ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ପାଖକୁ ଏକ ସଦ୍ୟ ଚିଠି ଲେଖିଛନ୍ତି। ନିର୍ବାଚନ କମିସନ ୨ ଦଶନ୍ଧିର ନିର୍ବାଚନୀ ସଂଶୋଧନ ପ୍ରକ୍ରିୟାକୁ ଅଣଦେଖା କରିଛନ୍ତି ଏବଂ ଏସଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସଂଶେଧନ) ସମୟରେ ଭୋଟରମାନଙ୍କୁ ସେମାନଙ୍କ ପରିଚୟ ପୁନଃ ପ୍ରମାଣିତ କରିବାପାଇଁ ବାଧ୍ୟ କରିଛନ୍ତି ବୋଲି ମମତା କହିଛନ୍ତି।
ଆହୁରି ପଢନ୍ତୁ- Teheran said about Discussion: ପରମାଣୁ କାର୍ଯ୍ୟକ୍ରମ ବିଷୟରେ ଆମେରିକା ସହ ଆଲୋଚନା ପାଇଁ ଇରାନ ପ୍ରସ୍ତୁତ: ତେହେରାନ
ଚିଠିରେ ମମତା ଅଭିଯୋଗ କରିଛନ୍ତି ଯେ ଇସି ଗତ ୨୦ ବର୍ଷ ମଧ୍ୟରେ ଚାଲିଥିବା ସଂଶୋଧନକୁ ଅଣଦେଖା କରିଛନ୍ତି ଏବଂ ଭୋଟରମାନଙ୍କୁ ସେମାନଙ୍କ କାଗଜପତ୍ର ପୁନର୍ବାର ଦାଖଲ କରିବାପାଇଁ ବାଧ୍ୟ କରିଛନ୍ତି। ଏହାଦ୍ବାରା ବ୍ୟାପକ ଜଟିଳତା ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ଏସଆଇଆର ପ୍ରକ୍ରିୟାରେ ଅତି ସାଂଘାତିକ ପ୍ରକ୍ରିୟାଗତ ତ୍ରୁଟି ରହିଛି। ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗରେ ୨ ମାସରୁ ଅଧିକ ସମୟ ଧରି ଏସ୍ଆଇଆର ପ୍ରକ୍ରିୟା ଜାରି ରହିଥିବାବେଳେ ମମତା ଏସ୍ଆଇଆରକୁ ବିରୋଧ କରି ବାରମ୍ବାର ଇସିଙ୍କୁ ଚିଠି ଲେଖିଛନ୍ତି। ୨ ଦିନ ତଳେ ମମତା ଅଭିଯୋଗ କରିଥିଲେ ଯେ ଏସ୍ଆଇଆର ପ୍ରକ୍ରିୟା ଯୋଗୁ ରାଜ୍ୟରେ ୭୭ ଜଣଙ୍କର ମୃତ୍ୟୁ ହୋଇସାରିଛି। ନିର୍ବାଚନ କମିସନ୍ ବିନା ଯୋଜନାରେ ଏହି ପ୍ରକ୍ରିୟା ପରିଚାଳନା କରିଛନ୍ତି ବୋଲି ମମତା କହିଛନ୍ତି।
ଆହୁରି ପଢନ୍ତୁ- World Economic Forum: ଦରମରା କଲାଣି ଦରଦାମ୍, AIକୁ ନେଇ ଯୁବପିଢ଼ିଙ୍କ ବଡ଼ ଚିନ୍ତା... ସାମ୍ନାକୁ ଆସିଲା ସାଙ୍ଘାତିକ ରିପୋର୍ଟ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/01/12/new-project-10-2026-01-12-20-38-10.jpg)