ଲକ୍ଷ୍ମୌ: କ୍ରିକେଟ୍ ମ୍ୟାଚ୍ ଚାଲିଥିଲା...ଗ୍ୟାଲେରିରେ ଦର୍ଶକ ବି ଖେଳର ବେଶ ମଜା ନେଉଥିଲେ। ଏହି ସମୟରେ ହଠାତ୍ ଜଣେ ଖେଳାଳି ଚେତାଶୂନ୍ୟ ହୋଇ ପଡ଼ିଆରେ ଟଳି ପଡ଼ିଥିଲେ। ତୁରନ୍ତ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ବୋଲିଂ କରୁଥିବା ସମୟରେ ଟଳି ପଡ଼ିଲେ ଖେଳାଳି
ଏଭଳି ଏକ ଦୁଃଖଦାୟକ ଘଟଣା ଉତ୍ତରପ୍ରଦେଶର ଝାନ୍ସୀର ଜିଆଇସି ଗ୍ରାଉଣ୍ଡରେ ଘଟିଛି। ସିପ୍ରି ବଜାର ଥାନା ଅଞ୍ଚଳର ବାସିନ୍ଦା ରବୀନ୍ଦ୍ର କୁମାର ଅହିରୱାର ମ୍ୟାଚ ସମୟରେ ବୋଲିଂ କରୁଥିଲେ। ଚତୁର୍ଥ ଓଭରର ଚତୁର୍ଥ ବଲ ବୋଲିଂ କରୁଥିବା ସମୟରେ ରବୀନ୍ଦ୍ର ଅସୁସ୍ଥ ଅନୁଭବ କରିବା ସହିତ ହଠାତ୍ ପଡ଼ିଆରେ ଟଳି ପଡ଼ିଥିଲେ।
ଅଧିକପଢ଼ନ୍ତୁ:ବିଶ୍ଵକପ ଜିତିବା ପରେ ପ୍ରତ୍ୟେକ ଖେଳାଳିଙ୍କୁ ମିଳିବ Tata Sierra, କମ୍ପାନି କଲା ଘୋଷଣା
ସାଥୀ ଖେଳାଳିଙ୍କ ସମେତ ପଡ଼ିଆରେ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀମାନେ ରବୀନ୍ଦ୍ରଙ୍କୁ ଉଠାଇବାକୁ ଅନେକ ଚେଷ୍ଟା କରିଥିଲେ। ପାଣି ବି ପିଆଇବାକୁ ଉଦ୍ୟମ କରିଥିଲେ କିନ୍ତୁ ତାଙ୍କ ଶରୀର କୌଣସି ପ୍ରକାର ପ୍ରତିକ୍ରିୟା ଦେଖା ଦେଇ ନଥିଲା। ଏହାପରେ ତୁରନ୍ତ ରବୀନ୍ଦ୍ରଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ଦୁଃଖର ବିଷୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରବୀନ୍ଦ୍ରଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଥିବା ଅନୁମାନ କରାଯାଉଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଯାଇ ମୃତ୍ୟୁର ସଠିକ୍ କାରଣ ଜଣାପଡିବ।
ପୁଅର ଆକସ୍ମିକ ମୃତ୍ୟୁକୁ ଗ୍ରହଣ କରି ପାରୁ ନାହାନ୍ତି ପରିବାର ସଦସ୍ୟ
ପରିବାର ସଦସ୍ୟ ପୁଅର ଏଭଳି ଆକସ୍ମିକ ମୃତ୍ୟୁକୁ ବିଶ୍ବାସ କରି ପାରୁ ନାହାନ୍ତି। ରବୀନ୍ଦ୍ରଙ୍କ ପରିବାରବର୍ଗଙ୍କ କହିବାନୁସାରେ,‘ ପୁଅ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଥିଲା। ଘଟଣା ଦିନ ସେ ସକାଳେ ସମସ୍ତଙ୍କ ସହିତ ଭଲରେ କଥା ହୋଇ ଚା’ ପିଇଥିଲା। ଏହାପରେ ଖେଳିବାକୁ ଯାଇଥିଲା। ଖେଳ ପଡ଼ିଆରେ ହିଁ ତାର ଜୀବନ ଚାଲିଯିବ ଏକଥା ଆମେ କେହି ସହ୍ୟ କରି ପାରୁନାହୁଁ।’
ଅଧିକପଢ଼ନ୍ତୁ:ଭୋଟଦାନ କେନ୍ଦ୍ରରେ ପହଞ୍ଚିବା ପାଇଁ ନିଜ ମଇଁଷିର ସାହାଯ୍ୟ ନେଲେ ନେତା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/06/new-project-1-2025-11-06-14-49-16.jpg)