Trump-Khamenei: ଟ୍ରମ୍ପଙ୍କ ଭୟରେ ଉତ୍ତରାଧିକାରୀ ଘୋଷଣା କଲେ ଖେମିନି, ଇରାନ ନିକଟରେ ପହଞ୍ଚିଲା ଆମେରିକାର ଯୁଦ୍ଧପୋତ...

Advertisment

ଆମେରିକା ଯେକୌଣସି ସମୟରେ ଇରାନ ଉପରେ ଆକ୍ରମଣ କରିପାରେ। ବିଶେଷତଃ ଇସଲାମିକ୍ ଶାସନ ମୁଖ୍ୟ ଆୟାତୋଲ୍ଲା ଅଲ୍ଲୀ ଖେମିନିଙ୍କୁ ହତ୍ୟା କରିବାକୁ ଚାହୁଛି ଆମେରିକା। ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଦଶା ଦେଖିବା ପରେ ଭୟଭୀତ ହୋଇପଡ଼ିଛନ୍ତି ଖେମିନି

ଆମେରିକା ଯେକୌଣସି ସମୟରେ ଇରାନ ଉପରେ ଆକ୍ରମଣ କରିପାରେ। ବିଶେଷତଃ ଇସଲାମିକ୍ ଶାସନ ମୁଖ୍ୟ ଆୟାତୋଲ୍ଲା ଅଲ୍ଲୀ ଖେମିନିଙ୍କୁ ହତ୍ୟା କରିବାକୁ ଚାହୁଛି ଆମେରିକା। ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଦଶା ଦେଖିବା ପରେ ଭୟଭୀତ ହୋଇପଡ଼ିଛନ୍ତି ଖେମିନି

New Project (10)

Donald Trump Photograph: (sambad.in)

ତେହେରାନ: ଆମେରିକା ଯେକୌଣସି ସମୟରେ ଇରାନ ଉପରେ ଆକ୍ରମଣ କରିପାରେ। ବିଶେଷତଃ ଇସଲାମିକ୍ ଶାସନ ମୁଖ୍ୟ ଆୟାତୋଲ୍ଲା ଅଲ୍ଲୀ ଖେମିନିଙ୍କୁ ହତ୍ୟା କରିବାକୁ ଚାହୁଛି ଆମେରିକା। ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଦଶା ଦେଖିବା ପରେ ଭୟଭୀତ ହୋଇପଡ଼ିଛନ୍ତି ଖେମିନି। ତେଣୁ ସେ ନିଜର ଉତ୍ତରାଧିକାରୀ ସ୍ଥିର କରିବା ସହ ଏକ ବଙ୍କରରେ ଲୁଚି ରହିଥିବା କୁହାଯାଉଛି।

ଆହୁରି ପଢନ୍ତୁ- Asim Munir: ଜାତିସଂଘରେ ଅସୀମ ମୁନିରଙ୍କୁ ଆଜୀବନ ସୁରକ୍ଷା ଦେବା ପାଇଁ ପାକ୍ ସମ୍ବିଧାନ ସଂଶୋଧନର ସମାଲୋଚନା କଲା ଭାରତ

ଆମେରିକା ନୌସେନାର ଆବ୍ରାହମ ଲିଙ୍କନ୍ କ୍ୟାରିୟର ଷ୍ଟ୍ରାଇକ୍ ଗ୍ରୁପ୍ ଇରାନ ନିକଟସ୍ଥ ୟୁଏସ୍ ସେଣ୍ଟ୍ରାଲ୍ କମାଣ୍ଡ (ସେଣ୍ଟକମ୍) ଅଞ୍ଚଳରେ ପହଞ୍ଚିସାରିଛି, ଯେଉଁଠାରେ ଆୟାତୋଲ୍ଲା ଅଲ୍ଲୀ ଖେମିନିଙ୍କ ଶାସନ ବିରୋଧରେ ହୋଇଥିବା ବିକ୍ଷୋଭକୁ ଅତି ନିର୍ମମ ଭାବରେ ଦମନ କରାଯାଇଛି। ଶିଆ ଇସଲାମିକ ଶାସନ ଉପରେ ଆମେରିକାର ଚାପ ବଢୁଥିବାରୁ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ଉତ୍ତରାଧିକାରୀଙ୍କୁ ନେଇ କଳ୍ପନାଜଳ୍ପନା ତୀବ୍ର ହୋଇଛି। ଏହି କଳ୍ପନାଜଳ୍ପନା ମଧ୍ୟରେ, ଖବର ମଧ୍ୟ ଆସିଛି ଯେ ଖେମିନି ରାଜଧାନୀ ତେହେରାନର ଏକ ବଙ୍କରରେ ଲୁଚି ରହିଛନ୍ତି।

ଆହୁରି ପଢନ୍ତୁ- U-19 World Cup: ଭାରତ ୨୦୪ ରନ୍‌ରେ ଜିମ୍ବାୱେକୁ ହରାଇଲା

ଆମେରିକାର ଆକ୍ଟିଭିଜିମ୍ ୱେବସାଇଟ୍ ‘ଇସ୍ରାଏଲ୍ ୱାର୍ ରୁମ୍’ ଦାବି କରିଛି ଯେ ବଙ୍କରରେ ରହୁଥିବା ‌ଖେମିନି ବୋମା ଆକ୍ରମଣ ଭୟରେ ତାଙ୍କ ଉତ୍ତରାଧିକାରୀଙ୍କ ନାମ ଘୋଷଣା କରିଛନ୍ତି। ତେବେ ଏହା ସମ୍ପୂର୍ଣ୍ଣ ଅସ୍ଥାୟୀ ବୋଲି କୁହାଯାଉଛି। ଅନଲାଇନ୍ ଆଲୋଚନାରେ ଇରାନ ଉପରେ ନଜର ରଖୁଥିବା ବିଶ୍ଳେଷକ ଓ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍)ର ପୂର୍ବତନ ସୈନିକମାନେ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି। ଆଇଡିଏଫ୍‌ର ଜଣେ ପୂର୍ବତନ ସୈନିକ ଏଲି ଆଫ୍ରିୟତ୍ କହିଛନ୍ତି, ଖବର ଅଛି ଯେ ‌ଖେମିନି ଗୁରୁତର ଆହତ ହେବା କିମ୍ବା ମୃତ୍ୟୁବରଣ କରିବା ଆଶଙ୍କାରେ ତାଙ୍କ ଉତ୍ତରାଧିକାରୀ ସ୍ଥିର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe