଗୁଡିକର ଉତ୍ତୋଳନ କରି ଜାପାନ ଏକ ଆତ୍ମନିର୍ଭରଶୀଳ ଯୋଗାଣ ଶୃଙ୍ଖଳା ପ୍ରତିଷ୍ଠା କରିବା ସହିତ ନିଜର ଘରୋଇ ଶିଳ୍ପକୁ ମଜବୁତ କରିବା ଏବଂ ଟେକ୍ନୋଲୋଜି ତଥା ଉତ୍ପାଦନରେ ନିଜକୁ ବିଶ୍ୱସ୍ତରରେ ଅଗ୍ରଣୀ ଭାବରେ ପ୍ରତିଷ୍ଠିତ କରିବାର ସୁଯୋଗ ପାଇବାର ଯଥେଷ୍ଟ ସମ୍ଭାବନା ରହିଥିବା କୁହାଯାଉଛି।

ଅଧିକ ପଢ଼ନ୍ତୁ: ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ: ମୋଦୀଙ୍କ 'ଗୁପ୍ତ ଚିଠି' ନେଇ ପହଞ୍ଚିଲେ ଜୟଶଙ୍କର !

ବିଶେଷଜ୍ଞମାନେ ଏହି ଆବିଷ୍କାର ଜାପାନର ଅର୍ଥନୀତି ପାଇଁ ଏକ ପ୍ରମୁଖ  ପରିବର୍ତ୍ତନକାରୀ ହେବ ବୋଲି କହୁଛନ୍ତି। ଏହା ଦ୍ବାରା କଞ୍ଚାମାଲ ଉତ୍ତୋଳନଠାରୁ ଅଧିକ ଦୀର୍ଘମିଆଦି ଲାଭ ସମ୍ଭବ ହୋଇପାରିବ। ଟୋକିଓ ବିଶ୍ୱବିଦ୍ୟାଳୟର ପ୍ରାକୃତିକ ସମ୍ପଦ ଭୂବିଜ୍ଞାନର ପ୍ରଫେସର ୟାସୁହିରୋ କାଟୋଙ୍କ ଅନୁଯାୟୀ, ଖନନ ପ୍ରକ୍ରିୟା ପରିବେଶ ସ୍ଥିରତାକୁ ପ୍ରାଧାନ୍ୟ ଦେବ। ୨୦୨୫ମସିହାରେ ଖଣି ଖନନ ଆରମ୍ଭ କରିବାକୁ ଯୋଜନା କରାଯାଇଛି।  

ଅଧିକ ପଢ଼ନ୍ତୁ: ମୁଖ୍ୟସ୍ରୋତରେ ସାମିଲ ହେଲେ ୬ ନକ୍ସଲ; ପୁଲିସ ନିକଟରେ କଲେ ଆତ୍ମସମର୍ପଣ

ଏନେଇ ପ୍ରତିଦିନ ଅନେକ ହଜାର ଟନ୍ ନୋଡୁଲ ଉତ୍ତୋଳନ କରିବାକୁ ସକ୍ଷମ ବିଦେଶୀ ଖଣି ଜାହାଜ ବ୍ୟବହାର କରାଯିବ।  ସ୍ଥାୟୀ ସମ୍ପଦ ଉତ୍ତୋଳନ ସୁନିଶ୍ଚିତ କରିବାବେଳେ ଏହି ମ୍ୟାପିଂ ପଦ୍ଧତି ପରିବେଶ ପ୍ରଭାବକୁ କମ୍ କରିବାକୁ ଲକ୍ଷ୍ୟ ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe