ପାଟନା: ରବିବାର ଦିନ ବିହାରର ବକ୍ସର ନିକଟରେ ଏକ ଟ୍ରେନ୍ ଦୁର୍ଘଟଣା ଘଟିଛି। ଦିଲ୍ଲୀରୁ ଆସୁଥିବା ମଗଧ ଏକ୍ସପ୍ରେସ ହଠାତ୍ ଟୁନିଗଞ୍ଜ ରେଳ ଷ୍ଟେସନରେ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ଯେତେବେଳେ ଚଳନ୍ତା ଟ୍ରେନ୍ ଦୁଇ ଭାଗରେ ବିଭକ୍ତ ହୋଇଥିଲା ଏନେଇ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।
ଟ୍ରେନ୍ ନିକଟରେ ଲୋକଙ୍କ ଭିଡ଼ ଜମିଥିଲା। ଲୋକୋ ପାଇଲଟ ତୁରନ୍ତ ଟ୍ରେନକୁ ଅଟକାଇଥିଲେ। ସୂଚନା ପାଇବା ପରେ ରେଳ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ।
ଗତ ବର୍ଷ ଉତ୍ତର ପୂର୍ବ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ରଘୁନାଥପୁର ରେଳ ଷ୍ଟେସନ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଥିଲା। ସେହି ଦୁର୍ଘଟଣାରେ ବହୁ ଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଥିଲା। ରବିବାର ଦିନ, ଟ୍ରେନ୍ ଦୁଇ ଭାଗରେ ବିଭକ୍ତ ହେବା ପରେ ମଗଧ ଏକ୍ସପ୍ରେସର ଯାତ୍ରୀମାନଙ୍କର ରଘୁନାଥପୁର ଟ୍ରେନ୍ ଦୁର୍ଘଟଣା କଥା ମନେ ପଡ଼ିଥିଲା।
ଅଧିକ ପଢ଼ନ୍ତୁ:ସୋମନାଥ ଏକ୍ସପ୍ରେସ ଲାଇନଚ୍ୟୁତ: ବିକଳରେ ଚିତ୍କାର କଲେ ଯାତ୍ରୀ
ପୂର୍ବ କେନ୍ଦ୍ରୀୟ ରେଳବାଇର ଲୋକସମ୍ପର୍କ ଅଧିକାରୀ ସରସ୍ୱତୀ ଚନ୍ଦ୍ର କହିଛନ୍ତି ଯେ ରବିବାର ପୂର୍ବାହ୍ନ ପ୍ରାୟ ୧୧ଟା ୧୫ ସମୟରେ ଟ୍ରେନ୍ ନଂ ୨୦୮୦୨ ନୂଆଦିଲ୍ଲୀ-ଇସଲାମପୁର ମଗଧ ଏକ୍ସପ୍ରେସର ଇଞ୍ଜିନର ୧୩ ଏବଂ ୧୪ କୋଚ ମଧ୍ୟରେ କପଲିଙ୍ଗ ଭାଙ୍ଗି ଯାଇଥିଲା। ଟ୍ରେନ୍ର ଉଭୟ ଅଂଶକୁ ସଂଯୋଗ କରିବା ପରେ ଅନୁସନ୍ଧାନ କରାଯାଇଥିଲା ଏବଂ ପରେ ଏହାକୁ ଗନ୍ତବ୍ୟ ପଥରେ ପଠାଯାଇଥିଲା। କପଲିଙ୍ଗ କିପରି ଭାଙ୍ଗିଲା ସେ ନେଇ ରେଳ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
ଅଧିକ ପଢ଼ନ୍ତୁ:ଜୀବନକୁ ବାଜି ଲଗାଇ ରେଳ ଦୁର୍ଘଟଣା ଏଡ଼ାଇଲେ ଟ୍ରାକମ୍ୟାନ
Follow Us