ନୂଆଦିଲ୍ଲୀ: କରୋନାଭାଇରସର ସଂକ୍ରମଣକୁ ଦୃଷ୍ଟିରେ ରଖି ଭିଡ଼ କମ କରିବା ପାଇଁ ମହାରାଷ୍ଟ୍ର ସରକାର ଗତ ତିନି ଦିନ ମଧ୍ୟରେ ୩୭ଟି କାରାଗାରରୁ ୬୦୧ଜଣ କଏଦୀଙ୍କୁ ମୁକ୍ତ କରିଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି। କଏଦୀମାନଙ୍କୁ ଶୁକ୍ରବାର, ଶନିବାର ଏବଂ ରବିବାର ଦିନ ମୁକ୍ତ କରାଯାଇଛି ବୋଲି ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଜେଲ) ସୁନୀଲ ରାମାନନ୍ଦ କହିଛନ୍ତି।
ଅନ୍ୟ ଜଣେ ଅଧିକାରୀ କହିଛନ୍ତି, "ପଶ୍ଚିମ ଅଂଚଳରୁ ସମୁଦାୟ ୧୦୪କଏଦୀଙ୍କୁ ମୁକ୍ତ କରାଯାଇଥିବା ବେଳେ କେନ୍ଦ୍ରୀୟରେ ୧୧୩, ଦକ୍ଷିଣରେ ୧୪୫ ଏବଂ ପୂର୍ବରେ ୨୩୯ ଜଣ କଏଦୀଙ୍କୁ ମୁକ୍ତ କରାଯାଇଥିବା ଜଣାପଡିଛି। ମୁକ୍ତ ହୋଇଥିବା କଏଦୀମାନେ କେନ୍ଦ୍ରୀୟ ଏବଂ ଜିଲ୍ଲା ଜେଲରୁ ଆସିଥିବା ଜଣା ଯାଇଛି। ଏହା ସହ ପୂର୍ବ ଅଞ୍ଚଳରେ ଥିବା ନାଗପୁର କେନ୍ଦ୍ରୀୟ ଜେଲରୁ ୮୬ ଜଣ କଏଦୀଙ୍କୁ ମୁକ୍ତ କରାଯାଇଥିବା ବେଳେ ପଶ୍ଚିମ ଅଞ୍ଚଳରେ ଥିବା ୟେରୱାଡା ଜେଲରୁ ୫୧ ଜଣକୁ ମୁକ୍ତ କରାଯାଇଛି। ଅଧିକାରୀ କହିଛନ୍ତି ଯେ, ମୁମ୍ବାଇ ସେଣ୍ଟ୍ରାଲ ଜେଲ ଶୁକ୍ରବାର ଦିନ ୬୮ଜଣ, ଶନିବାର ନାଗପୁର ସେଣ୍ଟ୍ରାଲ ଜେଲ ୮୩ ଏବଂ ରବିବାର ଦିନ ଚନ୍ଦ୍ରପୁର ଜେଲ ୩୧ ଜଣ କଏଦୀଙ୍କୁ ମୁକ୍ତ କରିଛି।
Deccan Herald
ଏହା ପୂର୍ବରୁ କରୋନାଭାଇରସ୍ ମହାମାରୀ କଥା ବିଚାରକୁ ନିଆଯାଇ ଜେଲଗୁଡ଼ିକରେ ମାତ୍ରାଧିକ ଭିଡ ହ୍ରାସ କରିବାକୁ ଶନିବାର ଦିନ ଦିଲ୍ଲୀର ତିହାର ଜେଲରୁ ୪୦୦ରୁ ଊର୍ଦ୍ଧ୍ବ କଏଦୀଙ୍କୁ ମୁକ୍ତ କରାଯାଇଥିଲା । ମୁକ୍ତ ହୋଇଥିବା ୪୧୯ଜଣ କଏଦୀଙ୍କ ମଧ୍ୟରୁ ୩୫୬ଜଣଙ୍କୁ ୪୫ଦିନିଆ ମଧ୍ୟବର୍ତ୍ତିକାଳୀନ ଜାମିନରେ ଛଡ଼ାଯାଇଥିବା ବେଳେ ଅନ୍ୟ ୬୩ଜଣଙ୍କୁ ଆଠ ସପ୍ତାହ ଜରୁରୀ ପାରୋଲରେ ଛଡ଼ାଯାଇଥିଲା ।