ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ପେସାଲ୍ ସେଲ୍ ଏକ ସମନ୍ୱିତ ସୁରକ୍ଷା ଅଭିଯାନ ମାଧ୍ୟମରେ ଏକ ଆନ୍ତଃରାଜ୍ୟ ଆତଙ୍କବାଦୀ ମଡ୍ୟୁଲ୍ର ପର୍ଦ୍ଦାଫାସ କରିଛି। ଏହି ଆତଙ୍କୀମାନେ ଲସ୍କର ଏ ତୋଏବା ସଂଗଠନ ସହ ସଂପୃକ୍ତ ଥିବା ପ୍ରମାଣ ମିଳିଛି। ରବିବାର ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗିରଫ ହୋଇଥିବା ୮ ଜଣ ଆତଙ୍କବାଦୀ ଲସ୍କର ଓ ପାକ୍ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଦ୍ବାରା ନିୟନ୍ତ୍ରିତ ହେଉଥିଲେ। ସେମାନେ ଲସ୍କର ଓ ବାଂଲାଦେଶର କିଛି ନିଷିଦ୍ଧ ଚରମପନ୍ଥୀ ଗୋଷ୍ଠୀ ସହିତ ସମନ୍ବୟ ରକ୍ଷା କରି ଭାରତରେ ବଡ଼ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିଲେ। ଏହି ମଡ୍ୟୁଲ୍ ଦେଶର କିଛି ପ୍ରମୁଖ ସହରରେ ବିସ୍ଫୋରଣ ଓ ଟାର୍ଗେଟ୍ କିଲିଂ ପାଇଁ ପ୍ରସ୍ତୁତି ଚଳାଇଥିଲା ଏବଂ କେତେକ ସ୍ଥାନରେ ରେକି ମଧ୍ୟ କରିଥିବା ଜଣାପଡ଼ିଛି। ୬ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ତାମିଲନାଡୁର ତିରୁପୁର ଜିଲ୍ଲାର ବିଭିନ୍ନ ପୋଷାକ କାରଖାନାରୁ ଗିରଫ କରାଯାଇଛି।
Naxal: ସରଣ୍ଡାରେ ବଡ଼ ପରିବର୍ତ୍ତନ:ପଶ୍ଚିମ ସିଂହଭୂମ ‘ଅତି ନକ୍ସଲ ପ୍ରଭାବିତ’ ତାଲିକାରୁ ହଟିଲା
ସେମାନେ ସେଠାରେ ଶ୍ରମିକ ଭାବେ କାମ କରି ନିଜର ପ୍ରକୃତ ପରିଚୟ ଲୁଚାଇ ରହୁଥିଲେ। ଅଭିଯୁକ୍ତ ଆତଙ୍କୀଙ୍କ ନିକଟରୁ ୮ଟି ମୋବାଇଲ୍ ଫୋନ୍ ଓ ୧୬ଟି ସିମ୍ କାର୍ଡ ଜବତ କରାଯାଇଛି। ଏହି ଡିଜିଟାଲ୍ ଉପକରଣଗୁଡ଼ିକର ବର୍ତ୍ତମାନ ଫରେନ୍ସିକ ଯାଞ୍ଚ କରାଯାଉଛି। ଗିରଫ ବ୍ୟକ୍ତିମାନେ ହେଲେ ମିଜାନୁର ରହମାନ, ମହମ୍ମଦ ସବାତ, ଉମର, ମହମ୍ମଦ ଲିଟନ୍, ମହମ୍ମଦ ଶାହିଦ ଓ ମହମ୍ମଦ ଉଜ୍ଜ୍ୱଳ। ଅନ୍ୟ ଦୁଇ ଜଣ ଆତଙ୍କବାଦୀଙ୍କୁ ପଶ୍ଚିମବଙ୍ଗରୁ କାବୁ କରାଯାଇଛି। ତଦନ୍ତରୁ ସ୍ପଷ୍ଟ ହୋଇଛି ଯେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ କିଛି ବାଂଲାଦେଶୀ ନାଗରିକ ଅଛନ୍ତି। ସେମାନେ ବେଆଇନ ଭାବେ ସୀମା ପାର୍ ହୋଇ ଭାରତରେ ପ୍ରବେଶ କରିଥିଲେ ଏବଂ ଜାଲ୍ ଆଧାରକାର୍ଡ ବ୍ୟବହାର କରି ନିଜକୁ ଭାରତୀୟ ନାଗରିକ ଭାବେ ପରିଚୟ ଦେଉଥିଲେ। ଏହି ଆତଙ୍କୀ ମଡ୍ୟୁଲ୍କୁ ପାକିସ୍ତାନରୁ ଅର୍ଥ ଓ ନିର୍ଦ୍ଦେଶ ମିଳୁଥିବା ନେଇ ପୁଲିସକୁ ବଳିଷ୍ଠ ପ୍ରମାଣ ମିଳିଛି। ଗିରଫ ବ୍ୟକ୍ତିମାନଙ୍କୁ ଦିଲ୍ଲୀ ଅଣାଯାଇ ଅଧିକ ପଚରାଉଚରା କରାଯାଉଛି।
Delhi Police: ନିଖୋଜ ଝିଅଙ୍କ ସଂଖ୍ୟା ବୃଦ୍ଧିକୁ ଅସ୍ୱୀକାର କଲା ଦିଲ୍ଲୀ ପୁଲିସ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/23/gfdgjdgjcbnbnnb-2026-02-23-01-57-21.jpg)