ଢାକା: ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ତଥା ବିଏନ୍ପି ଅଧ୍ୟକ୍ଷା ଖାଲିଦା ଜିଆଙ୍କର ମଙ୍ଗଳବାର ରାତିରେ ପରଲୋକ ଘଟିଛି। ତାଙ୍କୁ ୮୦ ବର୍ଷ ହୋଇଥିଲା। ଦୀର୍ଘଦିନରୁ ଅସୁସ୍ଥ ଥିବା ଖାଲିଦା ଢାକାର ଏଭର୍କେୟାର ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିଲେ ଏବଂ ଦୁଇ ସପ୍ତାହ ହେଲା ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଜଟିଳ ରହିଥିଲା। ଖାଲିଦା ବାଂଲାଦେଶର ରାଜନୀତିରେ ଆୱାମୀ ଲିଗ୍ ନେତ୍ରୀ ଶେଖ୍ ହସିନାଙ୍କ ଦୃଢ଼ ପ୍ରତିଦ୍ୱନ୍ଦ୍ୱୀ ଥିଲେ। ଏହି ଦୁଇ ନେତ୍ରୀଙ୍କ ମଧ୍ୟରେ ରାଜନୈତିକ ଲଢ଼େଇ ବାଂଲାଦେଶର ରାଜନୀତିକୁ ଦୁଇ ଧାରାରେ ବିଭକ୍ତ କରିଥିଲା। ଏବେ ଖାଲିଦାଙ୍କ ପରଲୋକ ସହ ବାଂଲାଦେଶର ରାଜନୀତିରେ ଏକ ଯୁଗର ଅନ୍ତ ଘଟିଛି। ଖାଲିଦା ଜିଆ ୧୯୯୧ରୁ ୧୯୯୬ ଏବଂ ୨୦୦୧ରୁ ୨୦୦୬ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଥିଲେ। ତାଙ୍କ ସ୍ୱାମୀ ଜିଆଉର ରହମାନ୍ ବାଂଲାଦେଶର ରାଷ୍ଟ୍ରପତି ଥିବା ବେଳେ ୧୯୮୧ରେ ତାଙ୍କୁ ହତ୍ୟା କରାଯାଇଥିଲା।
Horoscope 2025 December 31: ଜାଣନ୍ତୁ ଆଜିର ରାଶିଫଳ
ଏହା ପରେ ଖାଲିଦା ବିଏନ୍ପିର ନେତୃତ୍ୱ ନେଇଥିଲେ। ତାଙ୍କ ଶାସନକାଳରେ ଅର୍ଥନୈତିକ ବିକାଶ ଓ ବୈଦେଶିକ ନୀତିରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିଲା। କିନ୍ତୁ ହସିନାଙ୍କ ସହ ତାଙ୍କର ରାଜନୈତିକ ବିବାଦ ଦେଶରେ ଅସ୍ଥିରତା ସୃଷ୍ଟି କରିଥିଲା। ଏବେ ହସିନା କ୍ଷମତାଚ୍ୟୁତ ହୋଇ ଦିଲ୍ଲୀରେ ଆଶ୍ରୟ ନେଇଛନ୍ତି। ଖାଲିଦାଙ୍କ ପୁଅ ତାରିକ ରେହମାନ ବାଂଲାଦେଶ ରାଜନୀତିରେ ସକ୍ରିୟ ଅଛନ୍ତି। ଖାଲିଦାଙ୍କ ଅନ୍ତ୍ୟେଷ୍ଟିକ୍ରିୟା ବୁଧବାର ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରି ‘ଏକ୍ସ’ରେ ଲେଖିଛନ୍ତି, ବାଂଲାଦେଶର ବିକାଶ ଏବଂ ଭାରତ-ବାଂଲାଦେଶ ସମ୍ପର୍କରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ସବୁବେଳେ ସ୍ମରଣୀୟ ରହିବ।
Atal Marg:ଭଦ୍ରକ ସହରର ମୁଖ୍ୟ ରାସ୍ତା "ଅଟଳ ମାର୍ଗ" ର ଭିତ୍ତି ପ୍ରସ୍ତର ସ୍ଥାପନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/31/khalida-2025-12-31-02-26-43.jpg)