ଭାରତ ସପକ୍ଷରେ ମାଳଦ୍ବୀପ: ସୂଚନା ଦେଲେ ମୁଇଜୁ

ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ୧୫ ଘଣ୍ଟିଆ ମାରାଥନ ଗଣମାଧ୍ୟମ ସମ୍ମିଳନୀ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ସରକାରଙ୍କ ପକ୍ଷରୁ କରାଯାଇଥିବା ବୁଝାମଣା ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ....

maldives in favor of India: Muizhu informs

maldives in favor of India: Muizhu informs Photograph: (sambad.in)

ମାଲେ: ମାଳଦ୍ୱୀପ ପକ୍ଷରୁ ମଙ୍ଗଳବାର କୁହାଯାଇଛି ଯେ, ଦେଶର ସାର୍ବଭୌମତ୍ୱ ଏବଂ ସ୍ୱାଧୀନତା ଯେପରି ପ୍ରଭାବିତ ନ ହେବ ତାହାକୁ ନିଶ୍ଚିତ କରିବା ପାଇଁ ଭାରତ ସହିତ ବିଦ୍ୟମାନ ପ୍ରତିରକ୍ଷା ଚୁକ୍ତିନାମାରେ ସଂଶୋଧନ କରାଯାଉଛି। ମାଳଦ୍ୱୀପର ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ଘାସନ ମୌମୁନ ସଂସଦର ସଦସ୍ୟମାନଙ୍କୁ କହିଛନ୍ତି, ମାଳଦ୍ୱୀପରେ ନିୟୋଜିତ ୭୪ ଜଣ ଭାରତୀୟ ସୈନିକଙ୍କୁ ଗତବର୍ଷ ଭାରତ ସହିତ ଏକ ଚୁକ୍ତି ଅନୁଯାୟୀ ଫେରାଇ ଦିଆଯାଇଥିଲା। ତେବେ ସେମାନେ ମାଳଦ୍ୱୀପରେ ରହିବା ସମୟରେ ନିଜ ପାଖରେ କୌଣସି ଅସ୍ତ୍ରଶସ୍ତ୍ର ରଖି ନଥିଲେ। ଏଥିରୁ ସ୍ପଷ୍ଟ ହୋଇଛି ଯେ, ମାଳଦ୍ବୀପ ଭାରତ ସପକ୍ଷରେ ରହିଛି। ଧିରେ ଧିରେ ମାଳଦ୍ବୀପର ମନୋଭାବରେ ପରିବର୍ତ୍ତନ ଆସୁଛି।

ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ୧୫ ଘଣ୍ଟାର ମାରାଥନ ଗଣମାଧ୍ୟମ ସମ୍ମିଳନୀ ସମୟରେ କହିଥିଲେ ଯେ, ଭାରତ ସମେତ ଅନ୍ୟ ଦେଶମାନଙ୍କ ସହିତ ପୂର୍ବ ସରକାର କରିଥିବା ଚୁକ୍ତିନାମା ବିଷୟରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ସେ ଏଭଳି କହିବାର କିଛି ଦିନ ପରେ ମୌମୁନ ଏହି ମନ୍ତବ୍ୟ ପ୍ରଦାନ କରିଛନ୍ତି।

ନିଜ ଦେଶରେ ରାଷ୍ଟ୍ରପତି ମୁଇଜୁଙ୍କ ମନ୍ତବ୍ୟକୁ ବିରୋଧୀ ଦଳ ନେତାମାନେ ସମାଲୋଚନା କରିଥିଲେ, ଏବଂ ଭାରତ ଭଳି ଦେଶ ସହିତ ଚୁକ୍ତିନାମା ବିଷୟରେ ୨୦୨୩ ନିର୍ବାଚନ ପ୍ରଚାର ସମୟରେ ମିଥ୍ୟା ତଥ୍ୟ ଉପସ୍ଥାପନ କରିଥିବାରୁ ମଇଜୁ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ।

ମଙ୍ଗଳବାର ଦିନ ସଂସଦର ସଦସ୍ୟମାନଙ୍କ ଦ୍ୱାରା ଉଠାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ମୌମୁନ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଘନିଷ୍ଠ ସମ୍ପର୍କର ଅଂଶ ସ୍ୱରୂପ, ଭାରତ ସହିତ ସ୍ୱାକ୍ଷରିତ ହୋଇଥିବ‌ୋ ଚୁକ୍ତିନାମାଗୁଡ଼ିକୁ ମାଳଦ୍ୱୀପର ସାର୍ବଭୌମତ୍ୱ ଏବଂ ସ୍ୱାଧୀନତାର ସୁରକ୍ଷା ଦୃଷ୍ଟିରୁ ସଂଶୋଧନ କରାଯାଉଛି।

ମୌମୁନ କହିଛନ୍ତି, ୧୯୬୫ମସିହାରେ ମାଳଦ୍ୱୀପ ସ୍ୱାଧୀନତା ପାଇବା ପରଠାରୁ ଭାରତ ସହିତ ୧୦୦ ରୁ ଅଧିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି ଏବଂ ସେଥିମଧ୍ୟରୁ ଚାରିଟି ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ଜଡିତ। ସଂଶୋଧିତ ହେବାକୁ ଥିବା ପ୍ରମୁଖ ଚୁକ୍ତିନାମା ମଧ୍ୟରୁ ଗୋଟିଏ ହେଉଛି ଭାରତୀୟ ସହାୟତାରେ ଉଥୁରୁ ଥିଲାଫାଲହୁରେ ଏକ ନୌସେନା ଡକୟାର୍ଡର ବିକାଶ କାର୍ଯ୍ୟ ସମ୍ପର୍କିତ ପଦକ୍ଷେପ।

୨୦୨୩ ନିର୍ବାଚନ ପୂର୍ବରୁ ବିରୋଧୀ ଦଳରେ ଥିବା ସମୟରେ, ମୁଇଜୁଙ୍କ ନେତୃତ୍ୱାଧୀନ ପିପୁଲ୍ସ ନ୍ୟାସନାଲ କଂଗ୍ରେସ (ପିଏନସି) ଉଥୁରୁ ଥିଲାଫାହଲୁ ଚୁକ୍ତିନାମାର କିଛି ଦିଗକୁ ସମାଲୋଚନା କରିଥିଲା। କିଛି ବ୍ୟବସ୍ଥା ଜାତୀୟ ନୀତିଠାରୁ ଭିନ୍ନ ବୋଲି ଅଭିଯୋଗ କରିଥିଲେ। ମନ୍ତ୍ରୀ କହିଛନ୍ତି ଯେ, ଏପରି ଧାରାଗୁଡ଼ିକ ଏବେ ସଂଶୋଧନ କରାଯାଉଛି।

ଅଧିକ ପଢ଼ନ୍ତୁ: ଯୁଦ୍ଧ ତାରିଖ ଫାଇନାଲ!: ଭାରତ-ପାକିସ୍ତାନର ପ୍ରସ୍ତୁତିରୁ ମିଳୁଛି ସଙ୍କେତ

ସୂଚନାଯୋଗୃ, ନଭେମ୍ବର ୨୦୨୩ରେ ଚୀନ୍ ସମର୍ଥକ ରାଷ୍ଟ୍ରପତି ମୁଇଜୁ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ମାଳଦ୍ୱୀପ ଏବଂ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଅବନତି ଦେଖାଦେଇଛି। ଶପଥ ଗ୍ରହଣ କରିବାର କିଛି ଘଣ୍ଟା ମଧ୍ୟରେ ସେ ତାଙ୍କ ଦେଶରୁ ଭାରତୀୟ ସୈନିକମାନଙ୍କୁ ପ୍ରତ୍ୟାହାର କରିବାକୁ ପଦକ୍ଷେପ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ, ମାର୍ଚ୍ଚରୁ ୧୦ ମେ’ ମଧ୍ୟରେ ପାରସ୍ପରିକ ସହମତିରେ ଭାରତୀୟ ସାମରିକ କର୍ମଚାରୀଙ୍କ ସ୍ଥାନରେ ବେସାମରିକ ବ୍ୟକ୍ତିମାନଙ୍କୁ ନିଯୁକ୍ତ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ଡୋଭାଲଙ୍କ ଅନୁସାରେ ୧୯୭୧ ଭଳି ଯୁଦ୍ଧ ଲଢ଼ିବ ଭାରତ: ପୁଣି ଦୁଇଭାଗ ହେବ ପାକିସ୍ତାନ!

maldives | mohamed-muizzu 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe