ନୂଆଦିଲ୍ଲୀ: ଇସଲାମିକ୍ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈୟବାର ଡେପୁଟି ଚିଫ ଅବଦୁଲ ରହମାନ ମକ୍କିର ପାକିସ୍ତାନ ଲାହୋରରେ ମୃତ୍ୟୁ ହୋଇଯାଇଛି।
ଜମାତ-ଉଦ-ଦାୱାର ଅନୁଯାୟୀ ମକ୍କି କିଛିଦିନ ହେବ ଅସୁସ୍ଥ ଥିଲା। ଆଜି ସକାଳେ ହୃତଘାତ ହେବାରୁ ତାର ମୃତ୍ୟୁ ହୋଇଯାଇଛି।
ଅଧିକପଢ଼ନ୍ତୁ:ମୁଁ ମୋର ଗୁରୁ ଓ ମାର୍ଗଦର୍ଶକଙ୍କୁ ହରାଇ ଦେଇଛି
୨୦୨୩ରେ ମକ୍କିକୁ ଜାତିସଂଘ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷିତ କରିବା ସହିତ ସମ୍ପତିକୁ ଫ୍ରିଜ କରି ତାର ଯାତ୍ରା ଉପରେ ପ୍ରତିବନ୍ଧକ ଲାଗୁ କରିଥିଲା। ଏଥିସହିତ ମକ୍କି ଭାରତର ୱାଣ୍ଟେଡ ରହିଥିଲା। ମକ୍କି ଲସ୍କର-ଏ-ତୈୟବାର ଟେରର ଫଣ୍ଡିଂର କାମ ଦେଖୁଥିଲା।
ମକ୍କିକୁ ପାକିସ୍ତାନ ସରକାର ୨୦୧୯ ମଇ ୧୫ ତାରିଖରେ ଗିରଫ କରିଥିଲା। ୨୦୨୦ରେ ଟେରର ଫଣ୍ଡିଙ୍ଗ ମାମଲରେ ମକ୍କିକୁ ପାକିସ୍ତାନ କୋର୍ଟ ଦଣ୍ଡର ଶୁଣାଣି କରିଥିଲେ।
ମୁମ୍ବାୁଇରେ ୨୬/୧୧ରେ ହୋଇଥିବା ଆକ୍ରମଣର ଦୋଷୀ ଅବଦୁଲ ରହମାନ ମକ୍କି ଆତଙ୍କବାଦୀ ହାଫିଜ ସଇଦର ଭିଣୋଇ। ମକ୍କି ପ୍ରାୟତଃ ଭାରତ ବିରୋଧରେ ଉତ୍ତେଜନାମୂଳକ ବୟାନ ଦେଉଥିଲା।
ଅଧିକପଢ଼ନ୍ତୁ: କେତେ କୋଟିର ସମ୍ପତ୍ତି ଛାଡ଼ିଯାଇଛନ୍ତି ଡ. ମନମୋହନ ସିଂହ?
୨୦୧୭ରେ ଜମ୍ମୁ-କଶ୍ମୀରରେ ଭାରତୀୟ ସୁରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ଅପରେସନରେ ତାର ପୁଅ ଓବେଦ ରେହମାନ ମକ୍କି ନିହତ ହୋଇଥିଲା ।