ସଂସଦରେ ପଚା ମାଛ ଧରି ପହଞ୍ଚିଲେ ନେତା: ଭିଡିଓ ଭାଇରାଲ

Advertisment

ଜଣେ ନେତା ସଂସଦ ଭିତରକୁ ବଡ଼ ପଚା ମାଛ ଧରି ଯିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ‌ରାଜନେତା ଜଣକ ପଲିଥିନରେ ପ୍ୟାକ୍ ହୋଇଥିବା ୪-୫ କିଲୋଗ୍ରାମର ଏକ ବଡ଼ ମାଛ ଧରି ପହଞ୍ଚିଥିଲେ। ସରକାରୀ ଶିଳ୍ପ ମାଛ ଫାର୍ମଗୁଡ଼ିକୁ ପ୍ରଦୂଷିତ କରୁଥିବା ଦେଇ ସେ ଏଭଳି ଏକ ନିଆରା ଅଭିଯୋଗ କରିଥିଲେ...

ଜଣେ ନେତା ସଂସଦ ଭିତରକୁ ବଡ଼ ପଚା ମାଛ ଧରି ଯିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ‌ରାଜନେତା ଜଣକ ପଲିଥିନରେ ପ୍ୟାକ୍ ହୋଇଥିବା ୪-୫ କିଲୋଗ୍ରାମର ଏକ ବଡ଼ ମାଛ ଧରି ପହଞ୍ଚିଥିଲେ। ସରକାରୀ ଶିଳ୍ପ ମାଛ ଫାର୍ମଗୁଡ଼ିକୁ ପ୍ରଦୂଷିତ କରୁଥିବା ଦେଇ ସେ ଏଭଳି ଏକ ନିଆରା ଅଭିଯୋଗ କରିଥିଲେ...

Leader arrives in Parliament with rotten fish

Leader arrives in Parliament with rotten fish Photograph: (Sambad.in)

କାନବେରା: ଜଣେ ନେତା ସଂସଦ ଭିତରକୁ ବଡ଼ ପଚା ମାଛ ଧରି ଯିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ‌ରାଜନେତା ଜଣକ ପଲିଥିନରେ ପ୍ୟାକ୍ ହୋଇଥିବା ୪-୫ କିଲୋଗ୍ରାମର ଏକ ବଡ଼ ମାଛ ଧରି ପହଞ୍ଚିଥିଲେ। ସରକାରୀ ଶିଳ୍ପ ମାଛ ଫାର୍ମଗୁଡ଼ିକୁ ପ୍ରଦୂଷିତ କରୁଥିବା ଦେଇ ସେ ଏଭଳି ଏକ ନିଆରା ଅଭିଯୋଗ କରିଥିଲେ। ଅଷ୍ଟ୍ରେଲିଆ ସଂସଦରେ ଏଭଳି ଘଟିଛି। 

ବୁଧବାର, ମାର୍ଚ୍ଚ ୨୬ ତାରିଖରେ ଜଣେ ଅଷ୍ଟ୍ରେଲିୟ ସାଂସଦ ଦେଶର ସିନେଟରେ ଏକ ପଚା ସାଲମନ ମାଛକୁ ସଂସଦକୁ ଆଣିଥିଲେ। ସରକାରୀ ଶିଳ୍ପ ମାଛ ଫାର୍ମଗୁଡ଼ିକୁ ପ୍ରଦୂଷିତ କରୁଥିବା ନେଇ ଅଭିଯୋଗ କରିଥିଲେ। ସେ ଦାବି କରିଥିଲେ ଯେ, ସରକାର ଏଭଳି କରିବା ପାଇଁ ସମସ୍ତ ପ୍ରକାରର କୌଶଳ ଅବଲମ୍ବନ କରୁଛନ୍ତି।

ଅଧିକ ପଢ଼ନ୍ତୁ: ଗୁଆହାଟୀରେ ଆର୍‌ଆର୍-କେକେଆର୍ ମୁକାବିଲା: ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଦଳ

ତାଙ୍କ ପଛରେ ବସିଥିବା ଜଣେ ସାଥୀ ଗ୍ରୀନ୍ସ ସିନେଟର ଚିତ୍କାର କରି କହିଥିଲେ, ଏହା ଦୁର୍ଗନ୍ଧ କରୁଛି। ତା’ପରେ ତାଙ୍କୁ ତୁରନ୍ତ ଚାମ୍ବରରୁ ଏକ ପ୍ଲାଷ୍ଟିକ୍ ବ୍ୟାଗରେ ପ୍ୟାକ୍ ହୋଇଥିବା ସାଲମନ ମାଛକୁ ବାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ରକ୍ଷଣଶୀଳ ଗ୍ରୀନ୍ ପାର୍ଟି ଭୟ କରୁଛି ଯେ, ସାଲମନ ଫାର୍ମଗୁଡ଼ିକ ସ୍ଥାନୀୟ ମାଉଜିଅନ୍ ସ୍କେଟର ବିଲୁପ୍ତିର କାରଣ ହେଉଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ ଏହି ଶିଳ୍ପକୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଶିଳ୍ପରେ ତାସମାନିଆର ଶହ ଶହ ଲୋକ କାମ କରୁଛନ୍ତି। ଏହା ବନ୍ଦ ହେଲେ ସେମାନେ ବେକାର ହୋଇଯିବେ।

ଅଧିକ ପଢ଼ନ୍ତୁ: ଏକଛତ୍ରବାଦ ଶାସନ ଚାଲିଛି, ଲୋକେ ଜବାବ ଦେବେ: ନରସିଂହ ମିଶ୍ର

australia 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe