ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ କିମ୍‌ଙ୍କ ଶକ୍ତି ପ୍ରଦର୍ଶନ: ହାଇପରସୋନିକ୍ କ୍ଷେପଣାସ୍ତ୍ର ପରୀକ୍ଷା କଲେ

ଉତ୍ତର କୋରିଆ ଏକ ନୂତନ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ଆଇଆରବିଏମ୍) ସଫଳତାର ସହିତ ପରୀକ୍ଷଣ କରିଛି, ଯାହା ଏକ ହାଇପରସୋନିକ୍ ୱାରହେଡ୍ ସହିତ ସଜ୍ଜିତ। ଏହି ପରୀକ୍ଷା ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ ଉନ୍‌ଙ୍କ ତତ୍ତ୍ୱାବଧାନରେ କରାଯାଇଛି....

hypersonic missile

hypersonic missile

ସିଓଲ୍: ଉତ୍ତର କୋରିଆ ମଙ୍ଗଳବାର ଏକ ନୂତନ ମଧ୍ୟମ ଦୂରଗାମୀ ହାଇପରସୋନିକ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ଆଇଆରବିଏମ୍) ସଫଳତାର ସହ ପରୀକ୍ଷା କରିଛି ବୋଲି ଦାବି କରିଛି। ସରକାରୀ ନ୍ୟୁଜ୍ ଏଜେନ୍ସି କେସିଏନ୍ଏ ଅନୁଯାୟୀ, ଏହି କ୍ଷେପଣାସ୍ତ୍ର ଶବ୍ଦର ବେଗଠାରୁ ପ୍ରାୟ ୧୨ଗୁଣା ଅଧିକ ବେଗରେ ୧,୫୦୦ କିଲୋମିଟର ଦୂରତା ଅତିକ୍ରମ କରିଛି।

ଏ ସମ୍ପର୍କରେ ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ ଉନ୍ କହିଛନ୍ତି ଯେ, ଦେଶର ଆଣବିକ ନିରାପତ୍ତାକୁ ଆହୁରି ମଜବୁତ କରିବା ଏହି କ୍ଷେପଣାସ୍ତ୍ରର ଉଦ୍ଦେଶ୍ୟ। ଏହି କ୍ଷେପଣାସ୍ତ୍ର ଯେକୌଣସି ପ୍ରତିରକ୍ଷା ପ୍ରଣାଳୀରେ ପ୍ରବେଶ କରି ଶତ୍ରୁକୁ ଗୁରୁତର କ୍ଷତି ପହଞ୍ଚାଇପାରେ ବୋଲି ସେ ଦାବି କରିଛନ୍ତି।

କେସିଏନ୍ଏ ଅନୁଯାୟୀ କିମ୍ କହିଛନ୍ତି, ହାଇପରସୋନିକ୍ କ୍ଷେପଣାସ୍ତ୍ର ପ୍ରଶାନ୍ତ ମହାସାଗରରେ ଯେକୌଣସି ଶତ୍ରୁକୁ ଅଟକାଇବାକୁ ସକ୍ଷମ ହେବ। ଯେକୌଣସି ପ୍ରତିରକ୍ଷା ପ୍ରତିବନ୍ଧକକୁ ଫଳପ୍ରଦ ଭାବରେ ଏହି କ୍ଷେପଣାସ୍ତ୍ର ଭାଙ୍ଗିବାକୁ ସକ୍ଷମ ହେବ ବୋଲି କିମ୍ କହିଛନ୍ତି।

କେସିଏନ୍ଏ ରିପୋର୍ଟ କରିଛି ଯେ, ଆଇଆରବିଏମ୍ ଉପରେ ଥିବା ହାଇପରସୋନିକ୍ ଗ୍ଲାଇଡ୍ ଯାନ ୯୯.୮ କିଲୋମିଟର ଉଚ୍ଚତାରେ ପ୍ରଥମ ଶିଖରରେ ପହଞ୍ଚିଛି ଏବଂ ୪୨.୫କିଲୋମିଟର ଉଚ୍ଚରେ ଦ୍ୱିତୀୟ ଶିଖରରେ ପହଞ୍ଚିଛି, ୧,୫୦୦ କିଲୋମିଟରର ଉଡ଼ାଣ ପଥକୁ ସଫଳତାର ସହ ସମାପ୍ତ କରି ସମୁଦ୍ରରେ ନିର୍ଦ୍ଧାରିତ ଲକ୍ଷ୍ୟଭେଦ କରିଛି। 

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ବଡ଼ ପଦକ୍ଷେପ ନେଇ
ନିର୍ବାଚନର ପ୍ରାୟ ଦୁଇ ମାସ ପରେ ଉତ୍ତର କୋରିଆ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଜାନୁଆରୀ ୨୦ରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ଏହି ପରୀକ୍ଷା ହୋଇଛି। 

ତେବେ ଦକ୍ଷିଣ କୋରିଆ ସୈନ୍ୟବାହିନୀ ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷଣକୁ ଏକ ମିଥ୍ୟା ପ୍ରଚାର ବୋଲି କହି ଖଣ୍ଡନ କରିଛି।

ଦକ୍ଷିଣ କୋରିଆ, ଆମେରିକା ଏବଂ ଆମେରିକାର ବିଶ୍ଳେଷଣ ଅନୁଯାୟୀ ଦକ୍ଷିଣ କୋରିଆର ଯୁଗ୍ମ ଚିଫ୍ ଅଫ୍ ଷ୍ଟାଫ୍ (ଜେସିଏସ୍)ର ମୁଖପାତ୍ର କର୍ଣ୍ଣେଲ ଲି ସଙ୍ଗ କହିଛନ୍ତି ଯେ, ଏହି କ୍ଷେପଣାସ୍ତ୍ରର ଉଡ଼ାଣ ସୀମା ପ୍ରାୟ ୧୧୦୦ କିଲୋମିଟର ଥିଲା, କିନ୍ତୁ ଏହା ଦ୍ୱିତୀୟ ଶିଖରରେ ପହଞ୍ଚି ପାରି ନାହିଁ।  ସେ କହିଛନ୍ତି, ଉତ୍ତର କୋରିଆ ଏଭଳି ମିଥ୍ୟା କହିବାର ବହୁ ଇତିହାସ ରହିଛି।

ଦକ୍ଷିଣ କୋରିଆର ଜଣେ ଅଧିକାରୀ କହିଛନ୍ତି, ଉତ୍ତର କୋରିଆର କ୍ଷେପଣାସ୍ତ୍ର ଉତକ୍ଷେପଣ ବୋଧହୁଏ ଆମେରିକାକୁ ନିଜର ଶକ୍ତି ଦେଖାଇବା ପାଇଁ ଉଦ୍ଦିଷ୍ଟ ଥିଲା। ତଥାପି, ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିକଶିତ ହୋଇଥିବା ପରି ମନେ ହେଉନାହିଁ। ଏହାର ପରୀକ୍ଷଣରୁ ଜଣାପଡିଛି ଯେ ଏହା ସାମରିକ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଆହୁରି ଉନ୍ନତି ଆବଶ୍ୟକ କରୁଛି।

ଉଲ୍ଲେଖଯୋଗ୍ୟ, ଉତ୍ତର କୋରିଆ ସୋମବାର ପୂର୍ବ ସାଗରରେ ଏକ ହାଇପରସୋନିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଦକ୍ଷିଣ କୋରିଆର ଯୁଗ୍ମ ଚିଫ୍ ଅଫ୍ ଷ୍ଟାଫ୍ (ଜେସିଏସ୍) କହିଛନ୍ତି ଯେ ଏହି କ୍ଷେପଣାସ୍ତ୍ର ପ୍ୟୋଙ୍ଗୟାଙ୍ଗ ଅଞ୍ଚଳରୁ ନିକ୍ଷେପ କରାଯାଇଛି ଏବଂ ଏହା ମଧ୍ୟ ଦୂରଗାମୀ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର (ଆଇଆରବିଏମ୍) ହେବାର ସମ୍ଭାବନା ରହିଛି। ଗତକାଲି ମଧ୍ୟାହ୍ନରେ ଏହି କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ଏଚଏମପିଭି ୫ ଦେଶରେ ପ୍ରବେଶ କଲା: ପୁଣି ଲକଡାଉନ୍ ଲାଗୁ ହେବ କି?

ମିଳିଥିବା ସୂଚନା ଅନୁଯାୟୀ, ଏହି କ୍ଷେପଣାସ୍ତ୍ର ସମୁଦ୍ରରେ ଲକ୍ଷ୍ୟଭେଦ କରିବା ପୂର୍ବରୁ ପ୍ରାୟ ୧୧୦୦କିଲୋମିଟର ଦୂରତା ଅତିକ୍ରମ କରିଥିଲା।

ଉତ୍ତର କୋରିଆ ଏକ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା, ଯାହାର ସାଧାରଣ ଆଇଆରବିଏମ (୩୦୦୦ ରୁ ୫,୫୦୦୦ କିଲୋମିଟର) ଠାରୁ କମ୍ ଉଡ଼ାଣ ସୀମା ଥିଲା। ତେବେ ଜେସିଏସ୍ ଅଧିକାରୀ କହିଛନ୍ତି, ଏହି କ୍ଷେପଣାସ୍ତ୍ରର ଗୁଣ ଗତ ବର୍ଷ ଜାନୁଆରୀ ଏବଂ ଏପ୍ରିଲରେ ଉତ୍ତର କୋରିଆ ଦ୍ବାରା ପରୀକ୍ଷିତ ହାଇପରସୋନିକ୍ କ୍ଷେପଣାସ୍ତ୍ର ସହିତ ସମାନ।

ଅଧିକ ପଢ଼ନ୍ତୁ: କୋଚଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହେଲେ ହକି ଖେଳାଳି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe