Supreme Court For SIR Case: ସୁପ୍ରିମକୋର୍ଟରେ ଏସ୍‌ଆଇଆର୍‌ ଶୁଣାଣି

Advertisment

ଏସ୍‌ଆଇଆର୍‌ ବିରୋଧରେ ମମତା, ମୋଷ୍ଟାରି ବାନୁ, ତୃଣମୂଳ କଂଗ୍ରେସ ସାଂସଦ ଡେରେକ୍ ଓ ବ୍ରାଏନ୍ ଓ ଡୋଲା ସେନ୍ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିଥିଲେ। ମମତା ନିଜେ ଜଣେ ଓକିଲ ଓ ରାଜ୍ୟରେ ଚାଲିଥିବା ଏସ୍‌ଆଇଆର୍‌କୁ ଦୀର୍ଘ ଦିନ ହେଲା ବିରୋଧ କରିଆସୁଛନ୍ତି।

ଏସ୍‌ଆଇଆର୍‌ ବିରୋଧରେ ମମତା, ମୋଷ୍ଟାରି ବାନୁ, ତୃଣମୂଳ କଂଗ୍ରେସ ସାଂସଦ ଡେରେକ୍ ଓ ବ୍ରାଏନ୍ ଓ ଡୋଲା ସେନ୍ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିଥିଲେ। ମମତା ନିଜେ ଜଣେ ଓକିଲ ଓ ରାଜ୍ୟରେ ଚାଲିଥିବା ଏସ୍‌ଆଇଆର୍‌କୁ ଦୀର୍ଘ ଦିନ ହେଲା ବିରୋଧ କରିଆସୁଛନ୍ତି।

New Project (3)

SIR hearing in Supreme Court Photograph: (@sambad.in)

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବୁଧବାର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍‌) ନେଇ ଶୁଣାଣି ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ କୋର୍ଟରେ ଉପସ୍ଥିତ ରହି ପକ୍ଷ ରଖିଛନ୍ତି। ମମତା ବ୍ୟକ୍ତିଗତ ଭାବରେ ମାମଲା ଉପରେ ଯୁକ୍ତି କରିବା ପାଇଁ ଅନୁମତି ମାଗି ଏକ ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରିଥିଲେ। ଏସ୍‌ଆଇଆର୍‌ ବିରୋଧରେ ମମତା, ମୋଷ୍ଟାରି ବାନୁ, ତୃଣମୂଳ କଂଗ୍ରେସ ସାଂସଦ ଡେରେକ୍ ଓ ବ୍ରାଏନ୍ ଓ ଡୋଲା ସେନ୍ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିଥିଲେ। ସୂଚନାଯୋଗ୍ୟ, ମମତା ନିଜେ ଜଣେ ଓକିଲ ଓ ରାଜ୍ୟରେ ଚାଲିଥିବା ଏସ୍‌ଆଇଆର୍‌କୁ ଦୀର୍ଘ ଦିନ ହେଲା ବିରୋଧ କରିଆସୁଛନ୍ତି।

ଅଧିକପଢ଼ନ୍ତୁ:ମହୁମାଛି ଦଂଶନରେ ମୃତ୍ୟୁ ପୂର୍ବରୁ ୨୦ଜଣ ଶିଶୁଙ୍କ ଜୀବନ ରକ୍ଷା କଲେ ଅଙ୍ଗନବାଡ଼ି ରୋଷେୟା

ମମତା ରଖିଲେ ପକ୍ଷ, କହିଲେ ପଶ୍ଚିମବଙ୍ଗ ଜନସାଧାରଣଙ୍କ ଲଢ଼େଇ

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ବିପୁଲ ଏମ୍‌ ପାଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ସମ୍ମୁଖରେ ମମତା କହିଥିଲେ, ସେ ପଶ୍ଚିମବଙ୍ଗରୁ ଆସିଛନ୍ତି ଓ ସେଠାକାର ତୃଣମୂଳ ସ୍ଥିତି ସମ୍ପର୍କରେ ଅବଗତ ଅଛନ୍ତି। ଏହା ମୋ ନିଜ ଲଢେଇ ନୁହେଁ, ଜନସାଧାରଣଙ୍କ ଲଢେଇ ବୋଲି କହିଥିଲେ। ଏହି ମାମଲାରେ ସେ ନିର୍ବାଚନ ଆୟୋଗଙ୍କୁ ଅନେକ ଚିଠି ଲେଖି ସାରିଛନ୍ତି। ମମତା କହିଥିଲେ, ଏସ୍ଆଇଆର୍‌ ପ୍ରକ୍ରିୟା ଲୋକଙ୍କ ନାଁ ଭୋଟର ତାଲିକାରୁ ହଟେଇବାକୁ କରାଯାଉଛି। ଯଦି କେହି ଝିଅ ବାହାଘର ପରେ ନିଜ ସ୍ବାମୀଙ୍କ ଉପନାମ ବ୍ୟବହାର କରୁଛନ୍ତି, ତାହା ହେଲେ ତାଙ୍କ ନାମ ମେଳ ଖାଉନି ବୋଲି ଦର୍ଶାଇ ଭୋଟର ତାଲିକାରୁ ହଟେଇ ଦିଆଯାଉଛି। ପଶ୍ଚିମବଙ୍ଗକୁ ଜାଣିଶୁଣି ଟାର୍ଗେଟ କରାଯାଉଛି। ଏହି ପ୍ରକ୍ରିୟାର ଚାପରେ ଅନେକ ବୁଥସ୍ତରୀୟ ଅଧିକାରୀ (ବିଏଲ୍‌ଓ)ଙ୍କ ଜୀବନ ଗଲାଣି ଓ କେତେକ ଆତ୍ମହତ୍ୟା କରିଛନ୍ତି। ଆସାମରେ କାହିଁକି ଏସ୍ଆଇଆର୍‌ କରାଯାଉନି ବୋଲି ମମତା ପ୍ରଶ୍ନ କରିଥିଲେ। ପଶ୍ଚିମବଙ୍ଗର ଲୋକଙ୍କୁ ଦବେଇବାକୁ ବିଜେପି ଶାସିତ ରାଜ୍ୟର ପର୍ଯ୍ୟବେକ୍ଷକ ଅଣା ଯାଉଥିବା ସେ ଅଭିଯୋଗ କରିଛନ୍ତି। ନିର୍ବାଚନ କମିସନଙ୍କୁ ମମତା ‘ହ୍ବାଟ୍‌ସଅପ୍‌’ କମିସନ କହି ସମାଲୋଚନା କରିବାକୁ ପଛାଇ ନଥିଲେ। ପଶ୍ଚିମବଙ୍ଗକୁ ଟାର୍ଗେଟ କରି ଭୋଟରଙ୍କ ନାମ ବହୁଳ ଭାବରେ ଭୋଟର ତାଲିକାରୁ ବାଦ୍‌ ଦିଆଯାଉଥିବା ମମତା ଯୁକ୍ତି ରଖିଥିଲେ। ଯେତେବେଳେ ନ୍ୟାୟ ବନ୍ଦ ଦ୍ବାର ପଛରେ କାନ୍ଦେ, ସେତେବେଳେ ନ୍ୟାୟ ଅନ୍ୟ କେଉଁଠୁ ବି ମିଳୁନି ବୋଲି ଅନୁଭବ କରାଯାଏ ବୋଲି ମମତା କହିଥିଲେ। ମମତାଙ୍କ ସହିତ ବରିଷ୍ଠ ଓକିଲ ଶ୍ୟାମ ଦିବାନ ଉପସ୍ଥିତ ଥିିଲେ। ଏହି ସମୟରେ ମମତା ତିନି ବିଚାରପତିଙ୍କୁ ତାଙ୍କୁ କୋର୍ଟରେ ପକ୍ଷ ରଖିବାକୁ ଅନୁମତି ଦେଇଥିବାରୁ ଧନ୍ୟବାଦ ଜଣାଇଥିଲେ।

ଅଧିକପଢ଼ନ୍ତୁ:ମୁଁ ତୁମକୁ ୧୦ ବର୍ଷ ହେଲା ହସିବାର ଦେଖିନାହିଁ: ମହିଳା ସାମ୍ବାଦିକଙ୍କ କଡ଼ା ପ୍ରଶ୍ନରେ ଟ୍ରମ୍ପ ଘାଇଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe