Advertisment

J&K; Budget: କାଶ୍ମୀରର ବଜେଟ୍‌ ଇସଲାମାବାଦ ଆଇଏମ୍‌ଏଫ୍‌ଠାରୁ ନେଇଥିବା ଋଣର ଦୁଇଗୁଣ

Advertisment

‘ରାଇଟ୍‌ ଟୁ ରିପ୍ଲାଏ’ ଅଧିକାର ବ୍ୟବହାର କରି ଅନୁପମା ସିଂହ ସ୍ପଷ୍ଟ ଶବ୍ଦରେ ଭାରତ ବିରୋଧରେ ପାକିସ୍ତାନ ଓ ଆଇଓସିର ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହିତ ଆଇଓସିକୁ ତୀବ୍ର ସମାଲୋଚନା କରିଥିଲେ।

‘ରାଇଟ୍‌ ଟୁ ରିପ୍ଲାଏ’ ଅଧିକାର ବ୍ୟବହାର କରି ଅନୁପମା ସିଂହ ସ୍ପଷ୍ଟ ଶବ୍ଦରେ ଭାରତ ବିରୋଧରେ ପାକିସ୍ତାନ ଓ ଆଇଓସିର ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହିତ ଆଇଓସିକୁ ତୀବ୍ର ସମାଲୋଚନା କରିଥିଲେ।

Untitled-6.jpg

Photograph: (@sambad.in)

ଜେନେଭା: ଜାତିସଂଘରେ ଭାରତ ପ୍ରଥମ ସଚିବ ଅନୁପମା ସିଂହ ଜାତିସଂଘ ମାନବାଧିକାର ପରିଷଦ (ୟୁଏନ୍‌ଏଚ୍‌ଆର୍‌ସି) ବୈଠକରେ ପାକିସ୍ତାନକୁ ତୀବ୍ର ସମାଲୋଚନା କରିଛନ୍ତି। ଏହା ଭ୍ରମାତ୍ମକ ଦୁନିଆ (ଲା ଲା ଲ୍ୟାଣ୍ଡ) ରେ ରହୁଥିବା କହିବା ସହିତ ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ଆଇନା ଦେଖାଇଛନ୍ତି। ୟୁଏନ୍‌ଏଚ୍‌ଆର୍‌ସିର ଉଚ୍ଚସ୍ତରୀୟ ବୈଠକରେ ପାକିସ୍ତାନ ଓ ଅର୍ଗାନାଇଜେସନ ଅଫ ଇସଲାମିକ୍‌ ‌କୋଅପରେସନ (ଓଆଇସି) ଦ୍ବାରା ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ଲଗାଯାଇଥିବା ମିଥ୍ୟା ଅଭିଯୋଗର ତୀବ୍ର ଜବାବ ଦେବା ସହିତ ଆନ୍ତର୍ଜାତିକ ସ୍ତରରେ ପୁଣିଥରେ ଏହାର ଅସଲ ମୁଖା ଖୋଲି ଦେଇଛନ୍ତି। ‘ରାଇଟ୍‌ ଟୁ ରିପ୍ଲାଏ’ ଅଧିକାର ବ୍ୟବହାର କରି ଅନୁପମା ସିଂହ ସ୍ପଷ୍ଟ ଶବ୍ଦରେ ଭାରତ ବିରୋଧରେ ପାକିସ୍ତାନ ଓ ଆଇଓସିର ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହିତ ଆଇଓସିକୁ ତୀବ୍ର ସମାଲୋଚନା କରିଥିଲେ। ଆଇଓସି ପାକିସ୍ତାନର ମିଥ୍ୟା ଅପପ୍ରଚାରକୁ ଶୁଆ ଭଳି ଦୋହରାଉଥିବା କହିବା ସହିତ ଏହା ନିଜକୁ ଏକ ଦେଶ (ପାକିସ୍ତାନ)ର ରାଜନୈତିକ ବାଧ୍ୟବାଧକତାର ପ୍ରତିଧ୍ୱନି ପ୍ରକୋଷ୍ଠରେ ପରିଣତ କରିଛି ବୋଲି କହିଥିଲେ। ପାକିସ୍ତାନର ଲଗାତାର ଅପପ୍ରଚାର ଏହାର ଈର୍ଷା ପରାୟଣତାକୁ ଦର୍ଶାଉଛି ବୋଲି ଅନୁପମା ସିଂହ କହିଥିଲେ।

ଅଧିକପଢ଼ନ୍ତୁ:ସୌରଭଙ୍କ ବାୟୋପିକ୍‌ରେ ଅଭିନୟ କରିବେ ରାଜକୁମାର୍‌

ଭାରତର କୂଟନୀତିଜ୍ଞ ବିଶ୍ବ ମଞ୍ଚରେ ପୁଣି ଥରେ ସ୍ପଷ୍ଟ କରିଥିଲେ ଯେ, କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ ଓ କାଶ୍ମୀର ଭାରତ ଅଭିନ୍ନ ଓ ଅବିଭାଜିତ ଅଂଶ ଅଟେ ଓ ସର୍ବଦା ରହିବ। ପାକିସ୍ତାନର କୌଣସି ମିଥ୍ୟା ବୟାନବାଜି ଏହି ତଥ୍ୟକୁ ବଦଳାଇ ପାରିବ ନାହିଁ। ଭାରତ କଡ଼ା ଶବ୍ଦରେ କହିଛି ଯେ, ଏହି ଅଞ୍ଚଳରେ ଏକମାତ୍ର ବିବାଦୀୟ ପ୍ରସଙ୍ଗ ପାକିସ୍ତାନ ଦ୍ବାରା ଅଧିକୃତ ଭାରତୀୟ କ୍ଷେତ୍ର (ପିଓକେ) ଉପରେ ଅବୈଧ କବ୍‌ଜା ଅଟେ ଓ ପାକିସ୍ତାନ ତୁରନ୍ତ ଏହି ଅଞ୍ଚଳକୁ ଖାଲି କରିଦେବା କଥା।
ଅନୁପମା ସିଂହ କହିଥିଲେ, ପାକିସ୍ତାନ ଗଣତନ୍ତ୍ର ଉପରେ ଭାଷଣ ଦେବା ହାସ୍ୟାସ୍ପଦ। ଏହା ଏପରି ଏକ ଦେଶ ଯେଉଁଠାରେ କୌଣସି ନିର୍ବାଚିତ ସରକାର ବହୁ କଷ୍ଟରେ ଏହାର କାର୍ଯ୍ୟକାଳ ପୂରଣ କରିପାରେ। ଅପରପକ୍ଷେ ଜମ୍ମୁ-କାଶ୍ମୀରରେ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନରେ ରେକର୍ଡ଼ ସଂଖ୍ୟାରେ ମତଦାନ ହୁଏ ବୋଲି ସେ କହିଥିଲେ। ଏହା ପ୍ରମାଣ କରେ ଯେ ଜମ୍ମୁ-କାଶ୍ମୀର ଲୋକ ପାକିସ୍ତାନ ଦ୍ବାରା ପ୍ରାୟୋଜିତ ଆତଙ୍କବାଦ ଓ ହିଂସାତ୍ମକ ବିଚାରଧାରାକୁ ପ୍ରତ୍ୟାଖ୍ୟାନ କରି ବିକାଶ ଓ ଗଣତନ୍ତ୍ରର ମାର୍ଗ ବାଛିଛନ୍ତି।

ବିଶ୍ବ ପାକିସ୍ତାନର  ନାଟକକୁ ଭଲ ଭାବରେ ବୁଝି ପାରୁଛି

ବିକାଶ ପ୍ରସଙ୍ଗରେ ମଧ୍ୟ ଭାରତର କୂଟନୀତିଜ୍ଞ ପାକିସ୍ତାନକୁ ବାସ୍ତବତା ଦେଖାଇଛନ୍ତି। ଜମ୍ମୁ-କାଶ୍ମୀରରେ ‘ଚେନ୍ନାବ ରେଳ ସେତୁ’ ପ୍ରସଙ୍ଗ ଉଠାଇ କହିଛନ୍ତି, ଯଦି ପାକିସ୍ତାନ ଏହାକୁ ମିଥ୍ୟା ବୋଲି ଭାବୁଥାଏ, ତାହା ହେଲେ ସେ ଲା- ଲା ଲ୍ୟାଣ୍ଡ (ଭ୍ରମାତ୍ମକ ଦୁନିଆ)ରେ ବଞ୍ଚିଛି। ପାକିସ୍ତାନ ଅର୍ଥନୀତିର ଦେବାଳିଆ ସ୍ଥିତିକୁ ଦର୍ଶାଇ ଅନୁପମା ସିଂହ କହିଥିଲେ ଯେ, ପାକିସ୍ତାନକୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ, ଜମ୍ମୁ-କାଶ୍ମୀରର ବିକାଶ ବଜେଟ୍‌ ପାକିସ୍ତାନ ଦ୍ବାରା ନିକଟରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍)କୁ ମଗା ଯାଇଥିବା ସହାୟତା ପାକେଜ୍‌ର ଦ୍ବିଗୁଣଠାରୁ ଅଧିକ। ଅନୁପମା ସିଂହ ତାଙ୍କ ଭାଷଣ ଶେଷ କରି କହିଥିଲେ ଯେ, କାଶ୍ମୀରରେ ଆତଙ୍କବାଦ ମାଧ୍ୟମରେ ଅସ୍ଥିରତା ସୃଷ୍ଟି କରିବାକୁ ପାକିସ୍ତାନର ପ୍ରୟାସ ସତ୍ତ୍ବେ ଜମ୍ମୁ-କାଶ୍ମୀର ରାଜନୈତିକ, ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ପାକିସ୍ତାନ ଆନ୍ତର୍ଜାତିକ ମଞ୍ଚରେ ଏପରି ନାଟକ କରିବା ଅପେକ୍ଷା ନିଜ ଆଭ୍ୟନ୍ତରୀଣ ସଙ୍କଟର ସମାଧାନ କରିବାକୁ ଉପରେ ଧ୍ୟାନ ଦେଉ। ବିଶ୍ବ ପାକିସ୍ତାନର ଏହି ନାଟକକୁ ଭଲ ଭାବରେ ବୁଝି ପାରୁଛି ଭାରତ ପକ୍ଷରୁ କୁହାଯାଇଛି।

ଅଧିକପଢ଼ନ୍ତୁ:କାକର ସମସ୍ୟା ଦୂର କରିବାକୁ ଚିପକ୍‌ରେ ଛିଞ୍ଚା ହେଲା ସ୍ବତନ୍ତ୍ର ରାସାୟନିକ ଦ୍ରବଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe