ନୂଆଦିଲ୍ଲୀ: ମନ୍ତ୍ରୀ ପରିଷଦରେ ପ୍ରତିନିଧିତ୍ୱ ପାଇବାକୁ ଜେଡିୟୁ ମୋଦୀ ସରକାରଙ୍କ ସହ ଏକ ଚୁକ୍ତି କରିଛି। ଜେଡିୟୁକୁ ଗୋଟେ କ୍ୟାବିନେଟ୍ ବର୍ଥ ଏବଂ ୩ଟି ରାଷ୍ଟ୍ରମନ୍ତ୍ରୀ ମିଳିବ ବୋଲି ଜଣାପଡ଼ିଛି। ଜେଡିୟୁ ନେତା ଆରସିପି ସିଂ କ୍ୟାବିନେଟ ବର୍ଥ ପାଇଥିବାବେଳେ ଚନ୍ଦ୍ରଶେଖର ପ୍ରସାଦ ଚନ୍ଦ୍ରବଂଶୀ, ରାମନାଥ ଠାକୁର, ଦିଲେଶ୍ୱର କାମାଥଙ୍କୁ ରାଷ୍ଟ୍ରମନ୍ତ୍ରୀ ମାନ୍ୟତା ମିଳିବ।

Advertisment

ସେହିଭଳି କର୍ଣ୍ଣାଟକର ୪ ଜଣ ବିଜେପି ସାଂସଦଙ୍କୁ ମନ୍ତ୍ରୀ ପରିଷଦରେ ଅନ୍ତର୍ଭୁକ୍ତ କରାଯିବ। ଏହି ସମ୍ପ୍ରସାରଣରେ ରାଜୀବ ଚନ୍ଦ୍ରଶେଖର, ଭଗବନ୍ତ ଖୁବା, ଏ ନାରାୟଣସ୍ୱାମୀ ଏବଂ ଶୋଭା କରନ୍ଦଲାଜେ ରାଷ୍ଟ୍ରମନ୍ତ୍ରୀ ମାନ୍ୟତା ପାଇବେ।

publive-image indiatoday.in

ତେବେ ସମ୍ପ୍ରସାରଣରେ ପୂର୍ବରୁ କିଛି କେନ୍ଦ୍ରମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଉଥିବା ଦେଖାଯାଇଛି | ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘରେ ବୈଠକ ପରେ ଶ୍ରମ ମନ୍ତ୍ରୀ ସନ୍ତୋଶ ଗଙ୍ଗୱାର କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। ସେହିଭଳି ଅସୁସ୍ଥତା କାରଣରୁ କ୍ୟାବିନେଟରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଥିବା ରମେଶ ପୋଖରୀଆଲ ନିଶଙ୍କଙ୍କୁ ପଦରୁ ହଟାଇ ଦିଆଯାଇଛି | ରାଜ୍ୟ ଶିକ୍ଷା, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ସଞ୍ଜୟ ଧୋତରେ ମଧ୍ୟ ପଦରୁ ଇସ୍ତଫା ଦେଇଛନ୍ତି | ସେହିଭଳି କର୍ଣ୍ଣାଟକର ରାଜ୍ୟପାଳ-ନିଯୁକ୍ତ ଥାୱରଚାନ୍ଦ ଗେହଲୋଟ୍ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି | ସେ ନିଜ ଇସ୍ତଫା ପତ୍ର ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁଙ୍କୁ ଦାଖଲ କରିଥିବା ବେଳେ ଅଧ୍ୟକ୍ଷ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି । କେନ୍ଦ୍ର କେମିକାଲ୍ସ ଏବଂ ଫର୍ଟିଲାଇଜର୍ସ ମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡା କହିଛନ୍ତି ଯେ ସେ କେନ୍ଦ୍ର ମନ୍ତ୍ରୀ ପରିଷଦରୁ ଇସ୍ତଫା ଦେଇଛନ୍ତି।