୧୦ମାସ ପୂର୍ବରୁ ବିବାହ କରିଥିବା ପାଇଲଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ

ଦୁର୍ଘଟଣାଗସ୍ତ ହେଲିକପ୍ଟଟି କୋଷ୍ଟଗାର୍ଡର ଏଏଲଏଚ ଧ୍ରୁବ ରହିଥିଲା । ଯାହାକି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। ‌ ହେଲିକପ୍ଟର ଦୁର୍ଘଟଣାରେ ସୁଧୀରଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। 

ଅଦ୍ୟତନ ହୋଇଛି
ewrer

ନୂଆଦିଲ୍ଲୀ: ଗତ ରବିବାର ଗୁଜୁରାଟର ପୋରବନ୍ଦରରେ ଏକ ହେଲିକପ୍ଟର ଦୁର୍ଘଟଣାଗସ୍ତ ହୋଇଥିଲା। ଦୁର୍ଘଟଣାଗସ୍ତ ହେଲିକପ୍ଟରରେ ଥିବା ୩ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। ଏହି ତିନିଜଣ ମୃତକଙ୍କ ମଧ୍ୟରେ କାନପୁର ପାଇଲଟ ସୁଧୀର ଯାଦବ ବି ସହିଦ ହୋଇଥିବା ଖବର ମିଳିଛି।

ଅଧିକପଢ଼ନ୍ତୁ:ସାତ ମାସରେ ୨ ଲକ୍ଷ ୪୦ ହଜାର କୋଟିର ପୁଞ୍ଜିନିବେଶ ହୋଇଛି: ଶିଳ୍ପ ମନ୍ତ୍ରୀ

ଦୁର୍ଘଟଣାଗସ୍ତ ହେଲିକପ୍ଟଟି କୋଷ୍ଟଗାର୍ଡର ଏଏଲଏଚ ଧ୍ରୁବ ରହିଥିଲା । ଯାହାକି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। ‌ ହେଲିକପ୍ଟର ଦୁର୍ଘଟଣାରେ ସୁଧୀରଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। 

ପ୍ରାପ୍ତ ସୂଚନା ଅନୁଯାୟୀ, ସୁଧୀର ଯାଦବଙ୍କ ବିବାହ ୨୦୨୪ରେ ହୋଇଥିଲା।  ଆବୃତ୍ତି ଓ ସୁଧୀରଙ୍କ ବିବାହକୁ ମାତ୍ର ୧୦ମ‌ାସ ପୂରା ହୋଇଛି। ସୁଧୀରଙ୍କ ସ୍ତ୍ରୀ ଆବୃତ୍ତି ପାଟନାରେ ଜଜ ଅଛନ୍ତି। ନୂଆବର୍ଷରେ ଆବୃତ୍ତି ଓ ସୁଧୀରଙ୍କ ଶେଷ ଦେଖା ହୋଇଥିଲା।ଏହାପରେ ସୁଧୀର ସମସ୍ତଙ୍କୁ ପରକରି ଆରପାରିକୁ ଚାଲିଯିବେ ଏକଥା କେହି ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ। 

ଅଧିକପଢ଼ନ୍ତୁ:ଦୁଷ୍କର୍ମକାରୀ ବାବା ଆଶାରାମଙ୍କୁ ମିଳିଲା ଅନ୍ତରୀଣ ଜାମିନ୍‌

ସୁଧୀରଙ୍କ ବାପା ନବାବ ସିଂହ ଯାଦବ ସେନାରୁ ଅବସର ନେଇଥିବା ବେଳେ ଭାଇ ଧର୍ମେନ୍ଦ୍ର ବାୟୁସେନାରେ କାର୍ଯ୍ୟରତ ଅଛନ୍ତି। ମଙ୍ଗଳବାର ସୁଧୀରଙ୍କ ଅନ୍ତିମ ସଂସ୍କାର କରାଯିବ।  ଘଟଣା ଦିନ ସୁଧୀର ଭାରତୀୟ କୋଷ୍ଟଗାର୍ଡର ଏଏଲଏଚ ଧ୍ରୁବ ହେଲିକପ୍ଟର ଚଲାଉଥିଲେ। ରବିବାର ଦ୍ବିପହର ସମୟରେ ହେଲିକପ୍ଟର ତଳକୁ ଓହ୍ଲାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ସୁଧୀରଙ୍କୁ ମିଶାଇ କମାଣ୍ଡେଣ୍ଟ ସୌରଭ ଓ ନାବିକ ମନୋଜ ସାମିଲ ଥିଲେ।  ତିନିଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe