Advertisment

Sunil Joshi: ହୁବ୍‌ଲି ଷ୍ଟାଡିୟମ୍‌ରେ ରହିବ ସୁନିଲ ‌ଯୋଶୀଙ୍କ ପ୍ୟାଭିଲିଅନ୍‌

Advertisment

କର୍ଣ୍ଣାଟକର ହୁବ୍‌ଲି (ହୁବାଲି)ର ରାଜନଗର କ୍ରିକେଟ୍‌ ଗ୍ରାଉଣ୍ଡ୍‌ର ଏକ ପ୍ୟାଭିଲିଅନ୍‌କୁ ତାଙ୍କ ନାମରେ କରାଯିବ ବୋଲି ଶନିବାର କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍‌ ସଂଘ (କେଏସ୍‌ସିଏ) ଘୋଷଣା କରିଛି।

କର୍ଣ୍ଣାଟକର ହୁବ୍‌ଲି (ହୁବାଲି)ର ରାଜନଗର କ୍ରିକେଟ୍‌ ଗ୍ରାଉଣ୍ଡ୍‌ର ଏକ ପ୍ୟାଭିଲିଅନ୍‌କୁ ତାଙ୍କ ନାମରେ କରାଯିବ ବୋଲି ଶନିବାର କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍‌ ସଂଘ (କେଏସ୍‌ସିଏ) ଘୋଷଣା କରିଛି।

d3c3c266-288c-49fd-a600-f21c5610be29

ବେଙ୍ଗାଲୁରୁ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଖେଳାଳି ସୁନିଲ ଯୋଶୀଙ୍କ ନାମରେ ଏକ ପ୍ୟାଭିଲିଅନ୍ ନାମିତ ହେବ। କର୍ଣ୍ଣାଟକର ହୁବ୍‌ଲି (ହୁବାଲି)ର ରାଜନଗର କ୍ରିକେଟ୍‌ ଗ୍ରାଉଣ୍ଡ୍‌ର ଏକ ପ୍ୟାଭିଲିଅନ୍‌କୁ ତାଙ୍କ ନାମରେ କରାଯିବ ବୋଲି ଶନିବାର କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍‌ ସଂଘ (କେଏସ୍‌ସିଏ) ଘୋଷଣା କରିଛି। ଏହି ଷ୍ଟାଡିୟମ୍‌ରେ ମଙ୍ଗଳବାରଠାରୁ କର୍ଣ୍ଣାଟକ ଓ ଜମ୍ମୁ କାଶ୍ମୀର ମଧ୍ୟରେ ରଣଜୀ ଟ୍ରଫି ଫାଇନାଲ୍‌ ମ୍ୟାଚ୍ ଖେଳାଯିବ। ଏହି ଅବସରରେ ସୁନିଲ ଯୋଶୀଙ୍କ ପ୍ୟାଭିଲିଅନ୍‌ ନାମିତ ହେବ ବୋଲି ଘୋଷଣା କରାଯାଇଛି।

ଅଧିକପଢ଼ନ୍ତୁ:କୁଖ୍ୟାତ ଜୈଶ କମାଣ୍ଡର ସୈଫୁଲ୍ଲାକୁ ଘେରିଲେ ଯବାନ, ଉଭୟ ପାର୍ଶ୍ୱରୁ ଗୁଳିଚାଳନା ଜାରି

ଉତ୍ତର କର୍ଣ୍ଣାଟକ ପ୍ରତି ସୁନିଲଙ୍କ କ୍ରିକେଟ୍‌ ଅବଦାନକୁ ସ୍ବୀକୃତି ଜଣାଇବା ଉଦ୍ଦେଶ୍ୟରେ ଏହି ସମ୍ମାନ ଦିଆଯାଉଛି ବୋଲି କୁହାଯାଇଛି।କର୍ଣ୍ଣାଟକର ଗଡ଼ଙ୍ଗ ଜିଲ୍ଲାରୁ ଆସିଥିବା ଏହି ବାମହାତୀ ସ୍ପିନର୍‌ ଭାରତୀୟ ଦଳ ପାଇଁ ୧୫ ଟେଷ୍ଟ୍‌, ୬୯ ଦିନିକିଆ ଅନ୍ତର୍ଜାତୀୟରେ ପ୍ରତିନିଧିତ୍ବ କରିବା ସହିତ ୧୬୦ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିଲେ। ରାଜ୍ୟର ଅନ୍ୟତମ ମହାନ କ୍ରିକେଟର୍‌ ସୁନିଲଙ୍କ ସ୍ମୃତିକୁ ଚିରସ୍ଥାୟୀ କରିବା ଏହାର ଅସଲ ଉଦ୍ଦେଶ୍ୟ ବୋଲି କେଏସ୍‌ସିଏ ପ୍ରକାଶ କରିଛି। ହୁବାଲିରେ କ୍ରିକେଟ୍‌ର ଉତ୍‌ଥାନ ଦିଗରେ ବି ସୁନିଲ ଯୋଶୀ ଉଲ୍ଲେଖନୀୟ ପ୍ରୟାସ କରିଥିଲେ। ‘ତାଙ୍କ କ୍ରିକେଟ୍‌ ଯାତ୍ରା ଓ ଅବଦାନକୁ ସମ୍ମାନ ଜଣାଇ ଏଭଳି ନିଷ୍ପତ୍ତି ନିଆଯାଇଛି’ ବୋଲି କେଏସ୍‌ସିଏର ମୁଖପାତ୍ର ବିନୟ ମୃତ୍ୟୁଞ୍ଜୟ ପ୍ରକାଶ କରିଛନ୍ତି।

ଅଧିକପଢ଼ନ୍ତୁ:ଆଇଆଇଟି ବମ୍ବେର ହଷ୍ଟେଲରୁ ୫ ଜୀବନ୍ତ କାର୍ଟ୍ରିଜ୍ ଜବତ: ବିହାର ସହ ରହିଛି ଲିଙ୍କ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe