Advertisment

Maharashtra RS Seat : ରାଜ୍ୟସଭା ଆସନକୁ ନେଇ କଂଗ୍ରେସ-ଶିବସେନା (ୟୁବିଟି) ମୁହାଁମୁହିଁ

Advertisment

ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି (ଏମ୍‌ଭିଏ) ପାଇଁ ଏକମାତ୍ର ବିଜୟୀ ହେବା ନିଶ୍ଚିତ ଥିବା ରାଜ୍ୟସଭା ଆସନକୁ ନେଇ କଂଗ୍ରେସ ଓ ଶିବସେନା (ୟୁବିଟି) ମୁହାଁମୁହିଁ ହୋଇଛନ୍ତି। ଗୁରୁବାର କଂଗ୍ରେସ ଏହି ଆସନ ଉପରେ ନିଜର ଦାବି ରଖିଛି।

ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି (ଏମ୍‌ଭିଏ) ପାଇଁ ଏକମାତ୍ର ବିଜୟୀ ହେବା ନିଶ୍ଚିତ ଥିବା ରାଜ୍ୟସଭା ଆସନକୁ ନେଇ କଂଗ୍ରେସ ଓ ଶିବସେନା (ୟୁବିଟି) ମୁହାଁମୁହିଁ ହୋଇଛନ୍ତି। ଗୁରୁବାର କଂଗ୍ରେସ ଏହି ଆସନ ଉପରେ ନିଜର ଦାବି ରଖିଛି।

Untitled-23.jpg

ମୁମ୍ବାଇ: ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି (ଏମ୍‌ଭିଏ) ପାଇଁ ଏକମାତ୍ର ବିଜୟୀ ହେବା ନିଶ୍ଚିତ ଥିବା ରାଜ୍ୟସଭା ଆସନକୁ ନେଇ କଂଗ୍ରେସ ଓ ଶିବସେନା (ୟୁବିଟି) ମୁହାଁମୁହିଁ ହୋଇଛନ୍ତି। ଗୁରୁବାର କଂଗ୍ରେସ ଏହି ଆସନ ଉପରେ ନିଜର ଦାବି ରଖିଛି। ଜାତୀୟ ଦଳ ଭାବେ ସେ ଏହି ଆସନ ପାଇବା କଥା ବୋଲି କହିଥିବାବେଳେ ଶିବସେନା ଦିନକ ପୂର୍ବରୁ ଏହି ଆସନ ଉପରେ ନିଜର ଦାବି ରଖିଥିଲା। ଗୁରୁବାର ଏମ୍‌ଭିଏ ମେଣ୍ଟ ପକ୍ଷରୁ ଅନୁଷ୍ଠିତ ବୈଠକରେ କଂଗ୍ରେସ, ଶିବସେନା (ୟୁବିଟି) ଓ ଏନ୍‌ସିପି (ଏସ୍‌ପି) ଯୋଗ ଦେଇ ଆଗାମୀ ରାଜ୍ୟସଭା ନିର୍ବାଚନ ଓ ଆସନ ବଣ୍ଟନ ଉପରେ ଆଲୋଚନା କରିଥିଲେ।

ହାଇକମାଣ୍ଡ ସହ ଆଲୋଚନା କରିବ ଏନ୍‌ସିପି

ବୈଠକ ପରେ କଂଗ୍ରେସ ବିଧାୟକ ଦଳ ନେତା ବିଜୟ ୱାଡେଟିବାର କହିଥିଲେ, କଂଗ୍ରେସ ଜାତୀୟ ଦଳ ହୋଇଥିବାରୁ ଏହି ଆସନ ତାକୁ ଦେବାକୁ ପ୍ରସ୍ତାବ ରଖିଛି। ଏନ୍‌ସିପି ନିଜ ହାଇକମାଣ୍ଡ ସହିତ ଏନେଇ ଆଲୋଚନା କରିବ ଓ ଶିବସେନା ମଧ୍ୟ ନିଜ ମତ ରଖିବ। ଏନେଇ ଅଧିକ ଆଲୋଚନା କରାଯିବ ବୋଲି ସେ କହିଛନ୍ତି। ମାର୍ଚ୍ଚ ୫ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପାଇଁ ଶେଷ ତାରିଖ ହୋଇଥିବା ବେଳେ ଏହା ପୂର୍ବରୁ ତିନି ଦଳ ମଧ୍ୟରେ ଆଲୋଚନା ହୋଇ ଶେଷ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଶିବସେନା ନେତା ଆଦିତ୍ୟ ଠାକ୍‌ରେ ଏହି ଆସନ ଉପରେ ଦାବି ରଖିଥିବାବେଳେ ସାଂସଦ ସଞ୍ଜୟ ରାଉତ ତାଙ୍କ କଥାକୁ ସମର୍ଥନ କରିଥିଲେ।

ଆହୁରି ପଢନ୍ତୁ - Bihar’s Seemanchal: ଅନୁପ୍ରବେଶକାରୀଙ୍କୁ ଖୋଜି ଖୋଜି ଦେଶାନ୍ତର କରାଯିବ: ଗର୍ଜିଲେ ଶାହ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe