ନୂଆଦିଲ୍ଲୀ: ଯୁଦ୍ଧ ପାଇଁ ଆଗକୁ ଆଉ ଏଲ୍ପିଜି ମିଳିବନି। ଏଭଳି ଗୁଜବ ପ୍ରଚାର ହେଉଥିବାରୁ ଦେଶର ବିଭିନ୍ନ ସହରରେ ଏଲ୍ପିଜିକୁ ନେଇ ଗମ୍ଭୀର ସ୍ଥିତି ସୃଷ୍ଟି ହୋଇଛି। ଲୋକମାନେ ଖାଲି ସିଲିଣ୍ଡର ନେଇ ବିତରଣ ଏଜେନ୍ସି ସାମ୍ନାରେ ଲମ୍ବା ଧାଡ଼ିରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ସୋମବାର ନୋଏଡାର ସେକ୍ଟର ୨୨, ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲାର ଏକ ଗାଁରୁ ଏଲ୍ପିଜିକୁ ନେଇ ଗ୍ରାହକଙ୍କ ଲମ୍ବା ଧାଡ଼ି ବିଶିଷ୍ଟ ଭିଡିଓ ଭାଇରାଲ୍ ହୋଇଛି। ଦେଶରେ ଏଲ୍ପିଜିର କୌଣସି ଅଭାବ ନାହିଁ ଓ ଗୁଜବରେ ବିଶ୍ବାସ ନ କରିବାକୁ ସରକାର ବାରମ୍ବାର କହୁଥିଲେ ମଧ୍ୟ ତାହା ଲୋକମାନଙ୍କ ମନରେ ରହିଥିବା ଉଦବେଗକୁ ଦୂର କରିପାରିନାହିଁ। ଯୋଗାଣକାରୀଙ୍କ ମତରେ ବର୍ତ୍ତମାନ ସୁଦ୍ଧା ଏଲ୍ପିଜିର କୌଣସି ଅଭାବ ନାହିଁ। କିନ୍ତୁ ଗତ କିଛି ଦିନ ହେଲାଣି ଆତଙ୍କିତ ହୋଇ ସିଲିଣ୍ଡର କିଣୁଥିବା ଗ୍ରାହକଙ୍କ ସଂଖ୍ୟା ବହୁତ ବଢ଼ିଛି।
ଆହୁରି ପଢନ୍ତୁ- War Updates: ଯୁଦ୍ଧର ପ୍ରଭାବ: ଡଲାର ତୁଳନାରେ ଟଙ୍କା ମୂଲ୍ୟ ୯୨.୩୦ ଟଙ୍କା
ଗତ ସପ୍ତାହରେ ସରକାର ଏଲ୍ପିଜି ଦର ବଢ଼ାଇଥିଲେ। ତେଣୁ ଲୋକମାନଙ୍କ ମନରେ ଭୟ ଆହୁରି ବଢ଼ିଯାଇଛି। କିଛି ଲୋକଙ୍କୁ କଳାବଜାରରୁ ଏଲ୍ପିଜି କିଣିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ମଧ୍ୟ ଆସିଛି। ଇତି ମଧ୍ୟରେ ଏଲ୍ପିଜି ବୁକିଂ ବହୁତ ବଢ଼ିଯାଇଥିବା ବେଳେ ଲକ୍ ଇନ୍ ଅବଧି ୨୧ ଦିନକୁ ବୃଦ୍ଧି ପାଇଛି। ପୂର୍ବରୁ ଏହି ଅବଧି ୧୫ ଦିନ ଥିଲା। ଏହାର ଅର୍ଥ ହେଉଛି ଜଣେ ଗ୍ରାହକ ଗୋଟିଏ ସିଲିଣ୍ଡର ବୁକିଂ କରିବାର ୨୧ ଦିନ ମଧ୍ୟରେ ଆଉ ଗୋଟିଏ ସିଲିଣ୍ଡର ବୁକିଂ କରିପାରିବେ ନାହିଁ। ଦୁଇଟି ସିଲିଣ୍ଡର ରଖିଥିବା ଗ୍ରାହକଙ୍କ ପାଇଁ ଲକ୍-ଇନ୍ ଅବଧିକୁ ୩୦ ଦିନକୁ ବୃଦ୍ଧି କରାଯାଇଛି।
ଆହୁରି ପଢନ୍ତୁ- Mojtaba Khamenei: ୩୭ ବର୍ଷ ପରେ ଇରାନ ପାଇଲା ତୃତୀୟ ସର୍ବୋଚ୍ଚ ନେତା: ମୋଜତବା ଖେମିନି ସର୍ବୋଚ୍ଚ ନେତା ଘୋଷିତ
ଭାରତ ଏହାର ଏଲ୍ପିଜି ଆବଶ୍ୟକତାର ଦୁଇ ତୃତୀୟାଂଶ ଆମଦାନୀ ଜରିଆରେ ପୂରଣ କରିଥାଲ। ଏହା ମୁଖ୍ୟତଃ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), କତର, ସାଉଦି ଆରବ ଓ କୁଏତରୁ ଅଧିକ ଏଲ୍ପିଜି କିଣୁଛି। ତାହା ବିଶ୍ବର ପ୍ରମୁଖ ଜଳପଥ ହର୍ମୁଜ ପ୍ରଣାଳୀ ଦେଇ ଆସିଥାଏ। ଇରାନ ଉପରେ ଆମେରିକା ଓ ଇସ୍ରାଏଲ ଆକ୍ରମଣ କରିବା ପରଠାରୁ ଏହି ଜଳପଥରେ ପରିବହନ ବାଧାପ୍ରାପ୍ତ ହୋଇଛି। ଏଲ୍ପିଜି ଯୋଗାଣ କରୁଥିବା ଦେଶଗୁଡ଼ିକରେ ଥିବା ଆମେରିକା ଘାଟି ଉପରେ ମଧ୍ୟ ଇରାନ ଆକ୍ରମଣ କରୁଥିବାରୁ ସେଠାରେ ମଧ୍ୟ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ଯୁଦ୍ଧ ଦଶମ ଦିନରେ ପହଞ୍ଚିଛି। ଯଦି ତାହା ଜାରି ରହିବ ତେବେ ଯୋଗାଣ ନିଶ୍ଚିତ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/03/09/new-project-5-2026-03-09-20-12-51.jpg)