scraps-no-detention-policy Photograph: (Sambad.in)
ନୂଆଦିଲ୍ଲୀ: ପିଲାମାନଙ୍କୁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା (ଆରଟିଇ) ନିୟମ, ୨୦୧୦ରେ କେନ୍ଦ୍ର ସରକାର ବଡ଼ ପରିବର୍ତ୍ତନ କରିଛନ୍ତି। ଏହା ଅନ୍ତର୍ଗତ 'ନୋ ଡିଟେନସନ ପଲିସି ' ସମାପ୍ତ କରାଯାଇଛି। ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ ୫ମ ଏବଂ ୮ମ ଶ୍ରେଣୀର ବାର୍ଷିକ ପରୀକ୍ଷାରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀମାନେ ପାସ୍ ହେବେ ନାହିଁ।
ତେବେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀମାନେ ଦୁଇ ମାସ ମଧ୍ୟରେ ପରୀକ୍ଷା ପୁଣି ପରୀକ୍ଷା ଦେବାର ସୁଯୋଗ ପାଇବେ। ଯଦି ସେମାନେ ଦ୍ୱିତୀୟ ଥର ଫେଲ୍ ହୁଅନ୍ତି, ତେବେ ସେମାନଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ପଦୋନ୍ନତି ଦିଆଯିବ ନାହିଁ । ତାଙ୍କୁ ପଞ୍ଚମ ଶ୍ରେଣୀ କିମ୍ବା ଅଷ୍ଟମ ଶ୍ରେଣୀରେ ରଖାଯିବ। ଏଥି ସହିତ, କୌଣସି ଛାତ୍ରଛାତ୍ରୀଙ୍କୁ ସ୍କୁଲରୁ ୮ମ ଶ୍ରେଣୀରୁ ବହିଷ୍କାର କରିବାକୁ ଦିଆଯିବ ନାହିଁ ।
ଗୁଜୁରାଟ, ଓଡିଶା, ମଧ୍ୟପ୍ରଦେଶ, ଝାଡଖଣ୍ଡ, କର୍ଣ୍ଣାଟକ ଏବଂ ଦିଲ୍ଲୀ ଭଳି ଅନେକ ରାଜ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥି ସହିତ କେରଳ ପରି କେତେକ ରାଜ୍ୟ ମଧ୍ୟ ଏହି ନିଷ୍ପତ୍ତିକୁ ଦୃଢ଼ ବିରୋଧ କରୁଛନ୍ତି। କେରଳ କହିଛି ଯେ, ନିୟମିତ ପରୀକ୍ଷା ଛାତ୍ରଛାତ୍ରୀଙ୍କ ଉପରେ ଚାପ ବଢ଼ାଇବ, ଯାହା ଡ୍ରପଆଉଟ୍ ହାରକୁ ବୃଦ୍ଧି କରିବ। କେରଳ ଯୁକ୍ତି କରିଛି, ପିଲାମାନଙ୍କ ଉପରେ ଚାପ ପକାଇବା ପରିବର୍ତ୍ତେ ଶିକ୍ଷକମାନଙ୍କୁ ତାଲିମ ଦେବା ଏବଂ ଦୁର୍ବଳ ଛାତ୍ରଛାତ୍ରୀମାନଙ୍କୁ ଅତିରିକ୍ତ ସହାୟତା ପ୍ରଦାନ କରିବା ଉଚିତ୍।
ଅଧିକ ପଢ଼ନ୍ତୁ: ୨୪ଘଣ୍ଟାରେ ନିୟମ ବଦଳାଇ ଆଗାମୀ ଦୁର୍ନୀତି ପାଇଁ ସରକାରଙ୍କ ଯୋଜନା: ସଞ୍ଜୟ ରାଉତ
୨୦୦୯ ରେ ଲାଗୁ ହୋଇଥିବା 'ନୋ ଡିଟେନସନ ପଲିସି ' ର ଉଦ୍ଦେଶ୍ୟ ଥିଲା ଯେ, ପରୀକ୍ଷାରେ ଫେଲ୍ ଯୋଗୁ କୌଣସି ଶିଶୁ, ବିଶେଷକରି ଅସୁରକ୍ଷିତ ବର୍ଗର ପିଲାମାନେ ବିଦ୍ୟାଳୟ ଛାଡିବେ ନାହିଁ। ତେବେ ସମାଲୋଚକମାନେ କହିଥିଲେ ଯେ ଏହି ନୀତି ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପ୍ରତି ଗୁରୁତ୍ବକୁ ହ୍ରାସ କରିବ। ବିନା ଜ୍ଞାନରେ ଛାତ୍ରମାନଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ପଠାଇବ। ଯାହା ଦ୍ବାରା ସେମାନେ ଉଚ୍ଚସ୍ତରୀୟ ପରୀକ୍ଷାରେ ବିଫଳ ହେବେ।
ଅଧିକ ପଢ଼ନ୍ତୁ: ଶେଖ ହସିନାଙ୍କୁ ପଠାଅ : ଭାରତକୁ ବାଂଲାଦେଶର ପତ୍ର
Follow Us