ପାକିସ୍ତାନରେ ଲକଡାଉନ୍: ଏକ୍ୟୁଆଇ ସ୍ତର ଅଧିକ ଯୋଗୁ ସବୁ ଠପ୍

କେବଳ ଭାରତ ନୁହେଁ ପଡୋଶୀ ଦେଶ ପାକିସ୍ତାନ ମଧ୍ୟ ବାୟୁ ପ୍ରଦୂଷଣ ସମସ୍ୟାର ସମ୍ମୁଖୀନ ହୋଇଛି। ପରିସ୍ଥିତି ଏତେ ଖରାପ ହୋଇଛି ଯେ ପରିସ୍ଥିତିର ମୁକାବିଲା ପାଇଁ ସରକାରଙ୍କୁ ଲକଡାଉନ୍ ପକାଇବାକୁ ଘୋଷଣା କରିବାକୁ ପଡିଛି...

WhatsApp Image 2024-11-09 at 3.27.21 PM

ଇସଲାମାବାଦ: କେବଳ ଭାରତ ନୁହେଁ ପଡୋଶୀ ଦେଶ ପାକିସ୍ତାନ ମଧ୍ୟ ବାୟୁ ପ୍ରଦୂଷଣ ସମସ୍ୟାର ସମ୍ମୁଖୀନ ହୋଇଛି। ଏଠାରେ ପଞ୍ଜାବ ପ୍ରଦେଶରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ)ସ୍ତର ଶୁକ୍ରବାର ସକାଳେ ବିପଜ୍ଜନକ ସ୍ତରରେ ୨୦୦୦ରେ ପହଞ୍ଚିଛି।

ଦୂଷିତ ବାୟୁ ଯୋଗୁଁ ଲୋକମାନେ ନିଃଶ୍ୱାସ ନେବା କଷ୍ଟକର ହୋଇପଡିଛି। ଲୋକେ ଘରୁ ବାହାରକୁ ଆସିରେ ରୁନ୍ଧି ହୋଇଯାଉଛନ୍ତି। ଏହା ସହିତ ପ୍ରଦୂଷଣ ଯୋଗୁ ଲୋକଙ୍କ ଆଖି ଜଳାପୋଡ଼ା କରୁଥିବା ଅଭିଯୋଗ ହୋଇଛି। ତା’ପରେ ପରିସ୍ଥିତିର ମୁକାବିଲା ପାଇଁ ସରକାରଙ୍କୁ ଲକଡାଉନ୍  ଘୋଷଣା କରିବାକୁ ପଡିଛି।

ପାକିସ୍ତାନର ଡନ୍ ନ୍ୟୁଜ୍ ଅନୁଯାୟୀ, ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ପଞ୍ଜାବ ସରକାର ସାରା ରାଜ୍ୟରେ ହାଇ ଆଲର୍ଟ ଘୋଷଣା କରିଛନ୍ତି। ଏହା ବ୍ୟତୀତ ଲକଡାଉନ୍ ସମେତ ଅନ୍ୟାନ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଲକଡାଉନ୍ ସମୟରେ ଲୋକଙ୍କୁ ନଭେମ୍ବର ୧୭ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପାର୍କ ଏବଂ ସଂଗ୍ରହାଳୟ ପରିଦର୍ଶନ କରିବାକୁ ବାରଣ କରାଯାଇଛି।

ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ପିଏମର ସ୍ତର ୨.୫ ରହିଥିବା ଜଣାପଡିଛି। ଏଭଳି ପରିସ୍ଥିତିରେ ବାୟୁରେ ଥିବା ପ୍ରଦୂଷକ ଉପାଦାନ ଯୋଗୁ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ବାୟୁରେ ପ୍ରଦୂଷକ ସ୍ତର କ୍ୟୁବିକ ମିଟର ପ୍ରତି ୯୪୭ ମାଇକ୍ରୋଗ୍ରାମ୍‌ରେ ପହଞ୍ଚିଛି। ଯାହାକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆଇକ୍ୟୁ ଏୟାର ଗାଇଡଲାଇନଠାରୁ ୧୮୯.୪ ଗୁଣା ଅଧିକ।

ଅଧିକ ପଢ଼ନ୍ତୁ: ଖାଲିସ୍ତାନୀଙ୍କୁ ନେଇ ସତ୍ୟ ସ୍ବୀକାର କଲେ ଟ୍ରୁଡୋ

ଗ୍ଲୋବାଲ୍ ହେଲଥ୍ ଅନୁଯାୟୀ, କ୍ୟୁବିକ୍ ମିଟର ପ୍ରତି ୫ ମାଇକ୍ରୋଗ୍ରାମ୍‌ରୁ ଅଧିକ ସ୍ତର ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ଅଟେ। କିନ୍ତୁ ମୁଲତାନରେ ଏକ୍ୟୁଆଥ ରାତି ୧୦ଟା ସୁଦ୍ଧା ୯୮୦ ସ୍ତର ଅତିକ୍ରମ କରିଥିଲା ​। ଯାହା ୩୦୦ ଏକ୍ୟୁଆଇର ବିପଜ୍ଜନକ ମାନକଠାରୁ ୩ ଗୁଣା  ଅଧିକ।

ପାକିସ୍ତାନର ମୁଲତାନ ସହରରେ ତିନୋଟି ଏକ୍ୟୁଆଇ ମିଟର ସ୍ଥାପନ କରାଯାଇଛି। ସେଥିମଧ୍ୟରୁ ଗୋଟିଏ ଡବ୍ଲୁଡବ୍ଲୁଏଫ କାର୍ଯ୍ୟାଳୟରେ, ଦ୍ୱିତୀୟଟି ଶ୍ୟାମଶାଦ କଲୋନୀରେ ଏବଂ ତୃତୀୟଟି ମୁଲତାନ କ୍ୟାଣ୍ଟନମେଣ୍ଟରେ ରହିଛି। ଏସବୁ ସ୍ଥାନରେ ଏକ୍ୟୁଆଇ ସ୍ତର ଯଥାକ୍ରମେ ୨୩୧୬, ୧୬୩୫ ଏବଂ ୧୫୨୭ରେ ରେକର୍ଡ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ସୁଲଭ ଶିକ୍ଷା ଋଣ: ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe