ହରିଦ୍ୱାର: ରବିବାର ହରିଦ୍ୱାରର ଚଣ୍ଡି ଘାଟ ଅଞ୍ଚଳସ୍ଥ ଗଙ୍ଗା ନଦୀ କୂଳରେ ଏକ ଭୟାବହ ଘଟଣା ଘଟିଥିଲା। ନଦୀ କୂଳରେ ହଠାତ ଏକ ୧୩-୧୫ ଫୁଟ ଲମ୍ବର ଅହିରାଜ ସାପ ବାହାରିଥିବାର ସ୍ଥାନୀୟଲୋକେ ଦେଖିବାକୁ ପାଇଥିଲେ। ପ୍ରଥମଥର ପାଇଁ ଏଭଳି ସାପକୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା।
ସୁରକ୍ଷିତ ଭାବେ ଉଦ୍ଧାର ହେଲା ଅହିରାଜ
ତୁରନ୍ତ ସ୍ଥାନୀୟଲୋକେ ଏସମ୍ପର୍କରେ ବନ ବିଭାଗକୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ବନ ବିଭାଗର ଏକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଏକ ଘଣ୍ଟା ଧରି ଉଦ୍ଧାର ଅଭିଯାନ ଜାରି ରଖିବା ପରେ ଉକ୍ତ ଅହିରାଜକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ।
ଅଧିକପଢ଼ନ୍ତୁ:ଧୈର୍ଯ୍ୟ ସହିତ ଖେଳ: ଶାଢ଼ି ଦେବା ପ୍ରତିଶ୍ରୁତି ଦେଇ ପହଞ୍ଚିଲେ ନାହିଁ ନେତା, ଚୌକି ଫିଙ୍ଗିଲେ ମହିଳା
ରାଜାଜୀ ବ୍ୟାଘ୍ର ଅଭୟାରଣ୍ୟର ଛଡ଼ାଗଲା
ବନ ବିଭାଗ କର୍ମଚାରୀମାନେ ସମଗ୍ର କାର୍ଯ୍ୟରେ ସତର୍କ ରହିଥିଲେ। ଉଦ୍ଧାର ପରେ ସାପକୁ ଜନବସତିଠାରୁ ଦୂରରେ ରାଜାଜୀ ବ୍ୟାଘ୍ର ଅଭୟାରଣ୍ୟର ଜଙ୍ଗଲ ଅଞ୍ଚଳରେ ଛାଡି ଦିଆଯାଇଥିଲା। ସମ୍ପୂର୍ଣ୍ଣ ଉଦ୍ଧାର ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି।
ରିପୋର୍ଟ ଅନୁଯାୟୀ ସାପଟି ବହୁତ ସକ୍ରିୟ ଥିଲା ଏବଂ ବାରମ୍ବାର ତାର ସ୍ଥାନ ପରିବର୍ତ୍ତନ କରୁଥିଲା, ଯାହା ଫଳରେ ଉଦ୍ଧାରକାରୀ ଦଳ ପାଇଁ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିଥିଲା। ଅତ୍ୟନ୍ତ ସତର୍କତା ଏବଂ ଅଭିଜ୍ଞତା ସହିତ ଉଦ୍ଧାରକାରୀ ଦଳ ସାପଟିକୁ ନିୟନ୍ତ୍ରଣ କରିଥିଲେ ଏବଂ ଏକ ସ୍ୱତନ୍ତ୍ର ବ୍ୟାଗରେ ସୁରକ୍ଷିତ ଭାବରେ କାବୁ କରି ନେଇଥିଲେ।
ଅଧିକପଢ଼ନ୍ତୁ:ସ୍ଥଳଭାଗ ଆଡ଼କୁ ଅଗ୍ରସର; ଆନ୍ଧ୍ର ଛୁଇଁବା ଆଶଙ୍କା, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
ସତର୍କତା ରହିବାକୁ ବନ ବିଭାଗର ପରାମର୍ଶ
ଲୋକମାନେ ବନ ବିଭାଗର ସତର୍କତା ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିଛନ୍ତି। ବନ ବିଭାଗ ଲୋକଙ୍କୁ ଏପରି ବନ୍ୟପ୍ରାଣୀଙ୍କୁ ଯେକୌଣସି ସ୍ଥାନରେ ଦେଖିଲେ ନିଜେ କୌଣସି ପଦକ୍ଷେପ ନ ନେବାକୁ ପରାମର୍ଶ ଦେଇଛନ୍ତି। ଏଭଳି ପରିସ୍ଥିତରେ ତୁରନ୍ତ ବିଭାଗକୁ ଜଣାଇବାକୁ ନିବେଦନ କରିଛନ୍ତି।
king cobra ganga
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/26/untitled-28-2025-10-26-19-33-53.jpg)