Mahatma Gandhi Statue: ଉନ୍ମୋଚନ ପରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଦେଖି ଅସନ୍ତୋଷ ହେଲେ ଲୋକେ

ତ୍ରିସୁର ବିଜେପିର ଉତ୍ତର ଜିଲ୍ଲା କମିଟି ସଦସ୍ୟ ସୁମେଶ କୁମାର ଏବଂ ସ୍ଥାନୀୟ ଲୋକମାନେ ପ୍ରତିମୂର୍ତ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ‘କେବଳ ଚଷମା ଏବଂ ବାଡ଼ି ଯୋଡ଼ିଦେଲେ ଜଣେ ଗାନ୍ଧୀ ହୋଇଯାଏ ନାହିଁ।

Untitled-10

kerala-mahatma-gandhi-statue-at-bio-park Photograph: (sambad.in)

ନୂଆଦିଲ୍ଲୀ: କେରଳର ଗୁରୁଭାୟୁର ମ୍ୟୁନିସିପାଲିଟିର ବାୟୋ-ପାର୍କରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। କାରଣ  ଉକ୍ତ ପ୍ରତିମୂର୍ତ୍ତି ମହାତ୍ମାଗାନ୍ଧୀଙ୍କ ସହିତ କୌଣସି ପ୍ରକାର ଖାପଖାଉ ନାହିଁ।

ସୂଚନାଯୋଗ୍ୟ, ଗୁରୁଭାୟୁର ମ୍ୟୁନିସିପାଲିଟିର ବାୟୋ-ପାର୍କରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କାର୍ଯ୍ୟ ଅନେକ ଦିନ ଧରି ଚାଲିଥିଲା। ଗତ ସୋମବାର (୨୭ ଅକ୍ଟୋବର, ୨୦୨୫) ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଥିଲା। ଉନ୍ମୋଚନ ପରେ କାର୍ଯ୍ୟକ୍ରମରେ ସାମିଲ ଥିବା ସ୍ଥାନୀୟ ବାସିନ୍ଦା ଏବଂ ନିମନ୍ତ୍ରିତ ଅତିଥିମାନେ ପ୍ରତିମୂର୍ତ୍ତି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ମହାତ୍ମାଗାନ୍ଧୀଙ୍କ ଏପରି ପ୍ରତିମୂର୍ତ୍ତି ପୂର୍ବରୁ କେବେ କେହି ଦେଖି ନଥିଲେ।

ବାୟୋ-ପାର୍କରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଦେଖି ଅସନ୍ତୋଷ ଲୋକେ

ଅଧିକପଢ଼ନ୍ତୁ:ରାମକେଶ ମୀନାଙ୍କ ହତ୍ୟା ମାମଲା: ପୁଲିସକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ,ଉଠାଇବ ଅନେକ ରହସ୍ୟ ଉପରୁ ପର୍ଦ୍ଦା

ତ୍ରିସୁର ବିଜେପିର ଉତ୍ତର ଜିଲ୍ଲା କମିଟି ସଦସ୍ୟ ସୁମେଶ କୁମାର ଏବଂ ସ୍ଥାନୀୟ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ‘କେବଳ ଚଷମା ଏବଂ ବାଡ଼ି ଯୋଡ଼ିଦେଲେ ଜଣେ ଗାନ୍ଧୀ ହୋଇଯାଏ ନାହିଁ। ଏହି ପ୍ରତିମୂର୍ତ୍ତି ପ୍ରକୃତରେ ଜାତିର ପିତାଙ୍କୁ ପ୍ରତିନିଧିତ୍ୱ କରୁ ନାହିଁ।

ଚଷମା ଏବଂ ବାଡ଼ି ଯୋଡ଼ିଦେଲେ ଜଣେ ଗାନ୍ଧୀ ହୋଇଯାଏ ନାହିଁ:ସୁମେଶ କୁମାର

ବିବାଦ ସତ୍ତ୍ୱେ ଗୁରୁଭାୟୁର ପୌରପାଳିକା ଅଧ୍ୟକ୍ଷା ଏବଂ ଆଇଏଏସ୍ ଅଧିକାରୀ ଦିବ୍ୟା ଏସ୍. ଆୟର ମିଳିତ ଭାବରେ ମହାତ୍ମାଗାନ୍ଧୀଙ୍କ ଏହି ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ସହିତ କାର୍ଯ୍ୟକ୍ରମର ଧାରା ନିଶ୍ଚିତ ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଆଗକୁ ବଢ଼ାଇଥିଲେ।

ଅଧିକପଢ଼ନ୍ତୁ:ବାତ୍ୟା ‘ମୋନ୍ଥା’ର ପ୍ରଭାବ, ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ବିରୋଧୀ ଦଳଗୁଡ଼ିକ ପୌରପାଳିକା ଉପରେ ମହାତ୍ମାଗାନ୍ଧୀଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ନେଇ ପୌରପାଳିକା ଓ ଶିଳ୍ପୀ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ପ୍ରତିମୂର୍ତ୍ତି ଗାନ୍ଧୀଙ୍କ ବିଚାରଧାରା ଉପରେ ଆଧାରିତ।’

Kerala Mahatma Gandhi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe