KKR bowled out for 174 runs: RCB set 175 runs to win
କୋଲକାତା: ଆଇପିଏଲ-୨୦୨୫ ସିଜିନ୍-୧୮ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ(କେକେଆର) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ମଧ୍ୟରେ ଖେଳାଯାଉଛି।
କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଆରସିବି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ କେକେଆର ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା।
କେକେଆର ପକ୍ଷରୁ କ୍ୱିଣ୍ଟନ୍ ଡି କକ୍ ୪ ରନ୍ କରିଥିବାବେଳେ ସୁନିଲ ନାରିନ୍ ୪୪ ରନ୍ କରିଥିଲେ। ସେହିପରି ଆଜିଙ୍କ୍ୟ ରାହାଣେ ୫୬ ରନ୍, ଅଙ୍ଗକ୍ରିସ୍ ରଘୁବଂଶୀ ୩୦ ରନ୍, ରିଙ୍କୁ ସିଂ ୧୨ ରନ୍ କରିଥିଲେ।
ଅଧିକ ପଢ଼ନ୍ତୁ: ପଞ୍ଜାବରେ ହିମାଚଳ ବସଗୁଡ଼ିକୁ ଖଲିସ୍ତାନୀଙ୍କ ଟାର୍ଗେଟ୍
ସେହିପରି ଆରସିବି ପକ୍ଷରୁ ଜୋସ୍ ହେଲଜ୍ଉଡ୍ ୨ ୱିକେଟ ନେଇଥିବାବେଳେ କୁନାଲ ପାଣ୍ଡ୍ୟା ୩ ୱିକେଟ ନେଇଥିଲେ। ୟଶ୍ ଯାଦବ, ରସିକ ଦାର ସାଲମ ଏବଂ ସୂୟାଶ ଶର୍ମା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ଅଧିକ ପଢ଼ନ୍ତୁ: ପୁଟିନଙ୍କ ସହ ଚୁକ୍ତି ମଧ୍ୟରେ ଜେଲେନସ୍କି ବିପଦଜନକ ଷଡ଼ଯନ୍ତ୍ର ରଚୁଛନ୍ତି
Indian Premier League 2025 KKR vs RCB, 1st Match
Follow Us