ଚିକିତ୍ସା ପାଇଁ ବାଂଲାଦେଶ ଛାଡିଲେ ଖାଲିଦା ଜିଆ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ ଚିକିତ୍ସା ପାଇଁ ଲଣ୍ଡନ ଯାତ୍ରା କରିଛନ୍ତି। ତାଙ୍କୁ ଢାକାରୁ ଏକ ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସରେ ପଠାଯାଇଛି ସେ ଲିଭର ସିରୋସିସ୍, ହୃଦରୋଗ ଏବଂ କିଡନୀ ରୋଗରେ ପୀଡିତ ଅଛନ୍ତି...

khaleda-zia-left-bangladesh

khaleda-zia-left-bangladesh

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ର ମୁଖ୍ୟ ଖାଲେଦା ଜିଆ ମଙ୍ଗଳବାର ବିଳମ୍ବିତ ରାତିରେ ଲଣ୍ଡନ ଯାତ୍ରା କରିଛନ୍ତି। କାତାରର ଆମିର୍ ଶେଖ ତମିମ ବିନ୍ ହମାଦ ବିନ୍ ଖଲିଫା ଅଲ ଥାନିଙ୍କ ଦ୍ୱାରା ପଠାଯାଇଥିବା ଏକ ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସରେ ତାଙ୍କୁ  ଢାକାର ହଜରତ ଶାହାଜାଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ  ଯାତ୍ରା କରିଛନ୍ତି। ତାଙ୍କୁ ବିଦାୟ ଦେବା ପାଇଁ ଶତାଧିକ ସମର୍ଥକ ଏବଂ ଦଳର ବରିଷ୍ଠ ନେତା ଉପସ୍ଥିତ ଥିଲେ।

ଖାଲିଦା ଜିଆ  ଏଭଳି ଏକ ସମୟରେ ଦେଶ ଛାଡିଛନ୍ତି ଯେତେବେଳେ ବାଂଲାଦେଶ ଏକ ଗୁରୁତର ରାଜନୈତିକ ସଙ୍କଟ ଦେଇ ଗତି କରୁଛି। ଅଗଷ୍ଟ ୨୦୨୪ ରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଛାତ୍ରମାନଙ୍କ ନେତୃତ୍ୱରେ ଏକ ପ୍ରମୁଖ ଜନ ଆନ୍ଦୋଳନ ପରେ କ୍ଷମତା ଛାଡିବାକୁ ପଡିଥିଲା। ଏହା ପରେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଦାୟିତ୍ବ  ଗ୍ରହଣ କରିଥିଲେ। ୟୁନୁସ୍  ୨୦୨୬ ର ପ୍ରଥମାର୍ଦ୍ଧରେ କିମ୍ବା ତା’ପୂର୍ବରୁ  ଦେଶରେ ସାଧାରଣ ନିର୍ବାଚନ କରିବାକୁ ଯୋଜନା କରିଛନ୍ତି।

ଖାଲିଦା ଜିଆଙ୍କ ଡାକ୍ତରଙ୍କ ଅନୁଯାୟୀ, ଲିଭର ସିରୋସିସ୍, ହୃଦ ରୋଗ ଏବଂ କିଡନୀ ଭଳି ତାଙ୍କର ଗୁରୁତର  ସ୍ବାସ୍ଥ୍ୟ ସମସ୍ୟା ରହିଛି। ତାଙ୍କର ଘନିଷ୍ଠ ସହଯୋଗୀ ଏନାମୁଲ ହକ ଚୌଧୁରୀ କହିଛନ୍ତି ଯେ, ତାଙ୍କର ଚିକିତ୍ସା ଲଣ୍ଡନରେ କରାଯିବ। ସେଠାରେ ତାଙ୍କର ବଡ ପୁଅ ତଥା ବିଏନପିର କାର୍ଯ୍ୟକାରୀ ସଭାପତି ତାରିକ ରେହମାନ ଅଛନ୍ତି।

ଜିଆଙ୍କ ଗୁଲଶାନ ବାସଭବନରୁ ବିମାନବନ୍ଦର ପର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ଯାତ୍ରା ତିନି ଘଣ୍ଟା ସମୟ ନେଇଥିଲା।  ହଜାର ହଜାର ସମର୍ଥକ ତାଙ୍କୁ ବିଦାୟ ଦେବା ପାଇଁ ରାସ୍ତାରେ ଏକାଠି ହୋଇଥିଲେ।

ବାଂଲାଦେଶର ସବୁଠାରୁ ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ଖାଲିଦା ଜିଆ ଏବଂ ଶେଖ ହସିନାଙ୍କୁ ଗଣନା କରାଯାଏ ।  ସେମାନଙ୍କର ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଦଶନ୍ଧି ଧରି ଦେଶର ରାଜନୀତିରେ ପ୍ରଭାବ ପକାଇଛି। ଜିଆଙ୍କ ଚିକିତ୍ସା ପାଇଁ ଏହି ଯାତ୍ରା ଏପରି ଏକ ସମୟରେ ଘଟିଛି ଯେତେବେଳେ ତାଙ୍କ ସମର୍ଥକମାନେ ଦେଶର ଭବିଷ୍ୟତ ଏବଂ ଆଗାମୀ ନିର୍ବାଚନ ଉପରେ ତୀକ୍ଷଣ ନଜର ରଖିବା ଆବଶ୍ୟକ କରୁଛନ୍ତି।

ଅଧିକ ପଢ଼ନ୍ତୁ:  ଥ୍ରୀ ଗୋର୍ଜେସ୍ ଡ୍ୟାମ୍ ପୃଥିବୀର ଘୂର୍ଣ୍ଣନର ଗତି ବଦଳାଇଛି: ନାସାର ଚେତାବନୀ

ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ନେଉଥିବା ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ଶାସନ କାଳରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ ଏକ ଦୁର୍ନୀତି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ଶେଖ ହସିନାଙ୍କ କାର୍ଯ୍ୟକାଳ ମଧ୍ୟରେ ଜିଆ ଦୁଇଟି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ତାଙ୍କୁ  ୧୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ତାଙ୍କ ସମର୍ଥକମାନେ କହିଥିଲେ ଯେ, ଏହି ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା।

ଅଧିକ ପଢ଼ନ୍ତୁ: ମୁଁ ଦାୟିତ୍ବ ଗ୍ରହଣ କରିବା ସୁଦ୍ଧା ଯଦି ବନ୍ଧକମାନେ ମୁକ୍ତ ନହୋଇଥାନ୍ତି, ତେବେ..

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe