Kolkata Event Angers Fan: ୨୫ହଜାର ଦେଇ ଟିକେଟ୍ କିଣିଥିଲେ, ହେଲେ ଭଲ କରି ମେସିଙ୍କୁ ଦେଖିପାରିଲେନି ପ୍ରଶଂସକ

Advertisment

୨୫ହଜାର ଦେଇ ଟିକେଟ୍ କିଣିଥିଲେ। ହେଲେ ଭଲ କରି ମେସିଙ୍କୁ ଦେଖିପାରିଲେନି ପ୍ରଶଂସକ। ଆଜି କୋଲକାତାରେ ଆୟୋଜିତ ଲିଓନେଲ ମେସିଙ୍କ G.O.A.T. ଟୁର୍ ଇଭେଣ୍ଟ ଅଧିକାଂଶ ପ୍ରଶଂସକଙ୍କୁ କ୍ରୋଧିତ କରିଛି।

୨୫ହଜାର ଦେଇ ଟିକେଟ୍ କିଣିଥିଲେ। ହେଲେ ଭଲ କରି ମେସିଙ୍କୁ ଦେଖିପାରିଲେନି ପ୍ରଶଂସକ। ଆଜି କୋଲକାତାରେ ଆୟୋଜିତ ଲିଓନେଲ ମେସିଙ୍କ G.O.A.T. ଟୁର୍ ଇଭେଣ୍ଟ ଅଧିକାଂଶ ପ୍ରଶଂସକଙ୍କୁ କ୍ରୋଧିତ କରିଛି।

Lionel Messi

Lionel Messi Photograph: (sambad.in)

କୋଲକାତା: ୨୫ହଜାର ଦେଇ ଟିକେଟ୍ କିଣିଥିଲେ। ହେଲେ ଭଲ କରି ମେସିଙ୍କୁ ଦେଖିପାରିଲେନି ପ୍ରଶଂସକ। ଆଜି କୋଲକାତାରେ ଆୟୋଜିତ ଲିଓନେଲ ମେସିଙ୍କ G.O.A.T. ଟୁର୍ ଇଭେଣ୍ଟ ଅଧିକାଂଶ ପ୍ରଶଂସକଙ୍କୁ କ୍ରୋଧିତ କରିଛି। କାରଣ ସେମାନେ ଆର୍ଜେଣ୍ଟିନାର ଏହି ମହାନ ଫୁଟବଲ୍ ଖେଳାଳିଙ୍କ ଝଲକ ଟିକେ ଦେଖିପାରିଲେ ନାହିଁ। ସଲ୍ଟ ଲେକ୍ ଷ୍ଟାଡିୟମ୍‌ରେ ହୋଇଥିବା ଏହି ଇଭେଣ୍ଟ ପାଇଁ ୫,୦୦୦ ଟଙ୍କାରୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ମୋଟା ଅଙ୍କର ଅର୍ଥ ଦେବା ସତ୍ତ୍ୱେ, ଅନେକ ପ୍ରଶଂସକ ଦାବି କରିଛନ୍ତି ଯେ, ସେମାନେ ଫୁଟବଲ୍ କିମ୍ବଦନ୍ତୀଙ୍କୁ ଠିକ୍ ଭାବରେ ଦେଖିପାରିଲେ ନାହିଁ। ମେସି ସକାଳ ୧୧:୧୫ରେ ଭେନ୍ୟୁରେ ପହଞ୍ଚିଥିଲେ। କିନ୍ତୁ ଶୀଘ୍ର ଷ୍ଟାଡିୟମ୍ ଛାଡି ଚାଲିଯାଇଥିଲେ। ଜଣେ ପ୍ରଶଂସକ ଏହି କାର୍ଯ୍ୟକ୍ରମକୁ "ସମ୍ପୂର୍ଣ୍ଣ ଅପମାନ" ବୋଲି କହିଥିଲେ କାରଣ ମେସି ଷ୍ଟାଡିୟମ୍ ପୂରା ବୁଲି ଦେଖି ନଥିଲେ।

୫ମିନିଟ୍ ରହି ଚାଲିଯାଇଥିଲେ

କିଛି ଲୋକ ଦାବି କରିଛନ୍ତି ଯେ, ମେସି ମାତ୍ର ୫ମିନିଟ୍ ପାଇଁ ଷ୍ଟାଡିୟମରେ ରହିଥିବା ‌ବେଳେ ସେଠାରୁ ଚାଲିଯାଇଥିଲେ। ଏହା ଫଳରେ ତାଙ୍କୁ ଦେଖିବା ପାଇଁ ଚାତକ ପରି ଅନାଇ ବସିଥିବା ପ୍ରଶଂସକ ନିରାଶ ହୋଇଥିଲେ। ମୋଟା ଅଙ୍କର ଟଙ୍କା ଦେଇ ଟିକେଟ୍ କିଣିବା ପରେ ଏବେ ସେମାନେ ଅନୁତାପ କରୁଥିବା କହିଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ମେସି କୋଲକାତାରେ ପହଞ୍ଚିବା ପରେ ତାଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ଲମ୍ବା ଲାଇନ୍ ଲାଗିଥିଲା। ଅଧିକ ରାତି ହୋଇଯାଇଥିଲେ ବି ପ୍ରଶଂସକ ତାଙ୍କ ପାଇଁ ଅପେକ୍ଷା କରି ରହିଥିଲେ।

ଆହୁରି ପଢ଼ନ୍ତୁ: Pakistan Brings Back Sanskrit: ବିଭାଜନ ପରେ ପ୍ରଥମ ଥର ପିଲାଙ୍କୁ ପଢ଼ାଯିବ ସଂସ୍କୃତ, ଖୁବଶୀଘ୍ର ଗୀତା-ମହାଭାରତ ବିଷୟରେ ପଢ଼ିବେ ପାକିସ୍ତାନୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe