ଗାଜାରେ ଲେଜର ଯୁଦ୍ଧ!: ସୁରକ୍ଷା ପାଇଁ ଇସ୍ରାଏଲ 'ଆଇରନ୍ ବିମ୍' ସିଷ୍ଟମ କିଣିବ

Advertisment

ଇସ୍ରାଏଲ୍ ଏହାର ପଦାତିକ ବାହିନୀର ସୁରକ୍ଷା ପାଇଁ ବଡ଼ ପଦକ୍ଷେପ ନେବାକୁ ଯାଉଛି। ସୈନିକମାନଙ୍କୁ ଶତ୍ରୁ ଆକ୍ରମଣରୁ ରକ୍ଷା କରିବା ପାଇଁ ଲେଜର ସିଷ୍ଟମ ବ୍ୟବହାର କରିବ। ଏହା ସୈନିକମାନଙ୍କୁ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣରୁ ରକ୍ଷା କରିବ...

ଇସ୍ରାଏଲ୍ ଏହାର ପଦାତିକ ବାହିନୀର ସୁରକ୍ଷା ପାଇଁ ବଡ଼ ପଦକ୍ଷେପ ନେବାକୁ ଯାଉଛି। ସୈନିକମାନଙ୍କୁ ଶତ୍ରୁ ଆକ୍ରମଣରୁ ରକ୍ଷା କରିବା ପାଇଁ ଲେଜର ସିଷ୍ଟମ ବ୍ୟବହାର କରିବ। ଏହା ସୈନିକମାନଙ୍କୁ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣରୁ ରକ୍ଷା କରିବ...

2abvvpaw

ତେଲ ଅଭିବ: ଇସ୍ରାଏଲ୍ ଏହାର ପଦାତିକ ତଥା ଟ୍ୟାଙ୍କର ସୁରକ୍ଷା ପାଇଁ ଲେଜର ଅସ୍ତ୍ର ଚାହୁଁଛି। ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଅସ୍ତ୍ରଶସ୍ତ୍ର ଉତ୍ପାଦନକାରୀ କମ୍ପାନୀ ରାଫେଲ ଖୁବ ଶୀଘ୍ର ଏନେଇ ଏକ ଚୁକ୍ତି କରିବାକୁ ଯାଉଛନ୍ତି। ଏହା ଅନ୍ତର୍ଗତ ଇସ୍ରାଏଲ କମ୍ପାକ୍ଟ ଆଣ୍ଟି ମିସାଇଲ୍ ଲେଜର ସିଷ୍ଟମ କ୍ରୟ କରିବ। ଏହା ଯୁଦ୍ଧକ୍ଷେତ୍ରରେ ଶତ୍ରୁଙ୍କୁ ବଡ଼ ଝଟକା ଦେବ।  

ଏହା ଆଇଡିଏଫର ଟ୍ରଫି ଆକ୍ଟିଭ୍ ଡିଫେନ୍ସ ସିଷ୍ଟମ୍ କିମ୍ବା ଇସ୍ରାଏଲ୍ ଟ୍ୟାଙ୍କରେ ଲଗାଯାଇଥିବା ଆଇରନ୍ ଡୋମ୍ ସହିତ ସମାନ ହେବ। ସେନା ନିଜର ସୈନ୍ୟମାନଙ୍କ ସହିତ ଏହାକୁ ନିୟୋଜିତ କରିବ ଯାହା ଏକ ସକ୍ରିୟ ଲେଜର ଆଧାରିତ ପ୍ରତିରକ୍ଷା ବ୍ୟବସ୍ଥା ହେବ। ପ୍ରାଥମିକସ୍ତରରେ ଏହା ସ୍ବତନ୍ତ୍ର ୟୁନିଟ୍ ଏବଂ ଯୁଦ୍ଧ ବ୍ରିଗେଡ୍‌ରେ ନିୟୋଜିତ ହେବ।

ଏହି ସିଷ୍ଟମ ଲେଜର ବିମ୍ ବ୍ୟବହାର କରି ବାୟୁରେ ସୈନିକମାନଙ୍କୁ ଟାର୍ଗେଟ କରୁଥିବା ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ଏବଂ ଆତ୍ମଘାତୀ ଡ୍ରୋନ୍ ଭଳି ବିପଦକୁ ନଷ୍ଟ କରିବାକୁ ସକ୍ଷମ ହେବ। ଖୁବ ଶୀଘ୍ର ଏହି ଚୁକ୍ତି ଶେଷ ହେବ ବୋଲି ଆଶା କରାଯାଉଛି। ରାଫେଲ ଟ୍ରଫି ସିଷ୍ଟମ ସୃଷ୍ଟି କରିଥିଲା, ଯାହା ମାଧ୍ୟମରେ ଇସ୍ରାଏଲ ଲେବାନନ୍ ସୀମାରେ ବହୁ ବିପଦରୁ ମର୍କାଭା ମାର୍କ-୪ ଟ୍ୟାଙ୍କ ଏବଂ ସଶସ୍ତ୍ର ଯାନକୁ ସୁରକ୍ଷା ଦେଇଥିଲା। ଆସନ୍ତା ବର୍ଷ ଆରମ୍ଭରୁ ନୂତନ ସିଷ୍ଟମ୍ ଆଇଡିଏଫରେ ମୁତୟନ ହେବ ବୋଲି କୁହାଯାଉଛି।

ଏହି କମ୍ପାକ୍ଟ ଲେଜର ସିଷ୍ଟମ ଦ୍ବାରା ଆଇଡିଏଫର ବହୁ ଅର୍ଥ ସଞ୍ଚୟ ହେବ ବୋଲି ଆଶା କରାଯାଉଛି। କାରଣ ପ୍ରତ୍ୟେକ ଟ୍ରଫି ସିଷ୍ଟମରେ ଗୋଟିଏ ଆକ୍ରମଣକୁ ବନ୍ଦ କରିବା ପାଇଁ ହଜାରେ ଡଲାର ଖର୍ଚ୍ଚ ହୋଇଥାଏ। ଯେଉଁଠାରେ ସକ୍ରିୟ ଲେଜର ସିଷ୍ଟମ ସହିତ ଏହି ମୂଲ୍ୟ ମାତ୍ର ଅଳ୍ପ ଡଲାରରେ ହେବ।  ଖବର ଅନୁଯାୟୀ, ରାଫେଲ ଏକ ମୁଦ୍ରାର ଆକାରକୁ ମଧ୍ୟ ଟାର୍ଗେଟ କରିବାରେ ସଫଳ ହୋଇଛି। ଲମ୍ବା ସୀମା ଅପେକ୍ଷା ସ୍ୱଳ୍ପ ପରିସର ପାଇଁ ଏହା ସହଜ ଅଟେ, ଯାହା ଏହାକୁ ପଦାତିକ ସ୍ଥଳ ପ୍ରତିରକ୍ଷା ପାଇଁ ଉପଯୁକ୍ତ କରିଥାଏ।

ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ର ନିର୍ବାଚନରୁ ଇସିଆଇ 'ଧନୀ': ୮୫ ପ୍ରତିଶତ ପ୍ରାର୍ଥୀଙ୍କ ଅମାନତରୁ ସାଢ଼େ ୩ କୋଟିରୁ ଅଧିକ ଆୟ

ବୁଧବାର ଦିନ ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ଅସ୍ତ୍ରବିରତି ଆରମ୍ଭ ହୋଇଛି। ତେବେ ଏହି ଅସ୍ତ୍ରବିରତି ଉଲ୍ଲଂଘନ ହେବ କି ନାହିଁ ଏହି ଅଞ୍ଚଳରେ ସନ୍ଦେହ ରହିଛି। ଅସ୍ତ୍ରବିରତି ଉଲ୍ଲଂଘନ ଅଭିଯୋଗର କୌଣସି ତତକ୍ଷଣାତ୍ ସୂଚନା ଉପଲବ୍ଧ ହୋଇନାହିଁ।

ତେବେ ଇସ୍ରାଏଲ କହିଛି, ଯଦି ହିଜବୁଲ୍ଲା ଚୁକ୍ତି ପାଳନ ନ କରେ ତେବେ ଏହା ଉପରେ ଆକ୍ରମଣ କରାଯିବ। ମଙ୍ଗଳବାର ଦିନ ଘୋଷଣା କରାଯାଇଥିବା ଅସ୍ତ୍ରବିରତି ହେଉଛି ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଗାଜାରେ ପ୍ରାୟ ୧୪ ମାସର ଯୁଦ୍ଧକୁ ସମାପ୍ତ କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ। ବୁଧବାର ଭୋର୍  ୪ଟାରୁ ଅସ୍ତ୍ରବିରତି ଆରମ୍ଭ ହୋଇଛି।

ଅଧିକ ପଢ଼ନ୍ତୁ: ‘ଫେଙ୍ଗଲ୍’ଉପକୂଳ ମୁହାଁ: ୮୦କିମି ବେଗରେ ପବନ ସହ ପ୍ରବଳ ବର୍ଷା ପୂର୍ବାନୁମାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe