ମୋଦୀ-ଶାହଙ୍କ ଚାପରେ କାର୍ଯ୍ୟ କରୁଛନ୍ତି ନ୍ୟାୟପାଳିକା: ସଞ୍ଜୟଙ୍କ ଅଭିଯୋଗ

ଶିବସେନା ସାଂସଦ ସଞ୍ଜୟ ରାଉତ କେନ୍ଦ୍ର ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଭାରତ ସମ୍ବିଧାନର ନୀତି ବିରୁଦ୍ଧରେ ବର୍ତ୍ତମାନର ସରକାର କାର୍ଯ୍ୟ କରୁଛନ୍ତି। ସରକାରଙ୍କ ଚାପରେ ନ୍ୟାୟପାଳିକା ମଧ୍ୟ କାର୍ଯ୍ୟ କରୁଛନ୍ତି...

WhatsApp Image 2024-12-16 at 8.23.57 PM

ନୂଆଦିଲ୍ଲୀ: ସଂସଦରେ ସମ୍ବିଧାନ ସମ୍ପର୍କରେ  ଆଲୋଚନା ଜାରି ରହିଛି। ଶାସକ ଏବଂ ବିରୋଧୀ ପରସ୍ପରକୁ ଦୋଷାରୋପ କରିବାରେ ଲାଗିଛନ୍ତି।  ଲୋକସଭା ପରେ ରାଜ୍ୟସଭାରେ ସମ୍ବିଧାନ ସମ୍ପର୍କରେ ଆଲୋଚନା ହୋଇଛି। ସୋମବାର ଶିବସେନା ୟୁବିଟି ସାଂସଦ ସଞ୍ଜୟ ରାଉତ ଅଭିଯୋଗ ଆଣିଛନ୍ତି ଯେ, ବର୍ତ୍ତମାନର ସରକାର ସମ୍ବିଧାନ ସହିତ ନାହିଁ।

ସରକାରଙ୍କୁ ସାମ୍ବିଧାନିକ ବିରୋଧୀ ବୋଲି କହି ସାଂସଦ ସଞ୍ଜୟ ରାଉତ କହିଛନ୍ତି,  ବର୍ତ୍ତମାନ ଦେଶ ସରକାର ସମ୍ବିଧାନ ବିରୋଧରେ କାର୍ଯ୍ୟ କରୁଛନ୍ତି।

ସରକାରଙ୍କ ଭୂମିକା ବିଷୟରେ ଉଲ୍ଲେଖ କରି ସଞ୍ଜୟ ରାଉତ ସମ୍ବିଧାନର ସଂରକ୍ଷକମାନଙ୍କ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ବର୍ତ୍ତମାନ ଦେଶରେ ନ୍ୟାୟପାଳିକା, ସଂସଦ ଏବଂ ଭାରତର ନିର୍ବାଚନ କମିଶନ ରାଜଭବନ ଭଳି ସମ୍ବିଧାନର ସଂରକ୍ଷକ ଯେଉଁ ଭୂମିକା ଗ୍ରହଣ କରୁଛନ୍ତି, ତାହା ଦେଶର ହିତରେ ନୁହେଁ। ସେମାନେ ସରକାରଙ୍କୁ ସୁହାଇଲା ଭଳି କାର୍ଯ୍ୟ କରୁଛନ୍ତି। 

ସେ କହିଛନ୍ତି, ଯଦି ସରକାର ଲୋକସଭା ନିର୍ବାଚନରେ ୪୦୦ରୁ ଅଧିକ ଆସନ ଜିତିଥାନ୍ତେ, ତେବେ ଲୋକସଭାରେ ଆଲୋଚନାର ବିଷୟ ହୋଇଥାନ୍ତା ଯେ, ସମ୍ବିଧାନରେ ପରିବର୍ତ୍ତନ ଆଣିବା କାହିଁକି ଆବଶ୍ୟକ ।

ଅଧିକ ପଢ଼ନ୍ତୁ: ବିହାର ନିର୍ବାଚନ ପୂର୍ବରୁ ଇଣ୍ଡିଆ-ଏନଡିଏରେ ଗୋଷ୍ଠୀ କନ୍ଦଳ ବଢ଼ିଲା

ଯେଉଁ ଦେଶରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚାପରେ ନ୍ୟାୟପାଳିକା ଏବଂ ନିର୍ବାଚନ ଆୟୋଗ କାର୍ଯ୍ୟ କରୁଛନ୍ତି ସେହି ଦେଶରେ ସମ୍ବିଧାନ ବିପଦରେ ରହିଛି ବୋଲି ସଞ୍ଜୟ ରାଉତ ଅଭିଯୋଗ ଆଣିଛନ୍ତି।

ମହାନ ତବଲା ବାଦକ ଜାକିର ହୁସେନ୍‌ଙ୍କ ଦେହାନ୍ତ ବିଷୟରେ ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି, ଜାକିର ହୁସେନ୍‌ଙ୍କ ଦେହାନ୍ତ ଦେଶ ପାଇଁ ଅତ୍ୟନ୍ତ ଦୁଃଖଦ ଖବର। ଜାକିର ହୁସେନ୍ ସମଗ୍ର ବିଶ୍ୱରେ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଥିଲେ । ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ଅଧିକ ପଢ଼ନ୍ତୁ: ଇରାନ-ହେଜବୁଲ୍ଲା ଉପରେ ଆକ୍ରମଣ କରି ମଧ୍ୟପ୍ରାଚ୍ୟରେ ପରିବର୍ତ୍ତନ ଆଣିବୁ: ଇସ୍ରାଏଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe